ଯାଞ୍ଚରେ କଟକଣା ବଢ଼ାଉଛି ଦୁର୍ଘଟଣା

ଢେଙ୍କାନାଳ, ୨୬।୭(ରତନ ନାୟାର): କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରିଚାଳିତ ହେଉଛି ଶିଳ୍ପାନୁଷ୍ଠାନ। କେନ୍ଦ୍ର ସରକାର ଯେଉଁ ନିୟମ ଜାରି କରିବେ, ତାହାକୁ ମାନିବାକୁ ରାଜ୍ୟ ବାଧ୍ୟ। ହେଲେ କମ୍ପାନୀକୁ ସୁହାଇବା ଭଳି ନିୟମ ଏବେ ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। କଳକାରଖାନା ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ ଗୁରୁଦାୟିତ୍ୱ ତୁଲାଉଥିବା ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗ ଅଧୀନ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ (ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର ଡାଇରେକ୍ଟୋରେଟ୍‌)ର କ୍ଷମତାକୁ ୨୦୧୩ ପରଠାରୁ କ୍ରମାଗତ ଭାବେ ସଙ୍କୁଚିତ କରିଦିଆଯାଇଛି। ଯାଞ୍ଚରେ କଟକଣା ଲଗାଇ ଦିଆଯାଇଛି। ଫଳରେ ଶିଳ୍ପାନୁଷ୍ଠାନଗୁଡ଼ିକରେ ନିୟମିତ ଅନୁଧ୍ୟାନ କରିବା କଷ୍ଟକର ହୋଇପଡ଼ିଛି। ମାସ ମାସ ଧରି ତନଖି ହେଉ ନ ଥିବାରୁ ବୈଷୟିକ ତ୍ରୁଟି ଧରାପଡୁନାହିଁ। ଫଳରେ ଆକସ୍ମିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀରେ ଜୁନ୍‌ ୧୩ରେ ଏବଂ ହିନ୍ଦୋଳ ବ୍ଲକ ଝାଡ଼ବନ୍ଧସ୍ଥିତ ରୁଙ୍ଗ୍‌ଟା ମାଇନ୍ସ ଷ୍ଟିଲ୍‌ ପ୍ଲାଣ୍ଟରେ ଜୁଲାଇ ୨୦ରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ପରେ କେନ୍ଦ୍ର ସରକାରଙ୍କ ଏଭଳି ନିୟମ ଓ କମ୍ପାନୀ ପ୍ରୀତି ଆଡ଼କୁ ଅଙ୍ଗୁଳି ଉଠିଛି। ୨୦୧୩ ପୂର୍ବରୁ କଳକାରଖାନାଗୁଡ଼ିକରେ ନିୟମିତ ଯାଞ୍ଚ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ନିର୍ଦ୍ୱନ୍ଦ୍ୱରେ କରିପାରୁଥିଲା। ସେମାନଙ୍କ ଉପରେ କୌଣସି କଟକଣା ନ ଥିଲା। ଫଳରେ ବିଭାଗୀୟ ଅଧିକାରୀମାନେ ସନ୍ଦେହ ପରିସରକୁ ଆସୁଥିବା ଯେ କୌଣସି କମ୍ପାନୀ ପରିଦର୍ଶନ କରିପାରୁଥିଲେ। ସେମାନଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ତେବେ ୨୦୧୩ ପରବର୍ତ୍ତୀ ସମୟରେ ଏଥିରେ କଟକଣା ଲାଗୁ କରିଦିଆଯାଇଛି। ପରିବର୍ତ୍ତିତ ନିୟମ ଅନୁଯାୟୀ ମେଜର ଆକ୍ସିଡେଣ୍ଟ ହାଜାର୍ଡ (ଏମ୍‌ଏଏଚ୍‌) ଅନ୍ତର୍ଭୁକ୍ତ ବୃହତ୍‌ ଶିଳ୍ପପ୍ରତିଷ୍ଠାନଗୁଡ଼ିକୁ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ବାର୍ଷିକ ମାତ୍ର ୨ ଥର ଯାଞ୍ଚ କରିପାରିବେ। ସେହିପରି ୨ ସିବି କ୍ୟାଟେଗୋରି ଅଧୀନ କମ୍ପାନୀଗୁଡିକୁ ଜୋନ୍‌ସ୍ତରୀୟ ଅତିରିକ୍ତ ନିର୍ଦ୍ଦେଶକ ବର୍ଷକୁ ମାତ୍ର ଥରୁଟିଏ ଯାଞ୍ଚ କରିପାରିବେ। ତେବେ ଯାଞ୍ଚ ସେମାନଙ୍କ ଇଚ୍ଛାଧୀନ ନୁହେଁ। ଏଥିଲାଗି କେନ୍ଦ୍ରୀୟ ଅନୁମତି ମିଳିବା ଆବଶ୍ୟକ। ଫଳରେ ବିଭାଗୀୟ ଅଧିକାରୀମାନେ ଏବେ ଆଉ ପୂର୍ବ ଭଳି ସନ୍ଦେହ ଭିତରେ ଆସୁଥିବା କାରଖାନା ପରିଦର୍ଶନ କରିପାରୁନାହାନ୍ତି କି ତ୍ରୁଟି ଧରିପାରୁନାହାନ୍ତି। କେବଳ ଦୁର୍ଘଟଣା ଘଟିଲେ କମ୍ପାନୀ ପରିଦର୍ଶନ କରି ପ୍ରାଥମିକ ତଦନ୍ତ ରିପୋର୍ଟ ଦେବାରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର କ୍ଷମତା ସୀମିତ ହୋଇ ରହିଯାଇଛି। ଅନ୍ୟପଟେ ଅଘଟଣ ଘଟିଲେ କମ୍ପାନୀ କର୍ତ୍ତୃପକ୍ଷ ପ୍ରକୃତ କ୍ଷୟକ୍ଷତି, ମୃତାହତଙ୍କ ସଂଖ୍ୟା ସହଜରେ ଲୁଚାଇ ଦେଉଛନ୍ତି। ଏହାଦ୍ୱାରା ସେମାନେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଉଥିବା ଅଭିଯୋଗ ହେଉଛି। ଏକ ଅସମର୍ଥତ୍ତ ସୂତ୍ରରୁ ପ୍ରକାଶ ଯେ, ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର ଡାଇରେକ୍ଟୋରେଟ୍‌ର ପଦସ୍ଥ ଅଧିକାରୀ ନିଜ କ୍ଷମତାର ଅପବ୍ୟବହାର କରି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ହଇରାଣ ହରକତ କରୁଥିଲେ। ଏହାପରେ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାର ଫେରାଦ ହେବା ପରେ ଏଭଳି ଅଙ୍କୁଶ ଜାରି କରାଯାଇଛି। ଏପରି କି ଦୁର୍ଘଟଣାଜନିତ ରିପୋର୍ଟ ବାହାରେ ପ୍ରକାଶ ନ କରିବାକୁ ବାହ୍ୟ ଚାପ ମଧ୍ୟ ପଡୁଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳସ୍ଥିତ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ସହ ନିର୍ଦ୍ଦେଶିକା ପୁଷ୍ପାମିତ୍ରା ଜେନା କୁହନ୍ତି, ପୂର୍ବଭଳି ଆଉ ନିୟମିତ ଯାଞ୍ଚ କରାଯାଉନାହିଁ। ବର୍ଷକୁ ଥରେ ମେଜର ଆକ୍ସିଡେଣ୍ଟ ହାଜାର୍ଡ ଏବଂ ୨ ସିବି କାଟେଗୋରିର କାରଖାନାକୁ ଯାଞ୍ଚ କରାଯାଇପାରିବା ନିର୍ଦ୍ଦେଶ ରହିଛି।
ଲୁଚିଯାଉଛି ପ୍ରକୃତ ତଥ୍ୟ
୨୦୦୮ ଅକ୍ଟୋବରରେ ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଭୂଷଣ ଷ୍ଟିଲ୍‌ (ବର୍ତ୍ତମାନର ଟାଟା ଷ୍ଟିଲ୍‌) ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିଲା। ଏଥିରେ ୬ଜଣ ଗୁରୁତର ହୋଇଥିଲେ। ୨୦୧୩ରେ ମଧ୍ୟ ଅନୁରୂପ ଭାବେ ଦୁର୍ଘଟଣା ଘଟିଥିଲା। ୨୦୨୩ ଜୁନ୍‌ ୧୩ରେ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ ପରିସରରେ ଅନୁରୂପ ଦୁର୍ଘଟଣା ଘଟିଥିଲା। କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍‌ ଲାଇନ୍‌ ଫାଟି ଉତ୍ତପ୍ତ ବାଷ୍ପ ନିର୍ଗମନ ହେବାରୁ ୧୯ଜଣ ଆହତ ହୋଇଥିଲେ। ତନ୍ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ମନରୁ ନ ଲିଭୁଣୁ ଗତ ଜୁଲାଇ ୨୦ରେ ରୁଙ୍ଗ୍‌ଟା ଷ୍ଟିଲ୍‌ ପ୍ଲାଣ୍ଟରେ ଅନୁରୂପ ଅଘଟଣ ଘଟିଲା। କାରଖାନାର ଏସ୍‌ଏମ୍‌ଏସ୍‌ ଫେଜ୍‌-୧ (ବି) ୪ ନମ୍ବର ଇଣ୍ଡକ୍ସନ ଫର୍ନେସ୍‌ର ଜିଏଲ୍‌ଡି ଟ୍ରିପ୍‌ ହୋଇ ହଠାତ୍‌ ବନ୍ଦ ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। କଏଲଗୁଡ଼ିକ ଲିକେଜ ହୋଇ ତରଳ ଲୁହା ବାହାରି ଆସିଥିଲା। ଏଥିରେ ଜଣେ ଯନ୍ତ୍ରୀଙ୍କ ସମେତ ୨ଜଣ ଗୁରୁତର ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା। ହେଲେ ଉପରୋକ୍ତ କୌଣସି ଗୋଟିଏ ଘଟଣାରେ ପ୍ରକୃତ ତଥ୍ୟ ସାର୍ବଜନୀନ କରାଯାଇନାହିଁ କିମ୍ବା ମୃତାହତଙ୍କୁ ଦିଆଯାଇଥିବା କ୍ଷତିପୂରଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇନାହିଁ। ଶିଳ୍ପାୟନର ସ୍ବପ୍ନ ଦେଖାଇ ଜିଲାରେ ସ୍ଥାପିତ ହୋଇଥିବା ଶିଳ୍ପାନୁଷ୍ଠାନଗୁଡ଼ିକରେ ବାରମ୍ବାର ଏଭଳି ବଡ଼ ଦୁର୍ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜିଲାରେ ୪୬ ଶିଳ୍ପାନୁଷ୍ଠାନ
ଢେଙ୍କାନାଳ ଜିଲାରେ କ୍ଷୁଦ୍ର, ବୃହତ୍‌ ଏବଂ ମଧ୍ୟମ ବର୍ଗର ମୋଟ୍‌ ୪୬ ଶିଳ୍ପାନୁଷ୍ଠାନ ରହିଛି। ତନ୍ମଧ୍ୟରୁ ଟାଟା ଷ୍ଟିଲ୍‌ ମେରାମଣ୍ଡଳି ଏକମାତ୍ର ଏମ୍‌ଏଏଚ୍‌ କ୍ୟାଟେଗୋରିରେ ଆସୁଛି। ସେହିପରି ରୁଙ୍ଗ୍‌ଟା ଷ୍ଟିଲ୍‌ ଏବଂ ବିଆର୍‌ଜି (ବର୍ତ୍ତମାନର ରିମ୍‌ଝିମ୍‌) ୨ ସିବି କାଟେଗୋରି ଅନ୍ତର୍ଭୁକ୍ତ। ଜିଏମ୍‌ଆର, ଏମ୍‌ଜିଏମ୍‌, ନବ କମ୍ପାନୀ, ନର୍ଭେରାମ, ଉତ୍କଳ ଆଜବେଷ୍ଟସ, ଇଣ୍ଡିଆନ ପଟାସ ଲିମିଟେଡ୍‌ ଏବଂ ପରଜଙ୍ଗସ୍ଥିତ ରାଣା କମ୍ପାନୀ ଷ୍ଟିଲ୍‌ ଭଳି ଅନ୍ୟାନ୍ୟ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ କମ୍ପାନୀ କାର୍ଯ୍ୟକ୍ଷମ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri