ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସିଂହ ରାଶିରେ ଗୁରୁ ଓ ଚନ୍ଦ୍ରମାଙ୍କ ଅବସ୍ଥାନ ଯୋଗୁ ଉଭୟ ଗ୍ରହଙ୍କ ମଧ୍ୟରେ ଏକ ବିଶେଷ ସଂଯୋଗ ସୃଷ୍ଟି ହେବ। ଏହାର ପ୍ରଭାବରେ ଗଜକେଶରୀ ରାଜଯୋଗ ଗଠନ ହେବ। ଗୁରୁ ଓ ଚନ୍ଦ୍ରମାଙ୍କ ଏହି ଯୁତିର ପ୍ରଭାବ ବିଭିନ୍ନ ରାଶିର ଜାତକଙ୍କ ଜୀବନରେ ପଡ଼ିବ। ବିଶେଷକରି ମେଷ, ମିଥୁନ, ସିଂହ ଓ ତୁଳା ରାଶି ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ରହିବ। ଏହି ରାଶିର ବ୍ୟକ୍ତିମାନଙ୍କୁ କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିବା ସହ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ।
ମେଷ ରାଶି: ଗୁରୁ ଓ ଚନ୍ଦ୍ରମାଙ୍କ ଯୁତିରୁ ସୃଷ୍ଟି ହେଉଥିବା ଗଜକେଶରୀ ରାଜଯୋଗ ମେଷ ରାଶି ପାଇଁ ଶୁଭ ଫଳଦାୟକ ରହିବ। ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଏହାସହ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଲାଭବାନ ହେବାର ଯୋଗ ରହିଛି।
ମିଥୁନ ରାଶି: ମିଥୁନ ରାଶିର ଜାତକଙ୍କ ପାଇଁ ଗଜକେଶରୀ ରାଜଯୋଗ ଅତ୍ୟନ୍ତ ଭଲ ରହିବ। ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି। ଯଦି କୌଣସି ବିବାଦ ଲାଗି ରହିଛି, ତେବେ ତାହାର ସମାଧାନ ହୋଇପାରେ। ବିଶେଷକରି ଗଣମାଧ୍ୟମ ଓ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ଅଧିକ ଲାଭବାନ ହେବେ।
ସିଂହ ରାଶି: ଗୁରୁ ଓ ଚନ୍ଦ୍ରମା ଉଭୟ ଗ୍ରହଙ୍କ ଯୁତି ସିଂହ ରାଶିରେ ହିଁ ହେଉଛି। ଏହି ରାଶିରେ ଗଜକେଶରୀ ରାଜଯୋଗ ଗଠନ ହେବା ସିଂହ ରାଶିର ଜାତକଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ରହିବ। ଆର୍ଥିକ ଲାଭର ଅନେକ ସୁଯୋଗ ମିଳିବ। ତେବେ ସ୍ବାସ୍ଥ୍ୟ ପ୍ରତି ବିଶେଷ ସତର୍କ ରହିବାକୁ ପଡ଼ିବ।
ତୁଳା ରାଶି: ତୁଳା ରାଶିର ଜାତକଙ୍କ ପାଇଁ ଗୁରୁ ଓ ଚନ୍ଦ୍ରମାଙ୍କ ଯୁତି ଶୁଭ ଫଳ ଆଣିବ। ବିଶେଷକରି ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିବ। ଆୟ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
Dharitri – Odisha’s No.1 Odia Daily

