ମାଡ ହେଲା ବାତ୍ୟା: ୩ ଯାଏଁ ଓଡ଼ିଶାର ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧ା୧୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଫେଙ୍ଗାଲ’ର ରୂପ ନେଇଥିବାବେଳେ ଶନିବାର ରାତିରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ ଲାଗିରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ କୋହଲା ପାଗ ରହିଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ରବିବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ ଏବଂ ଖୋର୍ଦ୍ଧା ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ଅଛି। ୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି ୩ ତାରିଖରେ ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ସୂଚନା ଥାଉକି, ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ, କେନ୍ଦୁଝର, କନ୍ଧମାଳ, ଦେବଗଡ଼, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ନୟାଗଡ଼ ଆଦି ଜିିଲାର କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବା ରାତି ତାପମାତ୍ରା ବିଭିନ୍ନ ସ୍ଥାନରେ ସାମାନ୍ୟ ବୃଦ୍ଧି ପାଇଛି। ଅନ୍ୟାନ୍ୟ ଜିଲାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ସର୍ବାଧିକ ତାପମାତ୍ରା ଛତ୍ରପୁରରେ ୩୦.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୦.୪ ଡିଗ୍ରୀ ସେଲସିୟସ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri