Posted inRasifala

ରାଶିଫଳ: ଶୁକ୍ରବାର, ଜାନୁୟାରୀ ୬ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ହେତୁ ଦିନଟି ସୌଭାଗ୍ୟ ପ୍ରଦାୟକ ହେବ। ମତପାର୍ଥକ୍ୟଜନିତ ପାରିବାରିକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ରହିପାରେ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ପଡୋଶୀ କିମ୍ବା ସମ୍ପର୍କୀୟମାନେ ମିତ୍ରଭାବ ପୋଷଣ କରିବେ।
ବୃଷ
ବୃଷ
ଆଜି ଧନସ୍ଥାନରେ ଚନ୍ଦ୍ରଥିବାରୁ ଋଣ ଗ୍ରହୀତା ଘରକୁ ଆସି ବକେୟା ଦେଇଯିବାର ସୂଚନା ରହିଛି। କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ। ବିବାଦୀୟ ସ୍ଥିତି କାରଣରୁ ରାଜନୈତିକ କ୍ଷେତ୍ରରେ କିମ୍ବା ସରକାରୀ ସ୍ତରରେ ସମସ୍ୟା ଉପୁଜିବ। କାମ ହାସଲ ସକାଶେ ଅନ୍ୟର ସହାଯ୍ୟ ନେବାକୁ ବାଧ୍ୟ ହେବେ।
ମିଥୁନ
ମିଥୁନ
ଆଜି ଶ୍ରୀଚନ୍ଦ୍ର ଯୋଗୁ ଯେଉଁ କାମରେ ହାତ ଦେବେ ସଫଳ ହେବେ। ଅର୍ଥ ପ୍ରାପ୍ତିର ଯୋଜନା କାର୍ଯ୍ୟକାରୀ ହେବା ସାଙ୍ଗକୁ ବନ୍ଧୁଙ୍କ ସହ ଆଳାପ କରିବେ। କୌଣସି ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ଉପସ୍ଥିତ ସମସ୍ୟାକୁ ବଢାଇ ଦେଇପାରନ୍ତି। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ଉଚିତ ପଦକ୍ଷେପ ନେବା ଠିକ୍‌ ହେବ।
କର୍କଟ
କର୍କଟ
ରାଶିକୁ ଶୁକ୍ରଙ୍କ ଦୃଷ୍ଟି ପ୍ରଭାବରେ ଏକାଧାରରେ ପାରିବାରିକ ସୁଖସମ୍ପଦ, ପରିବହନରେ ଲାଭ, ଲୋକ ସମ୍ପର୍କରେ ଉନ୍ନତି ଘଟିବ। କଳାକୃତି, କାରିଗରି, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ପ୍ରଶଂସିତ ହେବେ। ବହୁବ୍ୟୟ ଓ ସମ୍ପର୍କୀୟଙ୍କ ହତାଦର ଭାବରୁ ଦୁଃଖୀ ହେବେ। ନିର୍ମାଣ,ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ସି˚ହ
ସି˚ହ
ରବି ଓ ବୁଧଙ୍କ ସ୍ଥିତିଜନିତ ଗୃହୋପକରଣ, ଶଯ୍ୟାସନାଦି ଉପଭୋଗ୍ୟ ଜିନିଷ କିଣି ପାରନ୍ତି। ଭ୍ରମଣ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧୀକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିବେ। ସାଂଗଠନିକ କ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
କନ୍ୟା
ଦିନଟି ଖୁସିରେ ଅତିବାହିତ କରିବେ ଓ ବକେୟା ଅର୍ଥ ପାଇବେ। ଶୁକ୍ର କ୍ଷେତ୍ରସ୍ଥ ଶୁକ୍ର ଯୋଗୁ ପରୋକ୍ଷରେ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମିତ୍ରଭାବ ପୋଷଣ କରିପାରନ୍ତି। ପାରିବାରିକ ଜୀବନରେ ସନ୍ଦେହ ଏବଂ ଭୁଲ୍‌ ବୁଝାମଣାରୁ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ବିଳମ୍ବିତ ସମୟରେ କାମଗୁଡିକ ସମ୍ପନ୍ନ ହେବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଚନ୍ଦ୍ର ଭାଗ୍ୟାଧିପଙ୍କ ଦୃଷ୍ଟି ପ୍ରଭାବରୁ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ସାଧାରଣ କଥାରେ ମତାନ୍ତରଜନିତ ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ପୁରୁଣା ରୋଗ, ଘର ଲୋକଙ୍କ ଟୁପ୍‌ଟାପ୍‌ କଥା ମନକୁ ବିଚଳିତ କରିବ।
ବିଛା
ବିଛା
ଆପଣଙ୍କ ରାଶି ପାଇଁ ଅନୁକୂଳ ଗ୍ରହସ୍ଥିତି ହେତୁ ଯେଉଁ କାମରେ ହାତଦେବେ ସେଥିରେ ସଫଳତା ପାଇବେ। ବିଶାଖା ସକାଶେ ବିଚାରଧାରା ଭଲ ଥିଲେ ମଧ୍ୟ ପାରିବେଶିକ କୁପ୍ରଭାବରୁ ବ୍ୟତିକ୍ରମ ମଧ୍ୟରେ ଚଳିବାକୁ ପଡିବ। ଶନିଙ୍କ ପ୍ରଭାବରୁ ଡିପ୍ରେସନଜନିତ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ସମସ୍ୟା ସୃଷ୍ଟିର ସମ୍ଭାବନା ରହିଛି।
ଧନୁ
ଧନୁ
ଆଜି ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ହେତୁ ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। କଳା, ସଙ୍ଗୀତ, ଚଳଚ୍ଚିତ୍ରରେ ଶୁକ୍ର ପ୍ରତିଷ୍ଠା ପ୍ରଦାନ କରିବେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯଥା ସମ୍ଭବ ଶତ୍ରୁଠାରୁ ଦୂରେଇ ରୁହନ୍ତୁ।
ମକର
ମକର
କର୍ମାଧିପତି ଶୁକ୍ର କର୍ମକ୍ଷତ୍ର ଓ ପାରିବାରିକ ସରସ ସୁନ୍ଦର କରିବାରେ ପଛାଇବେ ନାହିଁ। ବୁଧ ଯଦିଓ ସାହାଯ୍ୟ କରିବେ ତଥାପି ସୁବିଧାରେ କିଛି କରାଇ ଦେବେ ନାହିଁ। ଅନ୍ୟମାନେ ପ୍ରଶଂସା କଲେ ମଧ୍ୟ ନିଜ ଲୋକ ଅପପ୍ରଚାର ଚଳାଇପାରନ୍ତି। ଦୀର୍ଘଦିନରୁ ଦେଖି ନ ଥିବା କୌଣସି ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ।
କୁମ୍ଭ
କୁମ୍ଭ
ଶନି ଦ୍ୱଦଶଭାବସ୍ଥ ଯୋଗୁ କିଛି ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚ କରିବେ। ପାରିବାରିକ ଶୃଙ୍ଖଳା ରକ୍ଷାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡିପାରେ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଅପରାହ୍ନେ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ
ବୃହସ୍ପତିଙ୍କ ସୁପ୍ରଭାବରୁ କୌଣସି ଗୁରୁବର୍ଗୀୟ ବ୍ୟକ୍ତିଙ୍କ ସହୃଦୟତାରେ ସନ୍ଦେହ ମୁକ୍ତ ହେବେ। ଅସହିଷ୍ଣୁ ନିନ୍ଦୁକ ଗୋଷ୍ଠୀ ପ୍ରତିଷ୍ଠା ଓ ପ୍ରଶଂସାରେ ଅତିଷ୍ଠ ହୋଇପାରନ୍ତି। ଆନୁସଙ୍ଗିକ ସାହାଯ୍ୟ ଲାଭକରି ଆର୍ଥିକ, ପାରିବାରିକ, ସାମାଜିକ କ୍ଷେତ୍ର ଭଲ ରହିବ। କେତୁଜନିତ କୁପ୍ରଭାବରୁ ଅନ୍ୟମନସ୍କ ହେତୁକ ସାମାନ୍ୟ ଅସୁବିଧା ଦେଖଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri