Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୧୦ ତାରିଖ – Daily Horoscope

ମେଷ
ଆଜି ସ୍ବଗୃହୀ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଟେନ୍‌ସନ ଲାଗି ରହିଲେ ମଧ୍ୟ ସଫଳତା ପାଇବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେତୁ ହାଲୁକା ମନେକରିବେ। ବନ୍ଧୁ ମିଳନରେ ବାକ୍‌ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ବୃଷ
ବୃଷ
ଭାଗ୍ୟ ସ୍ଥାନରୁ ଶନି ଓ ଶୁକ୍ରଙ୍କ ଦୃଷ୍ଟି ଚନ୍ଦ୍ର ଉପରେ ଥିବାରୁ ପ୍ରତ୍ୟେକ କାମରେ ଜୟଯୁକ୍ତ ଓ ସଫଳତା ମିଳିବ। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଅଜଣା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ। ବ୍ୟବସାୟ ସନ୍ତୋଷଜନକ ହେବା ସହ ପରିସରରେ ପ୍ରଶଂସିତ ହେବେ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ମିଥୁନ
ମିଥୁନ
ଧନ ସ୍ଥାନରେ ଧନାଧିପତି ଧନଲାଭ ସହ କାର୍ଯ୍ୟସିଦ୍ଧି କରାଇବେ। ମାଲିମକଦ୍ଦମା, ଘରୋଇ ଆଲୋଚନାରେ ଟେନ୍‌ସନ ସୃଷ୍ଟିହୋଇ ମନକୁ ଭାରାକ୍ରାନ୍ତ କରିପାରେ। ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ ହେଲେ ମଧ୍ୟ ପାଟି ନ ଖୋଲି ନୀରବ ରହିଲେ ଭଲ । ବ୍ୟବସାୟିକ କ୍ଷେତ୍ରରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କର୍କଟ
କର୍କଟ
ଆଜି ନିଜ ରାଶିରେ ଚନ୍ଦ୍ର ହେତୁ ଦୈହିକ ମାନସିକ ପ୍ରଫୁଲ୍ଲତା ଅନୁଭବ କରିବେ। କୌଣସି ବନ୍ଧୁ କିମ୍ବା ନିଜ ପରିସରର ବ୍ୟକ୍ତିମାନେ ଆପଣଙ୍କ ସହଯୋଗ ଲୋଡ଼ି ପାରନ୍ତି। ଜମିଜମା ସମ୍ପର୍କିତ କଥା, ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। କୌଣସି ଈର୍ଷାପରାୟଣ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ସି˚ହ
ସି˚ହ
ବୃହସ୍ପତି ସ୍ବଗୃହୀ ହୋଇ ଦୁଃସ୍ଥାନସ୍ଥ ହେତୁ ବିଭିନ୍ନ ସମସ୍ୟା ସୃଷ୍ଟି କରାଇ କାମରେ ପ୍ରତିବନ୍ଧକ ସୃଷ୍ଟି କରିବେ। ଶାରୀରିକ ସୁସ୍ଥତାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇପାରେ। ଆଜି ଦିନଟିରେ କିଛି ଦେଲେ ହିଁ କିଛି ପାଇବେ। ଅଭାବ ଓ କେତେକ ପାରିବାରିକ ଅସୁବିଧା ଓ ଅସାମାସ୍ୟତା କର୍ମକ୍ଷେତ୍ରକୁ ବିଳମ୍ବିତ କରିପାରେ।
କନ୍ୟା
ଏକାଦଶସ୍ଥ ଚନ୍ଦ୍ର ଓ ଗୁରୁଦୃଷ୍ଟି ଯୋଗୁ ଯେଉଁ କାମରେ ହାତ ଦେଲେ ହେଁ ସଫଳତା ପ୍ରାପ୍ତି ଅବଶ୍ୟମ୍ଭାବୀ। କର୍ମକ୍ଷେତ୍ରରେ ମଧ୍ୟ ପ୍ରତ୍ୟେକ କାମ ମନ ମୁତାବକ ସମ୍ପନ୍ନ ହେବାରୁ ଖୁସି ହେବେ। କିନ୍ତୁ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିବ। ଆଜି ଦିନଟିରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ତୁଳା
ତୁଳା
ଚନ୍ଦ୍ର ସପ୍ତମରେ କେନ୍ଦ୍ରସ୍ଥ ଶନି ସମସ୍ୟାର ସମାଧାନ ଦିଗରେ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରାଇବ। ଥଣ୍ଡାଜନିତ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିପାରିବ। ଇଚ୍ଛା ନ ଥିଲେ ମଧ୍ୟ ଅନ୍ୟ ଦ୍ୱାରା ପ୍ରେରିତହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ଅନୁକୂଳ ଗ୍ରହ ସ୍ଥିତି କାରଣରୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଅନୁକୂଳ ଫଳ ପ୍ରଦାନ କରିବେ। ସ୍ବାସ୍ଥ୍ୟ, ପରିବାର, ଲୋକ ସମ୍ପର୍କ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ପ୍ରଶାସନ କ୍ଷେତ୍ର ବହୁତ ଭଲ ରହିବ। ଶତ୍ରୁତା କାରଣରୁ ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ପଥରୋଧ ଘଟିପାରେ। ସବୁକଥାକୁ ହାଲୁକା ଭାବିଲେ କ୍ଷତିରେ ପଡ଼ିବେ।
ଧନୁ
ଧନୁ
ବଳବାନ୍‌ ପାପଗ୍ରହ ପ୍ରଭାବରୁ ସ୍ବାସ୍ଥ୍ୟ, ପରିବାର, ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଶୁଭଫଳ ପାଇବା କଷ୍ଟକର। ପ୍ରତ୍ୟେକ କ୍ଷେକ୍ଷତ୍ରରେ ଭୁଲ୍‌ ବୁଝାମଣା ଓ ଭାବପ୍ରବଣତା ସମସ୍ୟାର ମୂଳ କାରଣ ହେବ। ଶତ୍ରୁମାନେ ପଛରେ ଛାଇ ଭଳି ଲାଗିରହି ସମସ୍ୟା ସୃଷ୍ଟି କରିପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ, ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢ଼ିପାରେ।
ମକର
ମକର
କର୍ମସ୍ଥ କେତୁଙ୍କ କୁପ୍ରଭାବରୁ ବ୍ୟସ୍ତତା ଓ ବିବ୍ରତ ମଧ୍ୟରେ ଘରର ଦାୟିତ୍ୱପୂର୍ଣ୍ଣ କାମଟି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟ, ଯାତ୍ରା ସମ୍ବନ୍ଧୀୟ ଚିନ୍ତା ମନକୁ ବ୍ୟାକୁଳିତ କରିପାରେ। ଭୁଲ୍‌ ବୁଝାମଣା ହେତୁ ପରିବାରରେ, କର୍ମକ୍ଷେତ୍ରରେ, ସଭାସମିତିରେ ସମସ୍ୟା ଲାଗି ରହିବ। ବନ୍ଧୁମିଳନ ହେତୁକ ଆନନ୍ଦ ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ପାପଗ୍ରହ ପ୍ରଭାବରୁ ଅତୀତର କୌଣସି ଘଟଣାକୁ କେନ୍ଦ୍ରକରି କଳହ ଲାଗିପାରେ। କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମ ତ ନିଶ୍ଚିତ ସମାପନ ହେବ, କିନ୍ତୁ ବହୁତ ଡେରିରେ ହିଁ ସମ୍ପନ୍ନ ହେବ। କଠିନ ପରିଶ୍ରମ ଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ମୀନମୀନ
ସ୍ବଗୃହକୁ ରବି ଓ ବୁଧଙ୍କ ଦୃଷ୍ଟିଜନିତ ବନ୍ଧୁମିଳନ ସାଙ୍ଗକୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଖୁସି ରହିବେ। ଆପଣଙ୍କ ବଳିଷ୍ଠ ବ୍ୟକ୍ତିତ୍ୱକୁ କର୍ମକ୍ଷେତ୍ରରେ, ସଭାସମିତିରେ, ବାଣିଜ୍ୟରେ ଉଚ୍ଚସ୍ଥାନ ମିଳିବ। ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ, ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। ଭୁଲ୍‌ ବୁଝାମଣାରୁ ପରିବାରରେ ଝଡ଼ ଉଠିବା ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri