Posted inଖେଳ

ଜିତିବା ପରେ ବି ପାକିସ୍ତାନ ଉପରେ ଆଇସିସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଭୁଲ ମାନିଲେ ଅଧିନାୟକ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ, ୨।୧୧: ରବିବାର ଲାହୋରର ଗଦାଫି ଷ୍ଟାଡିୟମରେ ଟ୍ରାଇ-ନେସନ ସିରିଜର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ଶ୍ରୀଲଙ୍କାକୁ ୩ ଉଇକେଟ୍‌ରେ ପରାସ୍ତ କରି ଟାଇଟଲ ନିଜ ନାମରେ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୩୨୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ପାକିସ୍ତାନ ୯ଟି ବଲ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଫଖର ଜମାନ ୧୨୭ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ। ସେହିପରି ଫାଇନାଲରେ ଅରାଫତ ମିନ୍ହାସ ୬୧ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ତାଙ୍କୁ ଏହି ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ମଧ୍ୟ ଚୟନ କରାଯାଇଥିଲା।

ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ମାଜ ସଦାକତ୍‌ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ବାବର ଆଜମ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଉଭୟ ବାବର ଓ ମାଜ୍‌ଙ୍କୁ ଦିଲଶାନ ମଧୁଶଙ୍କା ଆଉଟ କରିଥିଲେ। ମାତ୍ର ୧୪ ରନରେ ୨ଟି ଉଇକେଟ୍‌ ହରାଇବା ପରେ ଫଖର ଜମାନ ଓ ସାଦ ବେଗ୍‌ଙ୍କ ମଧ୍ୟରେ ୧୪୯ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ହୋଇଥିଲା।

ଫଖର ଜମାନ ୯୯ଟି ବଲରେ ୧୨୭ ରନର ଏକ ଦମଦାର ପାଳି ଖେଳିଥିଲେ। ଏହି ଚମତ୍କାର ପାଳିରେ ସେ ୬ଟି ଛକା ଓ ୧୧ଟି ଚୌକା ମାରିଥିଲେ। ସେହିପରି ସାଦ ବେଗ ୭୫ଟି ବଲରୁ ୭୦ ରନ ସଂଗ୍ରହ କରିଥିଲେ। ଶେଷ ଆଡ଼କୁ ହସନ ନୱାଜ (୩୭) ଏବଂ ଅରାଫତ ମିନ୍ହାସ (୬୧) ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ମିନ୍ହାସ ମାତ୍ର ୩୧ଟି ବଲରେ ୬୧ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ। ଏଥିରେ ସେ ୪ଟି ଛକା ଓ ୩ଟି ଚୌକା ମାରିଥିଲେ। ତାଙ୍କର ଏହି ଦ୍ରୁତ ବ୍ୟାଟିଂ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟକୁ ସହଜ କରିଦେଇଥିଲା।

ଫାଇନାଲ ମ୍ୟାଚରେ ବିଜୟୀ ହେବା ପରେ ମଧ୍ୟ ପାକିସ୍ତାନ ଟିମକୁ ICCର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିଛି। ମନ୍ଥର ଓଭର ରେଟରେ ବୋଲିଂ କରିବା କାରଣରୁ ପାକିସ୍ତାନ ଖେଳାଳିଙ୍କ ମ୍ୟାଚ ଫି’ର ୫ ପ୍ରତିଶତ ଜରିମାନା ଲଗାଯାଇଛି। ଏମିରେଟ୍ସ ICC ଏଲିଟ ପ୍ୟାନେଲର ମ୍ୟାଚ ରେଫରୀ ଜେଫ କ୍ରୋ ସମୟର ରିହାତିକୁ ବିଚାରକୁ ନେବା ପରେ ଜାଣିବାକୁ ପାଇଥିଲେ ଯେ, ଘରୋଇ ଦଳ ପକ୍ଷରୁ ନିର୍ଦ୍ଧାରିତ ସମୟ ତୁଳନାରେ ଗୋଟିଏ ଓଭର କମ ବୋଲିଂ କରାଯାଇଥିଲା।

ଏହି ଉଲ୍ଲଂଘନ ‘ଖେଳାଳି ଏବଂ ଖେଳାଳି ସହାୟକ କର୍ମଚାରୀଙ୍କ ପାଇଁ ICC ଆଚରଣ ସଂହିତା’ର ଧାରା ୨.୨୨ ଅନ୍ତର୍ଗତ ଆସୁଛି। ଏହି ନିୟମ ସର୍ବନିମ୍ନ ଓଭର ରେଟ ସମ୍ବନ୍ଧୀୟ ଉଲ୍ଲଂଘନ ପାଇଁ ଲାଗୁ ହୋଇଥାଏ।

ଏହି ନିୟମ ଅନୁଯାୟୀ, ଯଦି କୌଣସି ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ସମସ୍ତ ଓଭର ଶେଷ କରିପାରେ ନାହିଁ, ତେବେ ଦଳର ଖେଳାଳିମାନଙ୍କ ମ୍ୟାଚ ଫି’ର ୫ ପ୍ରତିଶତ ଜରିମାନା ଆଦାୟ କରାଯାଇଥାଏ। ପାକିସ୍ତାନର ଅଧିନାୟକ ଶାହିନ ଶାହ ଆଫ୍ରିଦି ମନ୍ଥର ଓଭର ରେଟ ଉଲ୍ଲଂଘନ ପାଇଁ ନିଜର ଦୋଷ ସ୍ବୀକାର କରିବା ସହ ପ୍ରସ୍ତାବିତ ଦଣ୍ଡକୁ ମଧ୍ୟ ଗ୍ରହଣ କରିନେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆରେ ଇତିହାସ ରଚିଲା କ୍ରିକେଟ୍‌ର ଶିଶୁ: ସମସ୍ତଙ୍କ ଚକିତ କଲା ପ୍ରଦର୍ଶନ

ନୂଆଦିଲ୍ଲୀ,୨।୧୧:ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନାମ୍ବିଆର ଐତିହାସିକ ସଫଳତା। ଆୟରଲାଣ୍ଡକୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ୩-୨ରେ ପରାସ୍ତ କରି ଇତିହାସ ରଚିଛି ନାମ୍ବିଆ। ନଭେମ୍ବର ୧ରେ ଖେଳାଯାଇଥିବା…

ନ୍ୟୁଜିଲାଣ୍ଡ ସିରିଜ ପରେ ଏହି ୪ ଭାରତୀୟ ଖେଳାଳିଙ୍କ ଟି-୨୦ କ୍ୟାରିୟର ଉପରେ ଝୁଲୁଛି ଖଣ୍ଡା, କଟିବ ପତ୍ତା! ଲିଷ୍ଟରେ ଅଛନ୍ତି…

ନୂଆଦିଲ୍ଲୀ, ୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତିବାରେ ସଫଳ ହୋଇଛି ଭାରତ। ଏହି ସିରିଜେରେ କିଛି ଭାରତୀୟ ଖେଳାଳି ନିଜର ପ୍ରଦର୍ଶନ ବଳରେ ଆଶା…

ବିଦାୟ ନେଲେ ମା’ ଗଜଲକ୍ଷ୍ମୀ: ଋଷିକୁଲ୍ୟାରେ ମା’ଙ୍କ ଭସାଣି

ଗଞ୍ଜାମ,୨/୧୧ (ବିଦ୍ୟାଧର ସାହୁ): ବିଦାୟ ନେଇଛନ୍ତି ମା’ ଗଜଲକ୍ଷ୍ମୀ। ଏକ ବିରାଟ ପଟୁଆରରେ ମା’ଙ୍କୁ ବଜାର ପରିକ୍ରମା କରାଯିବା ପରେ ଦାମୋଦରପୁରସ୍ଥିତ ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା କରାଯାଇ…

ଗଜକେଶରୀ ରାଜଯୋଗ: ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାର୍‌ଚାନ୍ଦ, ଚାରିଆଡୁ ହୁ ହୁ ହୋଇ ବଢିବ ଧନ! ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସିଂହ ରାଶିରେ ଗୁରୁ ଓ ଚନ୍ଦ୍ରମାଙ୍କ ଅବସ୍ଥାନ ଯୋଗୁ ଉଭୟ ଗ୍ରହଙ୍କ ମଧ୍ୟରେ ଏକ ବିଶେଷ ସଂଯୋଗ ସୃଷ୍ଟି ହେବ। ଏହାର ପ୍ରଭାବରେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ମଝିରେ ଟିମ୍‌ଇଣ୍ଡିଆ ପାଇଁ ଆସିଲା ଖରାପ ଖବର: ବଢିଲା ଆଶଙ୍କା

ନୂଆଦିଲ୍ଲୀ,୨।୧୧: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟାରୁ ମୁକୁଳି ନଥିବା ଷ୍ଟାର ଉଇକେଟକିପର ବ୍ୟାଟର ଋଷଭ ପନ୍ତ ନ୍ୟୁଜିଲାଣ୍ଡ…

ବାଣୀବିହାରରେ ଝାଡ଼ାବାନ୍ତି ଆତଙ୍କ

ଭୁବନେଶ୍ବର,୨।୧୧: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ସୋମବାର ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ବିଶ୍ବବିଦ୍ୟାଳୟର ୭ ନମ୍ବର ଛାତ୍ରୀ ନିବାସର ୧୦ଜଣ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ…

ଟିମ ଇଣ୍ଡିଆକୁ ବଡ଼ କ୍ଷତି: ଲଗାତାର ୨ ପରାଜୟ ପରେ…

ନୂଆଦିଲ୍ଲୀ,୨।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ଯୋଗୁ ଆଇସିସି ଟି-୨୦…

ନ୍ୟୁଜିଲାଣ୍ଡରେ ଚମକିଲେ ଏହି ଭାରତୀୟ ଯୁବ ଖେଳାଳି, ଟିମ ଇଣ୍ଡିଆ ଦେଲା ବଡ଼ ଉପହାର, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୨।୧୧: ଟିମ ଇଣ୍ଡିଆର ଅନେକ ବଡ଼ ବଡ଼ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଫ୍ଲପ୍‌ ହୋଇଛନ୍ତି। ଭାରତ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ବ୍ୟାଟିଂରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?