ଆମେରିକା ଉପରେ ସାଇବର ଆକ୍ରମଣ

ୱାଶିଂଟନ,୨୦।୧୨: ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପକୁ ନେଇ ଉଠିଥିବା ଝଡ଼ ବିଗତ ୪ ବର୍ଷ ଧରି ଆମେରିକା ରାଜନୀତିକୁ ପ୍ରଭାବିତ କରିଆସିଥିଲା। ଏବେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଗରେ ରୁଷିଆ ଏହାଠୁ ଆହୁରି ବଡ଼ ସମସ୍ୟା ଛିଡ଼ା କରାଇଥିବା ମନେହେଉଛି। ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଉପରେ ଅଭୂତପୂର୍ବ ସାଇବର ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ରୁଷିଆର ସନ୍ଦିଗ୍ଧ ହ୍ୟାକରମାନେ ୱାଶିଂଟନର ପ୍ରମୁଖ ସଂସ୍ଥାଗୁଡ଼ିକୁ ଭେଦ କରିବାରେ ସକ୍ଷମ ହୋଇଛନ୍ତି। ସାଇବର ଆଟେକ୍‌ର ଶିକାର ହୋଇଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ରହିଛି ବାଣିଜ୍ୟ ଓ ରାଜକୋଷ ବିଭାଗ, ଆଭ୍ୟନ୍ତରୀଣ ନିରାପତ୍ତା, ଆଣବିକ ପ୍ରୟୋଗଶାଳା ଓ ପେଣ୍ଟାଗନ। ଏହାସହିତ ଆଗଧାଡ଼ିର ଅନେକ କମ୍ପାନୀ। ରୁଷିଆର ଗୁପ୍ତଚରମାନେ ମାସ ମାସ ଧରି ନିଜ ଇଚ୍ଛା ଅନୁସାରେ ବିନା ବାଧାରେ ବିଚରଣ କରିଚାଲିଥିବାବେଳେ ସେମାନେ କେତେ କ୍ଷତି ପହଞ୍ଚାଇଛନ୍ତି ଏବେ ଚକିତ ହୋଇଯାଇଥିବା ଅଧିକାରୀମାନେ କେବଳ ତା’ର ଆକଳନ କରୁଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ତାଙ୍କ ଚାରିପାଖେ ଥିବା କେଜିବି (କମିଟି ଫର୍‌ ଷ୍ଟେଟ୍‌ ସିକ୍ୟୁରିଟି) ଏଜେଣ୍ଟମାନେ ବିଶ୍ୱକୁ କିପରି ଦେଖନ୍ତି ଏହି ହ୍ୟାକିଂ ତା’ର ଏକ ନିଷ୍ଠୁର ଚେତାବନୀ। ଆମେରିକାକୁ ସେମାନେ ମୁଖ୍ୟ ଶତ୍ରୁ ବୋଲି ବିବେଚନା କରନ୍ତି। ହ୍ବାଇଟ୍‌ ହାଉସ୍‌ରେ ଜଣେ ଟ୍ରମ୍ପ୍‌ ଥାଆନ୍ତୁ କି ବାଇଡେନ୍‌, ପୁଟିନ ଓ ତାଙ୍କ ଗୁପ୍ତଚରମାନଙ୍କ ଏଭଳି ଶତ୍ରୁତାପୂର୍ଣ୍ଣ ଶୀତଳଯୁଦ୍ଧ ମାନସିକତା ବଳବତ୍ତର ରହିଥାଏ।
ସଦ୍ୟ ସାଇବର ଆଟେକ୍‌କୁ ‘ସନବର୍ଷ୍ଟ’ ନାମ ଦିଆଯାଇଛି। ଏଥିରେ ସବୁଠୁ ବେଶି ଶକ୍ତି ବିଭାଗ ପ୍ରଭାବିତ ହୋଇଥିବା କୁହାଯାଉଛି। ସେହିପରି ନ୍ୟୁ ମେକ୍ସିକୋ ଓ ୱାଶିଂଟନର ଫେଡେରାଲ ଏନର୍ଜି ରେଗୁଲେଟୋରି କମିଶନ (ଏଫ୍‌ଆଇଆରସି), ସେଣ୍ଡିଆ ନ୍ୟାଶନାଲ ଲାବରେଟୋରି ନ୍ୟୁ ମେକ୍ସିକୋ ଓ ଲସ୍‌ ଅଲାମୋସ୍‌ ନ୍ୟାଶନାଲ ଲାବରେଟୋରି ୱାଶିଂଟନ, ଜାତୀୟ ପରମାଣୁ ସୁରକ୍ଷା ପ୍ରଶାସନର ସୁରକ୍ଷିତ ପରିବହନ କାର୍ଯ୍ୟାଳୟ ଏବଂ ରିଚ୍‌ଲାଣ୍ଡ ଫିଲ୍ଡ ଅଫିସକୁ ଟାର୍ଗେଟ କରାଯାଇଛି। ଏହି ସମସ୍ତ ବିଭାଗ ଆମେରିକାର ଆଣବିକ ଅସ୍ତ୍ର ଭଣ୍ଡାରଗୁଡ଼ିକୁ ନିୟନ୍ତ୍ରଣ ଓ ଅସ୍ତ୍ରଶସ୍ତ୍ରଗୁଡ଼ିକର ସୁରକ୍ଷିତ ପରିବହନକୁ ସୁନିଶ୍ଚିତ କରିଥାଆନ୍ତି। ଆକ୍ରମଣର ଶିକାର ହୋଇଥିବା ସଂସ୍ଥାଗୁଡ଼ିକର ତାଲିକା ଲମ୍ବିବାରେ ଲାଗିଛି। ଅନେକ ସରକାରୀ ବିଭାଗଠୁ ନେଇ ଘରୋଇ କମ୍ପାନୀ ମଧ୍ୟ ସେମାନଙ୍କ ସିଷ୍ଟମ୍‌ ଉପରେ ଆକ୍ରମଣ ହୋଇଛି କି ନାହିଁ ଏବଂ ଯଦି ହୋଇଛି କେତେ ତଥ୍ୟ ଚୋରି ହୋଇଛି ତାହା ଯାଞ୍ଚ କରୁଛନ୍ତି। ଏହି ତଦନ୍ତ ଶେଷ ହେବା ପାଇଁ କିଛି ମାସ ଲାଗିଯାଇପାରେ। କାରଣ ଆକ୍ରମଣର ପରିସର ବିସ୍ତୃତ ହୋଇଥାଇପାରେ। ଆମେରିକା ମିଡିଆ ପଲିଟିକୋର ରିପୋର୍ଟ ଅନୁସାରେ ଶକ୍ତି ବିଭାଗ ମୁଖ୍ୟ ସୂଚନା ଅଧିକାରୀ ରୋକି କେମ୍ପିଓନ୍‌ ଏହି ଘଟଣା ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ଏହା ପରେ ଏନ୍‌ଏନ୍‌ଏସ୍‌ଏ ଟିମ୍‌ ହ୍ୟାକିଂ ସମ୍ପର୍କିିତ ସମସ୍ତ ତଥ୍ୟ ଆମେରିକା କଂଗ୍ରେସ ସମିତିକୁ ପଠାଇ ଦେଇଛି। ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ଏନେଇ ବିବୃତି ଜାରି କରାଯାଇପାରେ।
ମିଳିଥିବା ସୂଚନାନୁସାରେ ପ୍ରାୟ ମାସେ ଧରି ସାଇବର ଆଟେକ୍‌ ଚାଲିଥିବାବେଳେ ଗତ ରବିବାର ଟ୍ରେଜେରି ଓ ବାଣିଜ୍ୟ ବିଭାଗ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ, ମାଲ୍‌ୱେର କେବଳ ବିଜ୍‌ନେସ ନେଟ୍‌ୱର୍କକୁ କ୍ଷତି ପହଞ୍ଚାଇଛି। ଅସ୍ତ୍ରଭଣ୍ଡାର ସୁରକ୍ଷା ଉପରେ ଏହି ହ୍ୟାକ୍‌ର କୌଣସି ପ୍ରଭାବ ପଡ଼ିବ ନାହିଁ। ଟେକ୍‌ କମ୍ପାନୀ ମାଇକ୍ରୋସଫ୍ଟ କହିଛି ଯେ, ତା’ର ସିଷ୍ଟମ୍‌ରେ ବିପଜ୍ଜନକ ସଫ୍ଟୱେର ମିଳିଛି। ୱାଶିଂଟନ ପୋଷ୍ଟ ରୁଷିଆର ହ୍ୟାକିଂ ଗ୍ରୁପ୍‌ କୋଜି ବିୟର ଅଥବା ଏପିଟି ୨୯କୁ ସନ୍ଦେହ କରିଛି। ଏହି ଖବରକାଗଜ ମୁତାବକ କୌଣସି ହ୍ୟାକିଂ ଗ୍ରୁପ୍‌ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ କାର୍ଯ୍ୟକାଳରେ ହ୍ବାଇଟ୍‌ ହାଉସ୍‌ ଓ ଅନ୍ୟ କେତେକ ବିଭାଗର ଇ-ମେଲ୍‌ଗୁଡ଼ିକୁ ହ୍ୟାକ୍‌ କରିଥିଲା। ତେବେ ଆମେରିକାସ୍ଥିତ ରୁଷିଆ ଉଚ୍ଚାୟୁକ୍ତ ପକ୍ଷରୁ ସୋମବାର ସୋସିଆଲ ମିଡିଆରେ ବିବୃତି ଜାରି କରି ଏହି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।
ହ୍ୟାକର୍ସ ଅନ୍ୟ ସଂସ୍ଥାଗୁଡ଼ିକ ତୁଳନାରେ ଫେଡେରାଲ ଏଜେନ୍ସି ରେଗୁଲେଟୋରି କମିଶନକୁ ସବୁଠୁ ବେଶି କ୍ଷତି ପହଞ୍ଚାଇଛନ୍ତି। ଏହି ଏଜେନ୍ସିର ନେଟ୍‌ୱର୍କରେ ସର୍ବାଧିକ ଅନୁପ୍ରବେଶର ପ୍ରମାଣ ମିଳିଛି। ଏହି ମାମଲାରେ ସାଇବର ସିକ୍ୟୁରିଟି ଏବଂ ଇନ୍‌ଫ୍ରାଷ୍ଟକ୍ଚର ଏଜେନ୍ସି ହ୍ୟାକିଂ ଗତିବିଧି ସହ ଜଡ଼ିତ ଯାଞ୍ଚରେ ଆମେରିକା ଫେଡେରାଲ ସର୍ଭିସେସ୍‌କୁ ସହଯୋଗ କରୁଛନ୍ତି। ତେବେ କେତେ ତଥ୍ୟ ଚୋରି ହୋଇଛି ତାହା ଅଦ୍ୟାବଧି ଜଣାପଡ଼ିନାହିଁ। ହ୍ୟାକର୍ସ କେଉଁ ଗୋପନୀୟ ତଥ୍ୟ ଯାଏ ପହଞ୍ଚତ୍ କେତେ କ୍ଷତି କରିଛନ୍ତି, ତଦନ୍ତକାରୀ ଅଧିକାରୀମାନେ ତାହା ଜାଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କେତେ ମାତ୍ରାରେ ସୂଚନା ଚୋରି ହୋଇଛି ତାହା କିଛିଦିନ ମଧ୍ୟରେ ଜଣାପଡ଼ିଯିବ ବୋଲି ସେମାନେ କହିଛନ୍ତି।
ଆମେରିକାରେ ସାଇବର ସୁରକ୍ଷାର ଦାୟିତ୍ୱ ମୁଖ୍ୟତଃ ସାଇବର ସିକ୍ୟୁରିଟି ଆଣ୍ଡ ଇନ୍‌ଫ୍ରାଷ୍ଟକ୍ଚର ସିକ୍ୟୁରିଟି ଏଜେନ୍ସି (ସିଆଇଏସ୍‌ଏ) ପାଖରେ ଥାଏ। କିନ୍ତୁ ଟ୍ରମ୍ପ୍‌ ପ୍ରଶାସନରେ ଏହି ଏଜେନ୍ସିକୁ ଦୁର୍ବଳ କରି ଦିଆଯାଇଛି। ଏହାର ପୂର୍ବତନ ନିର୍ଦ୍ଦେଶକ ଖ୍ରିଷ୍ଟୋଫର କ୍ରେବ୍ସଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କୁ ଟ୍ରମ୍ପ୍‌ ପ୍ରଶାସନ ବାହାର କରିଦେଇଛି। ନିକଟରେ ଅନେକେ ଇସ୍ତଫା ମଧ୍ୟ ଦେଇଛନ୍ତି। ସମ୍ଭବତଃ ଏହି କାରଣରୁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ସାଇବର ଆଟେକ୍‌ ସମ୍ପର୍କରେ ପଦୁଟିଏ ମଧ୍ୟ କହିନାହାନ୍ତି। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ସାଇବର ସୁରକ୍ଷାକୁ ନିଜ ପ୍ରଶାସନର ସବୁଠୁ ବଡ଼ ପ୍ରାଥମିକତା ବୋଲି କହିଛନ୍ତି। ଆକ୍ରମଣକାରୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଆମେ ଆମେରିକାର ସହଯୋଗୀ ଓ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ସାଙ୍ଗରେ ନେଇ ସାଇବର ଆକ୍ରମଣକୁ ରୋକିବୁ ବୋଲି ବାଇଡେନ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ଯାଏ ଅନେକ କଥା ଜଣାପଡ଼ିନାହିଁ। ଯାହା ବି ଜଣାପଡ଼ିଛି, ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ।
ସିଆଇଏସ୍‌ଏ ପକ୍ଷରୁ କୁହାଯାଇଛି ଯେ, ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଏହି ସାଇବର ଆଟେକ୍‌ର ମୁକାବିଲା କରିବା ଅତି ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଆକ୍ରମଣ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଢାଞ୍ଚା କ୍ଷତିଗ୍ରସ୍ତ ହୋଇଛି। ସଂଘୀୟ ସଂସ୍ଥା ଓ ଘରୋଇ କ୍ଷେତ୍ରର କମ୍ପାନୀଗୁଡ଼ିକର ସୁରକ୍ଷାକୁ କ୍ଷତି ପହଞ୍ଚତ୍ଛି। ଏହି କ୍ଷତି ଗମ୍ଭୀର ବିପଦ ସୃଷ୍ଟି କରିଛି। ଯେଉଁମାନେ ଏହା ପଛରେ ଅଛନ୍ତି, ସେମାନେ ଧୈର୍ଯ୍ୟ, ପରିଚାଳନା ସୁରକ୍ଷା ଓ ଜଟିଳ ଟ୍ରେଡ୍‌କ୍ରାଫ୍ଟ ସହ ଏପରି କରିଛନ୍ତି। ହ୍ୟାକରମାନେ ଟେକ୍ସାସ୍‌ର ଆଇଟି କମ୍ପାନୀ ସୋଲାରୱିଣ୍ଡ୍‌କୁ ବ୍ୟବହାର କରି ନେଟ୍‌ୱର୍କକୁ ଭେଦ କରିଛନ୍ତି। ୧୦ ହଜାର ସୋଲାରୱିଣ୍ଡ୍‌ ଉପଭୋକ୍ତା ଏହି ଅପ୍‌ଡେଟ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି, ଯେଉଁଥିରେ ହ୍ୟାକର୍ସ ବିପଜ୍ଜନକ ସଫ୍ଟୱେର ଛାଡ଼ିଥିଲେ। ସୋଲାରୱିଣ୍ଡ୍‌କୁ ନିଜ ସର୍ଭରରୁ ଅନ୍‌ଇନ୍‌ଷ୍ଟଲ କରିବାକୁ ଆମେରିକୀୟ ଏଜେନ୍ସିଗୁଡ଼ିକୁ ଆରମ୍ଭରୁ ପରାମର୍ଶ ଦିଆଯାଇଥିଲା। ସୋଲାରୱିଣ୍ଡ୍‌ ବ୍ୟତୀତ ଅନ୍ୟ କେଉଁ ଉପାୟରେ ହ୍ୟାକର୍ସ ଭେଦ କରିଛନ୍ତି, ସେନେଇ ତଦନ୍ତ ଚାଲିଛି। ମାଇକ୍ରୋସଫ୍ଟ କହିଛି ଯେ, ଏହାର ୪୦ ଉପଭୋକ୍ତା ସାଇବର ଆଟେକ୍‌ର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ସରକାରୀ ଏଜେନ୍ସି, ଥିଙ୍କ୍‌ଟ୍ୟାଙ୍କ୍‌, ଘରୋଇ ସଂସ୍ଥା ଏବଂ ଆଇଟି କମ୍ପାନୀ ଅଛନ୍ତି। ସେଥିମଧ୍ୟରୁ ୮୦% ଆମେରିକୀୟ ଏବଂ ଅବଶିଷ୍ଟ ଉପଭୋକ୍ତା କାନାଡା, ମେକ୍ସିକୋ, ସ୍ପେନ୍‌, ବ୍ରିଟେନ୍‌, ଇସ୍ରାଏଲ ଓ ବେଲଜିୟମ୍‌ର। ମାଇକ୍ରୋସଫ୍ଟ ଅଧ୍ୟକ୍ଷ ବ୍ରେଡ୍‌ ସ୍ମିଥ୍‌ଙ୍କ ମତରେ ଏହା ସାଧାରଣ ଗୁପ୍ତଚରଗିରି ନୁହେଁ, ବରଂ ଏଥିରୁ ଆମେରିକା ସମେତ ବିଶ୍ୱର ଟେକ୍ନୋଲୋଜି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ତଦନ୍ତ ଆଗକୁ ବଢ଼ିଲେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri