Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଦେବଗୁରୁଙ୍କ ନକ୍ଷତ୍ରସ୍ଥ ହେତୁ ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା କରିପାରନ୍ତି। ବନ୍ଧୁ ଗହଣରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିପାରନ୍ତି।
ବୃଷ
ବୃଷ

ଶନି ଦୃଷ୍ଟ ମଙ୍ଗଳ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଓ ଆକସ୍ମିକ କଳହର କାରଣ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ। ସମସ୍ୟା ଭିତରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହୋଇପାରନ୍ତି।

ମିଥୁନ
ମିଥୁନ
ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡିକୁ ସଫଳତାର ସହ ସମ୍ପନ୍ନ କରିବେ। କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢି ବଢି ବଡ ଆକାର ଧାରଣ କରିବାର ସମ୍ଭାବନା ରହିଛି। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ମନ ଅସ୍ଥିର ରହିବ।
କର୍କଟ
କର୍କଟ
ବୃହସ୍ପତିଙ୍କ ପ୍ରଭାବରୁ ଶତ୍ରୁନାଶ, ଋଣ ପରିଶୋଧ ସଙ୍ଗକୁ ରୋଗପୀଡା ହ୍ରାସ ଘଟିବ। କର୍ମକ୍ଷେତ୍ରରେ ଅବହେଳା କାରଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। କିନ୍ତୁ ଆପଣଙ୍କ ମଧୁରବଚନ ପ୍ରଭାବରୁ ସମସ୍ୟାର ସରଳ ସମାଧାନ ହୋଇଯିବ। ଭୁଲ୍‌ ବୁଝାମଣାରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି।
ସି˚ହ
ସି˚ହ
ରବିଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ରହିବା ଠିକ୍‌ ହେବ। ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ମନ ବିଚଳିତ ରହିପାରେ। ଆତ୍ମୀୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସନ୍ତାନଙ୍କ କୃତିତ୍ୱ ପାଇଁ କିମ୍ବା ରଚନାତ୍ମକ କାମ ସକାଶେ ଗର୍ବ ଅନୁଭବ କରିବେ।
କନ୍ୟା
ବଳଶାଳୀ ବୁଧ ବୌଦ୍ଧିକତା ବୃଦ୍ଧି କରି ସାମାଜିକ ସ୍ତରରେ ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନ କରିବେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ବନ୍ଧୁମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ଖୁସୀ ହୋଇପାରନ୍ତି।
ତୁଳା
ତୁଳା
କର୍ମାଧିପ ଭାଗ୍ୟସ୍ଥ ହେତୁ ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା କଦାପି ବିଫଳ ହେବନି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ।
ବିଛା
ବିଛା
ମୁଖଭାବରେ ବୃହସ୍ପତି ଥିବାରୁ ଔଚିତ୍ୟପୂର୍ଣ୍ଣ କଥା କହି ପ୍ରିୟଜନଙ୍କର ଶ୍ରଦ୍ଧାଭାଜନ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ।
ଧନୁ
ଧନୁ
ମୁହଁରେ ମଧୁରତା ପ୍ରକାଶ ପାଇଲେ ମଧ୍ୟ ମାନସିକ ସ୍ତରରେ ଅନ୍ୟମନସ୍କତା ଲାଗିରହିବ। ଆଲୋଚନା ପରିସରରେ, ସଭାରେ, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର

ଆଜି ଶନିଙ୍କ ପ୍ରଭାବରୁ ଆପଣଙ୍କ କୌଣସି କାମ ଅଟକି ରହିବନାହିଁ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିବେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ନ ଫେରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଅତି ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଟି ସହ ବାର୍ତ୍ତାଳାପ ପାଇଁ ମନ ଛଟପଟ ହୋଇପାରେ।

କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁଙ୍କ ସାହାଯ୍ୟରୁ ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବାରୁ ଆଶ୍ୱସ୍ତି ଲାଭ କରିବେ।
ମୀନମୀନ

ଅଷ୍ଟମସ୍ଥ ବୁଧ ଯୋଗୁ ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାଗୁଡିକୁ ସାମନା କରି ନ ପାରି ବିବ୍ରତ ବୋଧ କରିପାରନ୍ତି। ସହକର୍ମୀଙ୍କ ସହାନୁଭୂତି ଯୋଗୁଁ କାମଗୁଡିକ ସଂପନ୍ନ କରିବା ସକାଶେ ବିଶେଷ ଅସୁବିଧା ହେବ ନାହିଁ। ପାରସ୍ପରିକ ଭୁଲ୍‌ ବୁଝାମଣାରୁ ବନ୍ଧୁଙ୍କ ନିକଟରୁ ଅନାଦର ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri