ଭୁବନେଶ୍ୱରରେ ଖୋଲିବ ସାଇବର ଥାନା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ସାଇବର ଠକେଇଜନିତ ଅଭିଯୋଗ ନେଇ ଗତ ଜାନୁୟାରୀ ୭ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ସାଇବର ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଥିଲା। ଇତିମଧ୍ୟରେ ଏହି ହେଲ୍ପ ଡେସ୍କକୁ ଏକମାସ ପୂରିଥିବାବେଳେ ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସମୀକ୍ଷା କରିଛନ୍ତି। ପରେ ପୋଲିସ ସେବା ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କମିଶନର ଷଡଙ୍ଗୀ କହିଛନ୍ତି, ଏକ ମାସ ମଧ୍ୟରେ ୧ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ଆସିଛି। ବିଶେଷ କରି ୟୁପିଆଇ ଟ୍ରାଞ୍ଜାକ୍ସନ ଯୋଗୁ ଅଧିକାଂଶ ଲୋକ ଠକେଇର ଶିକାର ହୋଇଛନ୍ତି। ଏଭଳି ଠକେଇ ରୋକିବା ପାଇଁ ୨୦୨୧ ମସିହା ଶେଷ ସୁଦ୍ଧା ଭୁବନେଶ୍ୱରରେ ସାଇବର ଥାନା ପ୍ରତିଷ୍ଠା କରାଯିବ।
ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଏକମାସ ମଧ୍ୟରେ ହେଲ୍ପ ଡେସ୍କକୁ ଠକେଇ ନେଇ ମୋଟ ୧୨୦୭ଟି ଫୋନ୍‌ କଲ ଆସିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରୁ ୩୬୮ଟି କଲ୍‌ ଆସିଥିବାବେଳେ ୫୨ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଛି। ଭୁବନେଶ୍ୱର ବାହାରୁ ୮୩୭ଟି କଲ୍‌ ଆସିଛି। ୧୨୦୭ କଲ୍‌ ମଧ୍ୟରୁ ୨୨୯ଟି କଲ୍‌ ଠକେଇ ସମ୍ପର୍କିତ ରହିଛି। ମୋଟ ୧କୋଟି ୪୦ଲକ୍ଷ ୫୪ହଜାର ୯୪୪ଟଙ୍କା ଠକେଇ ମଧ୍ୟରୁ ଭୁବନେଶ୍ୱରରୁ କେବଳ ୫୨ଲକ୍ଷ ୧୬ହଜାର ୪୮୩ ଟଙ୍କାର ଠକେଇ ହୋଇଛି। ସେଥିମଧ୍ୟରୁ ମୋଟ ୭ଲକ୍ଷ ୧୯ହଜାର ୭୧୧ ଟଙ୍କାର ଠକେଇ ରୋକିବାରେ ପୋଲିସ ସକ୍ଷମ ହୋଇପାରିଛି। ଡିଜିଟାଲ ଟ୍ରାଞ୍ଜାକ୍ସନ ବଢିବା ପରେ ଠକେଇର ଶିକାର ଘଟଣା ବୃଦ୍ଧି ପାଇଛି। ଏବେସୁଦ୍ଧା ୪୬ଟି ଠକେଇ ମାମଲା ରୁଜୁ ହେଲାଣି। ଏବେ ଲୋକେ ଧିରେ ଧିରେ ସଚେତନ ହେଉଛନ୍ତି। ଆଗଭଳି ଆଉ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଓଟିପି ଆଦି ଅଜଣା ବ୍ୟକ୍ତିଙ୍କୁ ଶେୟାର କରୁନାହାନ୍ତି। ଏଭଳି ଠକେଇକୁ ରୋକିବା ପାଇଁ ଭୁବନେଶ୍ୱରରେ ସାଇବର ଥାନା ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri