କାଟ୍ରିନାଙ୍କ ବିବାହ ସମୟରେ ବିଦେଶ ଯିବେ ସଲମାନ

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଖୁବଶୀଘ୍ର ବାଜିବ ସାହାନାଇ। ବୟଫ୍ରେଣ୍ଡ ଭିକି କୌଶଲଙ୍କୁ ସେ ଆସନ୍ତା ଡିସେମ୍ବର ୯ରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହି ଦମ୍ପତି ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ବିବାହ କରିବେ। ସଙ୍ଗୀତ ଏବଂ ମେହେନ୍ଦି ଫଙ୍କସନ ଡିସେମ୍ବର ୭-୮ ରେ ଅନୁଷ୍ଠିତ ହେବ। କାଟ୍ରିନା ଏବଂ ଭିକି ନିଜ ବିବାହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ୟାଟଙ୍କ ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବାର ସୂଚନା ମିଳିଛି। ଏପରିକି ଏହି ଦୁଇ ସେଲବ୍ରିଟି ନିଜ ବିବାହ ପାଇଁ ଏସଓପି ଜାରି କରିଥିବା ସୂଚନା ମିଳିଛି । ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା। କିଏ କେଉଁଠି ରହିବ, କିଏ କେମିତି ଆସିବ ସବୁ କିଛି ଫାଇନାଲ ହୋଇ ସରିଲାଣି। କେବଳ ବିବାହକୁ ଅପେକ୍ଷା।
ହେଲେ କ୍ୟାଟଙ୍କ ବିବାହରେ ବଲିଉଡର ଦବଙ୍ଗ ଖାନ ଯୋଗ ଦେବେ ନା ନାହିଁ ସେ ନେଇ ଦେଖାଦେଇଛି ସସ୍ପେନ୍ସ। ଉଭୟ ଏବେ ଟାଇଗର-୩ରେ କାମ କରୁଥିବା ବେଳେ ସଲମାନଙ୍କ ପାଇଁ କ୍ୟାଟ ହେଉଛନ୍ତି ବେଶ ଖାସ୍‌। ହେଲେ ତାଙ୍କ ବିବାହରେ ସଲମାନଙ୍କ ଉପସ୍ଥିତ ରହିବେ ନା ନାହିଁ ସେ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଚାଲିଛି। ଏବେ ଖବର ଆସିଛି କାଟ୍ରିନାଙ୍କ ବିବାହ ସମୟରେ ସଲମାନ ନିଜ ଶୋ’ ପାଇଁ ଦେଶ ବାହାରେ ଥିବେ। ସଲମାନ ତାଙ୍କ ସୁପରହିଟ ଫିଲ୍ମ ‘ଦବଙ୍ଗ’ ନାମରେ ଅନେକ ବର୍ଷ ଧରି ଷ୍ଟେଜ ଶୋ’ କରୁଛନ୍ତି। ଏହି ବର୍ଷ ତାଙ୍କ ଶୋ ୧୦ ଡିସେମ୍ବରରେ ରିୟାଦରେ ଅନୁଷ୍ଠିତ ହେବ। ସେ ଜାଣିଶୁଣି ସେଦିନ ମୁମ୍ବାଇ ଦେଶରେ ରହିବାକୁ ଚାହାଁନ୍ତି ନାହିଁ ଏବଂ ଏହି ବିବାହକୁ ନିମନ୍ତ୍ରଣ ପାଇଛନ୍ତି କି ନାହିଁ ପ୍ରଶ୍ନର ଉତ୍ତର ଦେବାଠାରୁ ଦୂରରେ ରହିବାକୁ ଚାହାଁନ୍ତି।
ନିକଟରେ ସଲମାନଙ୍କ ଭଉଣୀ ଅର୍ପିତା କହିଥିଲେ କ୍ୟାଟଙ୍କ ବିବାହ ପାଇଁ ଏ ଯାଏ ସେମାନେ କୌଣସି ନିମନ୍ତ୍ରଣ ପାଇ ନ ଥିବା କହିଛନ୍ତି। ଏପରିକି ସଲମାନଙ୍କ ଭଉଣୀ ଅଲଭିରାଙ୍କୁ ମଧ୍ୟ ଏ ଯାଏ କୌଣସି ନିମନ୍ତ୍ରଣପତ୍ର ମିଳିନି । ତେଣୁ ସେମାନେ ବିବାହରେ ଯୋଗ ଦେବା ନେଇ କିଛି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ଅର୍ପିତା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri