ହ୍ବାଟ୍ସଆପ୍‌ ଲଟେରି, ସିମ୍‌କାର୍ଡ ଭେରିଫିକେଶନ ନାଁରେ ସାଇବର ଠକେଇ

ଭୁବନେଶ୍ୱର,୧୮।୭(ବ୍ୟୁରୋ): କ୍ରେଡିଟ୍‌, ଡେବିଟ୍‌ କାର୍ଡ, ୟୁପିଆଇ ଭେରିଫିକେଶନ, ଲୋନ୍‌, ପୁରସ୍କାର, ହନିଟ୍ରାପ୍‌ ଆଦି ବାହାନାରେ ସାଇବର ଠକେଇ ହେଉଛି। ଏବେ ପୂର୍ବଭଳି ପୁଣିଥରେ ହ୍ବାଟସ୍‌ଆପ ଲଟେରି ଓ ସିମ୍‌କାର୍ଡ ଭେରିଫିକେଶନ ନାଁରେ ସାଇବର ଠକମାନେ ଲୋକଙ୍କୁ ଫସାଇ ଲୁଟୁଛନ୍ତି। ସାଧାରଣ ଲୋକେ ଠକଙ୍କ ଅସଲ ଯୋଜନା ବୁଝି ନ ପାରି ସେମାନଙ୍କ ଜାଲରେ ପଡ଼ୁଛନ୍ତି। ତେଣୁ ଏଭଳି ଠକେଇରୁ ବର୍ତ୍ତିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପୁଣି ସତର୍କ କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟୁଇଟ୍‌ କରି କହିଛନ୍ତି, କିଛିଦିନ ହେବ ହ୍ବାଟ୍‌ସଆପ୍‌ ପକ୍ଷରୁ ୨୫ଲକ୍ଷ ଟଙ୍କା ଲଟେରି ଜିତିଥିବା ନେଇ ଲୋକଙ୍କ ପାଖକୁ ଫୋନ୍‌ କଲ ଆସୁଛି। ଫୋନ୍‌ କଲର ଏକ ଅଡ଼ିଓ ରେକର୍ଡିଂ ମଧ୍ୟ ସେ ଟୁଇଟରେ ପୋଷ୍ଟ କରିଛନ୍ତି। ଏହି ଅଡିଓରେ ଜଣେ ବ୍ୟକ୍ତି ଫୋନ କରି ହ୍ବାଟ୍‌ସଆପ୍‌ ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରୁ କଲ୍‌ କରିଥିବା କହୁଛନ୍ତି। ଭାରତ ସମେତ ୫ ଦେଶର ଲକି ଡ୍ର ନମ୍ବରରେ ଆପଣ ସିଲେକ୍ଟ ହୋଇଥିବାବେଳେ ୨୫ଲକ୍ଷ ଟଙ୍କା ପାଇବେ ବୋଲି ମୁମ୍ବାଇ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଣେ କର୍ମଚାରୀଙ୍କୁ ନମ୍ବର ଦେଇଥିବା କହୁଛନ୍ତି। ଉକ୍ତ ନମ୍ବରକୁ ହ୍ବାଟ୍ସଆପ୍‌ରେ କଲ୍‌ କରି ଟଙ୍କା କିପରି ପାଇପାରିବେ ସେ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରନ୍ତୁ ବୋଲି କଲ୍‌ କରିଥିବା ଠକ ଜଣକ କହୁଛନ୍ତି। ତେବେ ଏହା ହେଉଛି ଠକେଇର ଏକ ଯୋଜନା। ତାଙ୍କୁ ଠକ ଦେଉଥିବା ନମ୍ବରରେ କଲ୍‌ କଲେ ବିଭିନ୍ନ ଆଳରେ ବ୍ୟାଙ୍କ ତଥ୍ୟ ଆଦାୟ କରି ଆକାଉଣ୍ଟରୁ ସମସ୍ତ ଟଙ୍କା କାଟିନେବେ। ସେହିପରି ସିମ୍‌ କାର୍ଡ ଭେରିଫିକେସନ୍‌ ନାଁରେ ଏକ ମେସେଜ୍‌ ଆସୁଛି। ମୋବାଇଲ୍‌ ନଂ.୬୨୯୫୨୦୩୩୨୯ରେ ୨୪ ଘଣ୍ଟା ମଧ୍ୟରେ ଯୋଗାଯୋଗ କରିବାକୁ କୁହାଯାଉଛି। ତେଣୁ ଏଭଳି କଲ୍‌ ଓ ମେସେଜଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଡିସିପି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri