ସାଇବର ମାମଲା:ସଫଳତା ଶୂନ

ଭୁବନେଶ୍ୱର,୪ା୭ (ବ୍ୟୁରୋ)(ତ୍ରିନାଥ ମହାନ୍ତି): କରୋନା କଟକଣା ପାଇଁ ଲୋକେ ଘରେ ରହିଲେ। ଇ-କାରବାର ଉପରେ ଅଧିକ ନିର୍ଭରଶୀଳ ହୋଇପଡିଲେ। ଏହାର ସୁଯୋଗ ନେଇ ସାଇବର ଅପରାଧୀମାନେ ଏବେ ବେଶ୍‌ ସକ୍ରିୟ ହୋଇଉଠିଛନ୍ତି। ନାନା ଉପାୟରେ ନିମିଷକରେ ବ୍ୟାଙ୍କ୍‌ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ସାଇବର ଅପରାଧୀମାନେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଆଦି ବଡ଼ ବଡ଼ ସହରରେ ରହି ଓଡ଼ିଶାରେ ରହୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଅଜଣା ଲିଙ୍କ୍‌ ପଠାଇ ପ୍ରଲୋଭିତ କରି ଠକୁଛନ୍ତି। କେତେବେଳେ ପେଟିଏମ୍‌ କଓ୍ବୋଇସି ଅପ୍‌ଡେଟ୍‌ ଆଳରେ ଟଙ୍କା ଲୁଟୁଛନ୍ତି, ତ ଆଉ କେତେବେଳେ ଅନଲାଇନ୍‌ରେ ଫେକ୍‌ ବିଜ୍ଞାପନ ଦେଇ ଓ ହ୍ୟାକିଂ କରି ଠକେଇ କରୁଛନ୍ତି। ବିଶେଷକରି ଲକ୍‌ଡାଉନ୍‌ ଆରମ୍ଭରୁ ରାଜ୍ୟରେ ସାଇବର ଅପରାଧ ଦୁଇଗୁଣା ବଢ଼ିଥିବାବେଳେ କେବଳ ୩ ମାସରେ ରାଜଧାନୀର ବିଭିନ୍ନ ଥାନାରେ ୩୩ ମାମଲା ରୁଜୁ ହୋଇଛି। କେବଳ ୧୨ଟି ମାମଲାରେ ପେଟିଏମ୍‌ କଓ୍ବୋଇସି ବନ୍ଦ ଭୟ ଦେଖାଇ ଅପରାଧୀମାନେ ଲୁଟିଛନ୍ତି ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ଏସବୁ ମାମଲାର ତଦନ୍ତ ନିଜେ ଥାନାଧିକାରୀ ନେଇଥିଲେ ମଧ୍ୟ ଏଯାଏ କୌଣସି ଗୋଟିଏରେ ସଫଳତା ମିଳିପାରିନି। ଅପରାଧୀମାନେ ବାହାର ରାଜ୍ୟରେ ରହି ର଼୍ୟାକେଟ ଚଲାଉଥିବାରୁ ଏବଂ ଓଡ଼ିଶା ପୋଲିସ ସେମାନଙ୍କ ନିକଟରେ ପହଞ୍ଚତ୍ପାରୁ ନ ଥିବାରୁ ମାମଲାର ତଦନ୍ତ ଆଗେଇପାରୁନି।

କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ମାର୍ଚ୍ଚ ମାସରେ ଏୟାରଫିଲ୍ଡ ଥାନାରେ ୩ଟି ସାଇବର ମାମଲା ରୁଜୁ ହୋଇଛି। ସେହିଭଳି କ୍ୟାପିଟାଲ, ଲିଙ୍ଗରାଜ, ଶହୀଦନଗର ଥାନାରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଥିବାବେଳେ ଭୁବନେଶ୍ୱର କମିଶନରେଟ ପୋଲିସ ଅନ୍ତର୍ଗତ ଜଟଣୀ ଥାନାରେ ୨ଟି ମାମଲା ହୋଇଛି। ଏପ୍ରିଲରେ କେବଳ ଇନ୍‌ଫୋସିଟି ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି। ହେଲେ ମେ’ ଓ ଜୁନ୍‌ ମାସରେ ସର୍ବାଧିକ ସାଇବର ଅଭିଯୋଗ ଆସିଥିଲା। ମେ’ରେ ଏୟାରଫିଲ୍ଡ, ବାଲିଅନ୍ତା, ଚନ୍ଦକା, ଶହୀଦନଗର, ନୟାପଲ୍ଲୀ ଥାନାରେ ଗୋଟିଏ ଲେଖାଏ ଓ ଚନ୍ଦ୍ରଶେଖରପୁର ଥାନାରେ ୨ଟି ମାମଲା ହୋଇଛି। ଜୁନ୍‌ରେ ଏୟାରପୋର୍ଟ, କ୍ୟାପିଟାଲ ଥାନାରେ ୨ଟି ଲେଖାଏ ସାଇବର ମାମଲା ହୋଇଥିବାବେଳେ ଚନ୍ଦକା, ଇନ୍‌ଫୋସିଟି, ଖାରବେଳନଗର, ଲିଙ୍ଗରାଜ, ମଞ୍ଚେଶ୍ୱର, ତମାଣ୍ଡୋ ଥାନାରେ ଗୋଟିଏ ଲେଖାଏ ମାମଲା ହୋଇଛି। ସେହିପରି ଖଣ୍ଡଗିରି ଥାନାରେ ୩ଟି ଓ ଚନ୍ଦ୍ରଶେଖରପୁର ଥାନାରେ ୪ଟି ସାଇବର ମାମଲା ରୁଜୁ ହୋଇଛି।
ପୋଲିସ ଅଧିକାରୀଙ୍କ ଅଭିଜ୍ଞତା ଅଭାବ ଅପରାଧୀଙ୍କୁ ସୁହାଉଛି
ସାଇବର ଅପରାଧୀମାନେ ହେଉଛନ୍ତି ଉଚ୍ଚ ଶିକ୍ଷିତ। ସେମାନଙ୍କର ସାଇବର ଜ୍ଞାନ ବେଶ୍‌ ଅଧିକ ରହୁଛି। ଏ କ୍ଷେତ୍ରରେ ପୋଲିସ ଅଧିକାରୀଙ୍କ ଦକ୍ଷତାର ଅଭାବ ସେମାନଙ୍କୁ ବେଶ୍‌ ସୁହାଉଛି। ଏପରି କି ଇନ୍ସପେକ୍ଟର ର଼୍ୟାଙ୍କ୍‌ର ଅଧିକାରୀ ଏହି ମାମଲାର ତଦନ୍ତ ଭାର ନେଉଥିଲେ ମଧ୍ୟ ର଼୍ୟାକେଟର ଚେରମୂଳ ଖୋଜି ପାଉନାହାନ୍ତି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ୨୦୧୮ ରିପୋର୍ଟ ଅନୁସାରେ ଓଡ଼ିଶା ପୋଲିସର ୨୦୦୬ଟି ସାଇବର ମାମଲା ତଦନ୍ତାଧୀନ ଥିଲା। ଏହାର ୭୬ ପ୍ରତିଶତ କେସ୍‌ ଏପର୍ଯ୍ୟନ୍ତ ପଡିରହିଛି। ଫଳରେ ସାଇବର ଅପରାଧୀମାନେ ଖସିଯାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି, ଏହି ଅଧିକାରୀଙ୍କୁ ଆଇଟି ବିଶେଷଜ୍ଞଙ୍କ ଦ୍ୱାରା ଆବଶ୍ୟକ ଟ୍ରେନିଂ ଦିଆଯାଇ ପାରୁନାହିଁ। ଅନ୍ୟପକ୍ଷରେ ଜଣେ ଥାନା ଅଧିକାରୀ କହିଛନ୍ତି ଯେ, ସାଇବର ଅପରାଧ ମାମଲାର ତଦନ୍ତ ପାଇଁ ଆବଶ୍ୟକ ଜ୍ଞାନ ସହ ସମୟ ଦରକାର। ଲ’ ଆଣ୍ଡ ଅର୍ଡର ସହ ଥାନାର ଅନ୍ୟ ମାମଲା ବୁଝିବା ଯୋଗୁ ଏସବୁ ମାମଲା ଉପରେ ସେତେଟା ଗୁରୁତ୍ୱ ଦିଆଯାଇପାରୁନି। ଏଥିପାଇଁ ସ୍ପେଶାଲ ଥାନା ଓ ଅଧିକାରୀ ନିୟୋଜିତ ରହିଲେ ହିଁ ଅପରାଧୀଙ୍କ ନିକଟରେ ପହଞ୍ଚତ୍ହେବ।
କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଅଣଦେଖା କରୁଛି
ପୂର୍ବରୁ ସାଇବର ଅପରାଧଜନିତ ଅଭିଯୋଗ କଟକ କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ଥିବା ରାଜ୍ୟ ସାଇବର ସେଲ୍‌ରେ ପଞ୍ଜୀକୃତ ହେଉଥିଲା। ଅଭିଯୋଗ ବଢିବାରୁ ରାଜ୍ୟର ସମସ୍ତ ଥାନାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଗଲା। ଏହାପରଠାରୁ କ୍ରାଇମବ୍ରାଞ୍ଚ ସାଇବର ମାମଲାକୁ ଅଣଦେଖା କରୁଥିବା କୁହାଯାଉଛି। ଅନେକ ସମୟରେ ସାଇବର ଅପରାଧୀଙ୍କ ନୂଆ ନୂଆ ତରିକା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ସର୍କ୍ୟୁଲାର ଜାରି କରୁଛି। ହେଲେ ତାହା ଅଧିକ ପ୍ରଚାର ପ୍ରସାର ହୋଇପାରୁ ନ ଥିବାରୁ ଲୋକେ ଠକେଇର ଶିକାର ହେଉଛନ୍ତି।
ପ୍ରତିବର୍ଷ ସାଇବରଜନିତ ମାମଲା ବଢୁଛି
ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ, ୨୦୧୭ରେ ଓଡ଼ିଶା ପୋଲିସ ୭୧୯ଟି ଓ ୨୦୧୮ରେ ୭୩୮ଟି ମାମଲା ରୁଜୁ କରିଥିଲା। ସେହିପରି ୨୦୧୯ରେ ୮୪୩ଟି ମାମଲା ହୋଇଥିବାବେଳେ ୨୦୨୦ ମେ’ ସୁଦ୍ଧା ରାଜ୍ୟରେ ୭ଶହରୁ ଊର୍ଦ୍ଧ୍ୱ ମାମଲା ହୋଇଛି। ବର୍ଷ ଶେଷବେଳକୁ ମାମଲା ସଂଖ୍ୟା ୨ହଜାର ପାଖାପାଖି ହୋଇଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri