ବାତ୍ୟା ଅର୍ଣ୍ଣବ: ଗଞ୍ଜାମ-ଗଜପତି-କନ୍ଧମାଳ ପାଇଁ ଘୋଷଣା ହେଲା ରିଲିଫ, ୫୦ କେଜି ଚାଉଳ ସାଙ୍ଗକୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର,୧୧ା୧୧: ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ପାଇଁ ରିଲିଫ ଘୋଷଣା କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ସହାୟତା ଘୋଷଣା କରିଥିବା ବେଳେ ଆଜି ରିଲିଫ ଘୋଷଣା କରାଯାଇଛି । ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ ଜିଲାର ସବୁ ବ୍ଲକ୍‌ରେ ରିଲିଫ ମିଳିବା ନେଇ କୁହାଯାଇଛି ।

ଜାରି ହୋଇଥିବା ନିର୍ଦ୍ଦେଶାନାମା ଅନୁସାରେ, ସବୁ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ, ୨ ହଜାର ୫ ଶହ ଟଙ୍କା ମିଳିବ । ଚାଉଳ ବଣ୍ଟନ ପାଇଁ ଜିଲା ନାଗରିକ ଯୋଗାଣ ଅଧିକାରୀ ଏବଂ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ସହ ସମନ୍ୱୟ ରଖିବେ ଜିଲା ପ୍ରଶାସନ।  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିବା ପ୍ୟାକେଜ୍‌ ସହ ଏହି ରିଲିଫ୍‌ ପ୍ରଦାନ କରାଯିବ । ଏହି ୩ ଜିଲାର ସବୁ ପ୍ରଭାବିତ ପରିବାରକୁ ଚିହ୍ନଟ ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିବିଟି ଜରିଆରେ ୨ ହଜାର ୫ ଶହ ଟଙ୍କା ଲେଖାଏ ମିଳିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ଚାଉଳ ଓ ଟଙ୍କା ବଣ୍ଟନ ରିପୋର୍ଟ ପଠାଇବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

Dharitri – Odisha’s No.1 Odia Daily

Share