Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ଆବଶ୍ୟକତା ପୂରଣ ସକାଶେ ଧାରକରଜ କରି କାମ ଚଳାଇନେବାକୁ ଚେଷ୍ଟା କରି ପାରନ୍ତି। ଦ୍ୱିଜା ନକ୍ଷତ୍ରର ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ବନ୍ଧୁ ଗହଣରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ନ ଚଳିଲେ କଳହ ଲାଗିପାରେ। କୃତ୍ତିକା ନକ୍ଷତ୍ର ସକାଶେ ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ମନର ବଳ ଟାଣ ରହିବ ଓ ଅଟକିଥିବା କାମ ଶେଷ କରିପାରିବେ। ପରିବାରରେ ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ। ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ପୁନର୍ବସୁ ନକ୍ଷତ୍ର ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ।
କର୍କଟ
କର୍କଟ
ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହୋଇପାରନ୍ତି। ଅଶ୍ଳେଷା ନକ୍ଷତ୍ର ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ଭୁଲ୍‌ ବୁଝାମଣାରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ବିଚଳିତ ହେବେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ଆତ୍ମୀୟମାନଙ୍କ ସହ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଆଜି କୌଣସି ଖୁସି ଖବର ପାଇବାର ଆଶା ରହିଛି। ଏହା ସାଙ୍ଗକୁ ସନ୍ତାନଙ୍କ କୃତିତ୍ୱ ପାଇଁ ଗର୍ବ କରିବେ।
କନ୍ୟା
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଆଜି କୌଣସି ସମସ୍ୟା ବିଚଳିତ କରିପାରିବ ନାହିଁ। ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରୁ ଆସିବା ବେଳକୁ ନିଜ ମନପସନ୍ଦର ଜିନିଷ କିଣିବାରେ ସମର୍ଥ ହେବେ।
ତୁଳା
ତୁଳା
ପରିବାରରେ ସୁଖଶାନ୍ତି ଫେରାଇ ଆଣିବାର ପ୍ରଯତ୍ନ କରି ସଫଳ ହେବେ। ସ୍ବାତୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ବନ୍ଧୁଙ୍କ ପୂର୍ବପରି ଆଦର, ଶ୍ରଦ୍ଧା ଓ ଅନୁରାଗର ମନୋଭାବ ନ ଥିବା ଅନୁଭବ କରିପାରନ୍ତି। ରଚନାମତ୍କ କାମ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଏବଂ ଚୁକ୍ତିପତ୍ର କରିବାରେ ସଫଳ ହେବେ।
ବିଛା
ବିଛା
ଗତକାଲିଠାରୁ ଯେଉଁ ବିଷୟ ଲାଗି ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନକରି ପ୍ରଶଂସିତ ହେବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତ୍‌ରୁ ଉପକୃତ ହେବେ।
ଧନୁ
ଧନୁ
ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ବ୍ୟବସାୟ ଓ ପରିବହନ କ୍ଷେତ୍ର, ଆଲୋଚନା ପରିସର ଏବଂ ଆଇନ ଅଦାଲତରେ ସ୍ଥଗିତ କାମ ପୂରା କରିବେ। ମୂଳା ନକ୍ଷତ୍ର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ବକେୟା ଅର୍ଥ ଆଦାୟରେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି।
ମକର
ମକର
ଯେତେ ଚେଷ୍ଟାକଲେ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିରକରି ଅସୁବିଧାର ସମ୍ମୁଖୀନ ହେବେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ନ ଫେରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଧନିଷ୍ଠା ନକ୍ଷତ୍ରର କୌଣସି ମୂଲ୍ୟବାନ୍‌ ଜିନିଷ ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିପାରେ।
କୁମ୍ଭ
କୁମ୍ଭ
ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଚେଷ୍ଟା କରୁଥିବା କାମ, ଆନୁଷ୍ଠାନିକ କାର୍ଯ୍ୟ, କଚେରି ମାମଲା, ଜମିଜମା ବିବାଦରେ ଉପକୃତ ହେବେ। ଅର୍ଥନୈତିକ ଅଭିବୃଦ୍ଧି, ବନ୍ଧୁମିଳନ, ଭ୍ରମଣ ଓ ବସ୍ତ୍ରଭୂଷଣ ଲାଭରୁ ଖୁସି ହେବେ। ଶତଭିଷା ନକ୍ଷତ୍ରର ଭ୍ରାତୃ ସମ୍ପର୍କ ବ୍ୟାହତ ହୋଇପାରେ।
ମୀନମୀନ

ପରିବାର ମଧ୍ୟରେ ବିଭିନ୍ନ ସମସ୍ୟାର ସାମ୍ନା କରି ନ ପାରି ବିବ୍ରତ ହେବେ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବନାହିଁ। ପାରଷ୍ପରିକ ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇପାରନ୍ତି। ରେବତୀ ନକ୍ଷତ୍ର ଆକସ୍ମିକ ଭାବରେ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭର ସୁଯୋଗ ଜୁଟିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri