ଶ୍ରୀଲଙ୍କାରେ ପ୍ରଳୟ ରଚିଲା ବାତ୍ୟା ଡିଟ୍‌ଓ୍ବା: ୧୫୧ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କଲମ୍ବୋ,୨୯ା୧୧ ବାତ୍ୟା ଡିଟ୍‌ଓ୍ବା ଜନିତ ପ୍ରବଳ ବର୍ଷାରେ ଶ୍ରୀଲଙ୍କାରେ ବନ୍ୟା ଏବଂ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ ସରକାରୀ ଆଶ୍ରୟ ସ୍ଥଳରେ ରହିଥିବା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଶ୍ରୀଲଙ୍କା ସରକାର ଜରୁରୀ ସ୍ଥିତି ଘୋଷଣା କରିବା ସହ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଛନ୍ତି।

ଶ୍ରୀଲଙ୍କାରେ ସପ୍ତାହେ ହେଲା ବର୍ଷା ଲାଗିରହିଥିବା ବେଳେ ବିପର୍ଯ୍ୟୟ ସୃଷ୍ଟି କରିଛି। ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଦେଶରେ ଜରୁରୀ ଆଇନ ଲାଗୁ କରିଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସେନାର ୩ ବାହିନୀକୁ ନିୟୋଜିତ କରାଯାଇଛି। ବାତ୍ୟା ଭାରତ ଆଡ଼େ ଅଗ୍ରସର ହେଉଥିବା ବେଳେ କଲମ୍ବୋର ପୂର୍ବରେ ଥିବା କାଣ୍ଡି ଜିଲାରେ ଭୂସ୍ଖଳନ ଘଟି ମୁଖ୍ୟ ରାସ୍ତାର ଅନେକ ଭାଗ ଜଳାର୍ଣ୍ଣବ ହୋଇଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ୍‌ ରହିଛି। କେଲାନି ନଦୀକୂଳର ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବାତ୍ୟାରେ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ବିଦେଶରେ ଥିବା ଶ୍ରୀଲଙ୍କା ନାଗରିକ ସହାୟତା ପଠାଇବା ପାଇଁ ସରକାର ନିବେଦନ କରିଛନ୍ତି।

ଶ୍ରୀଲଙ୍କାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସହାୟତା ପାଇଁ ଭାରତୀୟ ବାୟୁସେନା ୨୧ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଛି। ଏଥିସହିତ ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ଭାରତ ୮୦ ଜଣ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀ ଏବଂ ୮ ଟନ୍‌ ଉପକରଣ ପଠାଇଥିବା ଜଣାପଡ଼ିଛି। ଶ୍ରୀଲଙ୍କାରେ ବିପର୍ଯ୍ୟୟ ଖବର ପାଇବା ପରେ ଭାରତ ତୁରନ୍ତ ଅପରେଶନ ସାଗରବିନ୍ଦୁ ଜରିଆରେ ସହାୟତା ପଠାଇଥିଲା ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଭାରତୀୟ ବାୟୁସେନାର ଗୋଟିଏ ସି-୧୩୦ ଏବଂ ଗୋଟିଏ ଆଇଏଲ୍‌-୭୬ ବିମାନକୁ ରିଲିଫ୍‌ ପଠାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?