ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ: କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ

ଜୟପାଟଣା, ୧୦।୧୦(ଓମ ପ୍ରକାଶ ବୈଠାରୁ):କଲହାଣ୍ଡିରେ ଥମୁନି ଦାଦନ ଦୁଃଖ। ପୁଣି ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ। କାନ୍ଦବୋବାଳିରେ ଫାଟିପଡିଛି ଗାଁ ଦାଣ୍ଡ। ଏଭଳି ଦୁଖଃଦ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ପ୍ରଜାନାଗଫେଡ଼ି ଗାଁରେ। ଏହି ଗାଁର ଗିରିରାଜ ବାଣୁଆ ନାମକ ଜଣେ ଯୁବକ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇ ସେଠାରେ ଟ୍ରେନରେ ତାଙ୍କର ମୃତ୍ୟୁ ହୋଇଛି।
ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ଯୋଗୁ ମୃତଦେହ ଗାଁକୁ ଆଣିବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ସ୍ଥାନୀୟ ଲୋକେ ବିଧାୟକ ପ୍ରଦୀପ ଦିଶାରୀ ଓ ଭବାନୀପାଟଣା ଆଦିବାସୀ ସଂଘ ସଭାପତିଙ୍କୁ ଜଣାଇଥିଲେ। ଏହାପରେ ଉଭୟେ ଏହି ଘଟଣାକୁ ନେଇ ଜିଲା ପ୍ରଶାସନକୁ ଜଣାଇବା ପରେ ମୃତ ଗିରିରାଜ ବାଣୁଆଙ୍କ ମୃତଦେହ ଗାଁକୁ ଆଣିବା ବ୍ୟବସ୍ଥା କରିଥିଲେ। ଶୁକ୍ରବାର ତାଙ୍କ ମରଶରୀର ଗାଁକୁ ଫେରିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରୋଜଗାରିଆ ପୁଅକୁ ହରାଇ ବାପାମା ଭାଙ୍ଗି ପଡ଼ିଥିବାବେଳେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗେଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ ଇଣ୍ଡିଆକୁ ମିଳିଥିଲା କି ପୁରସ୍କାର ରାଶି? ଜାଣନ୍ତୁ ICC ନିୟମ ବିଷୟରେ

ନୂଆଦିଲ୍ଲୀ,୮।୧୧: ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପ୍ରତି ୨୦୨୫ ODI ବିଶ୍ୱକପ ଜିତିଛି। ଏଥିପାଇଁ, ସେମାନେ ପ୍ରାୟ ୪୦ କୋଟି ଟଙ୍କା ପୁରସ୍କାର ରାଶି ପାଇଛନ୍ତି।...

ହାତୀ ଆକ୍ରମଣରେ ୫ ବର୍ଷର ଶିଶୁର ମୃତ୍ୟୁ ଘଟଣା: ସହାୟତାର ହାତ ବଢ଼ାଇଲେ ସମାଜସେବୀ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବନାଞ୍ଚଳ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ହରଡIଗୁଡା  ଗ୍ରାମରେ ଗତ ୩...

ଭାରତର ସ୍ଥାନ ନିଶ୍ଚିତ! କିନ୍ତୁ ପାକିସ୍ତାନ ଅଲିମ୍ପିକ୍ସରେ ଖେଳିପାରିବ ନାହିଁ, ICC ବୈଠକରୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ

ନୂଆଦିଲ୍ଲୀ,୮।୧୧: ଭାରତ ବନାମ ପାକିସ୍ତାନ। କ୍ରିକେଟର ସବୁଠାରୁ ବଡ଼ ଏବଂ ଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରୁ ଗୋଟିଏ, କିନ୍ତୁ ଏହି ଦୁଇ ଦଳ ଏବେ କେବଳ ICC...

ଚନ୍ଦ୍ର ମେରୁର ରାଡାର ଫଟୋ ପଠାଇଲା ଚନ୍ଦ୍ରାୟନ-୨

ନୂଆଦିଲ୍ଲୀ,୮ା୧୧: ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍‌ ପଠାଇଲାଣି। ମିଶନର...

ଜିଲାସ୍ତରୀୟ ଶିଶୁ ମହୋତ୍ସବରେ ମୋହନା ଛାତ୍ରୀଛାତ୍ରଙ୍କ ସଫଳତା

ମୋହନା,୮।୧୦(ମନ୍ମଥ ମିଶ୍ର): ପାରଳାଖେମୁଣ୍ଡି ରେ ଆୟୋଜିତ ଗଜପତି ଜିଲା ସ୍ଥରୀୟ ସୁରଭି କାର୍ଯ୍ୟକ୍ରମରେ ମୋହନା ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହିଲଟପ୍‌ ମାଧ୍ୟମିକ ଉଚ୍ଚ...

ଅଷ୍ଟ୍ରେଲିଆ ମାଟିରେ ଟିମ୍‌ ଇଣ୍ଡିଆର ସିରିଜ୍‌ ବିଜୟ

ବ୍ରିସ୍‌ବେନ,୮ା୧୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ କେବଳ ୪.୫ ଓଭର...

ମୁନିରଙ୍କୁ ବଡ଼ ଦାୟିତ୍ୱ! ଜାଣନ୍ତୁ ତାଙ୍କ କ୍ଷମତା ସମ୍ପର୍କରେ

ଇସଲାମାବାଦ,୮।୧୧: ଭାରତ ସହିତ ସାମ୍ପ୍ରତିକ ଉତ୍ତେଜନାରୁ ‘ଅନେକ ଶିକ୍ଷା’ ପାଇଥିବା ଦାବି କରି, ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା...

RBIର ନୂଆ ଉପହାର! ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ, ଲଞ୍ଚ ହେବ Junio UPI Wallet  

ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri