ରାଜ୍ୟରେ ବୃଦ୍ଧି ପାଉଛି ସାଇବର ଠକେଇ: ସଚେତନତା ସୃଷ୍ଟି କରିବା ପାଇଁ ଛାତ୍ରୀଛାତ୍ରଙ୍କୁ…

ଥୁଆମୂଳ ରାମପୁର,୪।୯(ଦୁର୍ଗା କୀର୍ତ୍ତି): ରାଜ୍ୟରେ ସାଇବର ଠକେଇ ଅଘଟଣ ଦିନକୁ ଦିନେ ବୃଦ୍ଧି ପାଉଛି। ଏହା ଦ୍ବାରା ଲୋକେ ବିଭିନ୍ନ ସମୟରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଶୁଣିବା ମିଳୁଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ସଚେତନତା ଘୋର ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ତାଲୁକା ଆଇନଗତ ସେବା କମିଟି ପକ୍ଷରୁ କଲେଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆ ପ୍ଳାର୍ଟଫର୍ମରେ ସୁରକ୍ଷା ଏବଂ ସାଇବର ଆଇନ ଉପରେ ସଚେତନ ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ତାଲୁକା ଆଇନଗତ ସେବା କମିଟି ପକ୍ଷରୁ ମଧ୍ୟ ସରକାରୀ ଡିଗ୍ରୀ କଲେଜ ପରିସରରେ ସରକାରୀ ବେସରକାରୀ ଡିଗ୍ରୀ କଲେଜ ସମେତ ବେସରକାରୀ +୨ କଲେଜର ଛାତ୍ରୀଛାତ୍ରମାନଙ୍କୁ ନେଇ ସୋସିଆଲ ମିଡିଆ ପ୍ଳାର୍ଟଫର୍ମରେ ସୁରକ୍ଷା ଏବଂ ସାଇବର ଆଇନ ଉପରେ ତାଲୁକା ଆଇନଗତ ସେବା କମିଟିର ଅଧ୍ୟକ୍ଷ ତଥା (ଜେଏମସି ) କୋର୍ଟ ବିଚାରକ ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ସାଇବର କ୍ରାଇମ ଡିଏସପି ଆଲକାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ସର୍ବେଶ୍ବର ଉଠାନ ସିଂ, ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି + ୨ କଲେଜର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ମୁଣ୍ତଛିନା, ଥାନା ଅଧିକାରୀ କୈବଲ୍ୟ ସେଠ, ଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ, ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଆଇନଜୀବୀ ଦିଲ୍ଲୀପ ନାଏକ, ଆଇନଜୀବୀ ପ୍ରିୟଙ୍କା ମାଝୀ, ଡିଗ୍ରୀ କଲେଜ ଅଧ୍ୟାପକ ବଳଭଦ୍ର ହରିଜନ, ଅଧ୍ୟାପକ ପରୀକ୍ଷିତ ମାଝୀ, +୨ କଲେଜ ଅଧ୍ୟାପକ ବବୃବାହନ ବୁଦ୍ଧିଆ, କର୍ତ୍ତବ୍ୟ ଅନୁଷ୍ଠାନ ବ୍ଳକ ସଂଯୋଜକ ସୁଦର୍ଶନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଇନଜୀବୀ ମନୋରଞ୍ଜନ ନାଏକ ଶିବିରକୁ ପରିଚାଳନା କରିଥିବାବେଳେ ସଚେତନ ଶିବିରେ ଯୋଗଦାନ କରିଥିବା କର୍ମକର୍ତ୍ତା ନିଜ ନିଜ ବକ୍ତବ୍ୟରେ ସୋସିଆଲ ମେଡିଆ ପ୍ଳାର୍ଟଫର୍ମରେ ସୁରକ୍ଷା ଏବଂ ସାଇବର ଆଇନ ଉପରେ କିଭଳି ଭାବରେ ମାନିଚଳିଲେ ଏହି ସାଇବର ଠକେଇରୁ ନିଜକୁ ଦୂରେଇ ରହିପାରିବା ସେନେଇ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଛାତ୍ରୀଛାତ୍ରମାନଙ୍କୁ ସଚେତନତା ସୃଷ୍ଟି କରାଇଥିଲେ। ସଚେତନ ଶିବିରକୁ ଜେଏମସି କୋର୍ଟର ଜୁନିଅର କ୍ଳର୍କ ଜିମି ବେହେରା ସମେତ କୋର୍ଟ ତଥା ଡିଗ୍ରୀ କଲେଜର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri