ହଡ଼ପ ଟଙ୍କାରେ ମଉଜ

ଭୁବନେଶ୍ୱର,୫।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ କମିଶନରେଟ ପୋଲିସ। ଉଭୟଙ୍କୁ ୭ଦିନ ରିମାଣ୍ଡରେ ଆଣିବାକୁ ବୁଧବାର କୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ୩ଦିନ ପାଇଁ ଅନୁମତି ଦେଇଛନ୍ତି। ତେବେ ଏହି ରିମାଣ୍ଡ ଅବଧି ଗୁରୁବାରଠାରୁ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଟ୍ୟୁଶନ ଓ ଆଡମିଶନ ଫି’ ବାବଦକୁ ଆଦାୟ ହେଉଥିବା ଟଙ୍କାକୁ ହଡ଼ପ ପରେ କେଉଁବାଟରେ ଖର୍ଚ୍ଚ କରିଛନ୍ତି ତାହାର ପୂରା ତଥ୍ୟ ହାସଲ ପାଇଁ ଉଭୟଙ୍କୁ ମୁହାଁମୁହିଁ ଜେରା କରିବ ତମାଣ୍ଡୋ ଥାନା ପୋଲିସ। ତେବେ ଗିରଫ ପରେ ବିକାଶଙ୍କୁ ପଚରାଉଚୁରାବେଳେ ସେ ପ୍ରେମିକା ପାୟଲଙ୍କଠାରୁ ଟଙ୍କା ନେଇ ଅନ୍‌ଲାଇନରେ ଜୁଆ ଓ ଶେୟାର ମାର୍କେଟରେ ଲଗାଇଥିବା ସ୍ବୀକାର କରିଥିଲେ। ଏପରି କି ପ୍ରାୟ ୫୦ଲକ୍ଷ ଟଙ୍କା କେବଳ ଜୁଆରେ ଉଡ଼ାଇଥିଲେ। ଏଥିସହ ଆଉକିଛି ନୂଆ ତଥ୍ୟ ପାଇଛି ପୋଲିସ। ଉଭୟ ବିକାଶ ଓ ପାୟଲ ହଡ଼ପ ଟଙ୍କାରେ ମଉଜ କରୁଥିଲେ। ଚେନ୍ନାଇ, ବେଙ୍ଗାଲୁରୁ, ଜମ୍ମୁକଶ୍ମୀର ଆଦି ସ୍ଥାନକୁ ବୁଲିବାକୁ ଯାଉଥିଲେ। ଠକେଇ ଟଙ୍କାରେ ଢେର୍‌ ଅୟସ ଜୀବନ ବିତାଉଥିବାର କିଛି ଫଟୋ ମଧ୍ୟ ପୋଲିସ ହାତରେ ଲାଗିଛି। ଏଥିସହ ବିକାଶଙ୍କ ମୋବାଇଲ୍‌ ଫୋନ୍‌ ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି। ତେବେ କଥାବାର୍ତ୍ତାରେ ତାଳମେଳ ରହୁ ନ ଥିବାରୁ ଆହୁରି ଅନେକ କଥା ଲୁଚାଉଥିବା ପୋଲିସ ସନ୍ଦେହ କରୁଛି। ଗୁରୁବାର ପାୟଲ ରହୁଥିବା ଘରକୁ ଯାଇ ପୋଲିସ ତନାଘନା କରିବ ବୋଲି ସୂଚନା ମିଳିଛି।

ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବାବେଳେ ଉକ୍ତ ବିଶ୍ୱବିଦ୍ୟାଳୟରୁ ୨୦୧୯ରେ ପାସ୍‌ ଆଉଟ୍‌ ଛାତ୍ର ବିକାଶଙ୍କ ସହ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିକାଶ ବିଭିନ୍ନ ସମୟରେ ବାହାନା କରି ପାୟଲଙ୍କୁ ଟଙ୍କା ମାଗିଥିଲେ। ଛାତ୍ରୀଛାତ୍ରଙ୍କ ଟ୍ୟୁଶନ ଓ ଆଡମିଶନ ଫି’ ସଂଗ୍ରହ ଦାୟିତ୍ୱ ନିଜ ହାତରେ ଥିବାରୁ ଉକ୍ତ ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲେ। ପିଲା ଦେଉଥିବା ଟଙ୍କାକୁ ସେ ଶିକ୍ଷାନୁଷ୍ଠାନ ଆକାଉଣ୍ଟରେ ନ ରଖି ନିଜ ନାମରେ ଥିବା ମହୁରା ଶାଖାସ୍ଥିତ ୟୁନିୟନ ବ୍ୟାଙ୍କ ଏବଂ ବାଦାମବାଡ଼ିସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଶାଖା ଆକାଉଣ୍ଟରେ ଜମା କରୁଥିଲେ। ପରେ ଉକ୍ତ ଟଙ୍କାକୁ ଫୋନ୍‌ ପେ’ ଓ ଇ-ଟ୍ରାଞ୍ଜାକ୍ସନ ମାଧ୍ୟମରେ ପ୍ରେମିକ ବିକାଶଙ୍କ ପାଖକୁ ପଠାଉଥିଲେ। ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍‌ ସମୟରେ ଟଙ୍କା ଜମାରେ ହେରଫେର ହୋଇଥିବା ଜଣାପଡ଼ିଥିଲା। ଏନେଇ ବିଶ୍ୱବିଦ୍ୟାଳୟର ଜେନେରାଲ ମ୍ୟାନେଜର (ଆକାଉଣ୍ଟ୍‌ସ) ଫିରୋଦ କୁମାର ଶତପଥୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଗତ ୨୯ ତାରିଖରେ ପାୟଲଙ୍କୁ ତାଙ୍କ ଅଫିସରୁ ଗିରଫ କରିଥିଲା। ତାଙ୍କ ବୟାନ ଆଧାରରେ କମିଶନରେଟ ପୋଲିସର ୪ଜଣିଆ ଟିମ୍‌ ଝାଡଖଣ୍ଡ ଯାଇ ଗତ ସୋମବାର ହଜାରିବାଗରୁ ପ୍ରେମିକ ବିକାଶଙ୍କୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri