ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେବି: ପ୍ରସନ୍ନ

ଖୋର୍ଦ୍ଧା ଅଫିସ/ବାଣପୁର,୯।୧୦ (ଡି.ଏନ୍‌.ଏ.):

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଢ଼ିହ ଗ୍ରାମର ଦୃଷ୍ଟିବାଧିତ ପ୍ରସନ୍ନ କୁମାର ପଣ୍ଡା ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷା(ଓସିଏସ୍‌)ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ପ୍ରକାଶ ପାଇଥିବା ଓସିଏସ୍‌ ପରୀକ୍ଷାରେ ମୋଟ୍‌ ୩୯୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେଥିରେ ପ୍ରସନ୍ନ ୨୬୬ ର଼୍ୟାଙ୍କ୍‌ ପାଇଛନ୍ତି। ସେ ଏବେ ବ୍ରହ୍ମପୁରସ୍ଥିତ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତାର ଯାତ୍ରା ସମ୍ପର୍କରେ ପ୍ରସନ୍ନଙ୍କ କେଇପଦ କଥା।

ଓସିଏସ୍‌ ପାଇବା ପରେ କ’ଣ କହିବେ?
ଖୁସି ଅନୁଭବ କରୁଛି। ପ୍ରଥମଥର ୨୦୧୯ରେ ଅକୃତକାର୍ଯ୍ୟ ହୋଇଥିଲି। ଏହା ମୋର ଦ୍ୱିତୀୟ ପ୍ରୟାସ। ସଫଳତା ମିଳିବ ବୋଲି ଆଶା ରହିଥିଲା। ଯେଉଁ ବିଭାଗ ମିଳିବ, ନିଷ୍ଠାର ସହ ଦାୟିତ୍ୱ ତୁଲାଇବି। ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି।
ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତି କରିଥିଲେ?
ଜେଏନ୍‌ୟୁରେ ପାଠପଢ଼ା ସହ ଓସିଏସ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲି। ଏହା ବଡ଼ ଚ୍ୟାଲେଞ୍ଜ ରହିଥିଲା। ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଏହି ସଫଳତା ହାସଲ କରିଛି। ସାଧାରଣ ପିଲାଙ୍କ ଭଳି ପାଠ ପଢିବା ମୋ ପାଇଁ ବହୁତ କଷ୍ଟକର ଥିଲା। ତଥାପି ଏଥିଲାଗି ନିଜକୁ ପ୍ରସ୍ତୁତ କରିଥିଲି। ବହିକୁ ସ୍କାନ୍‌ କରି ହାର୍ଡକପିରୁ ସଫ୍ଟକପି କରିବା ପରେ ଶୁଣି ଶୁଣି ପଢ଼ିବା କଷ୍ଟକର। ଏଥିରେ ବହୁ ସମୟ ଲାଗେ। ରେକର୍ଡ କରି ବାରମ୍ବାର ଶୁଣି ଶୁଣି ମନେରଖିବା ମଧ୍ୟ ବହୁ କଷ୍ଟ। ଏଥିପାଇଁ ସଫଳତା ବିଳମ୍ବରେ ମିଳିଥାଏ। କଥାରେ ଅଛି କଠିନ ପରିଶ୍ରମ ସଫଳତା ଆଣେ, ଯାହା ମୋ ପକ୍ଷେ ସମ୍ଭବ ହୋଇଛି।
ସାକ୍ଷାତ୍‌କାର ଅନୁଭୂତି କିପରି ଥିଲା?
ସାକ୍ଷାତ୍‌କାରରେ ୨୦ ମିନିଟ୍‌ ସମୟ ମିଳିଥିଲା। ୧୦ରୁ ୧୫ଟି ପ୍ରଶ୍ନ ପଚରା ଯାଇଥିଲା। ସେଥିରୁ ୨ରୁ ୩ଟି ଠିକ୍‌ ଉତ୍ତର ଦେଇପାରିନାହିଁ। ରାଜନୀତି ବିଜ୍ଞାନର ଛାତ୍ର ହୋଇଥିବାରୁ ରାଜନୀତି ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ। ଭାରତୀୟ ରାଜନୀତି, ଜାତୀୟସ୍ତରୀୟ କେତେକ ପ୍ରସଙ୍ଗ, ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ପକ୍ଷରୁ ଦଳଗୁଡ଼ିକୁ ଦିଆଯାଉଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ପଚାରିଥିଲେ। ସାକ୍ଷାତ୍‌କାର ସନ୍ତୋଷଜନକ ରହିଥିଲା।
ଓଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କୁ କ’ଣ କହିବେ?
ଜଣେ ଦୃଷ୍ଟିହୀନ ବୋଲି କେବେ ନିଜକୁ ଅନ୍ୟଠାରୁ କମ୍‌ ବୋଲି ଭାବିନାହିଁ। ଭିନ୍ନକ୍ଷମତା, ବାଧାବିଘ୍ନ ସଫଳତାରେ ବାଧା ସୃଷ୍ଟି କରିପାରିବ ନାହିଁ। ଅଦମ୍ୟ ଇଚ୍ଛାଶକ୍ତି, ଦୃଢ଼ ମନୋବଳ, ଆତ୍ମବିଶ୍ୱାସ, କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଅଭାବ ଅନଟନ, ଶାରୀରିକ ଭିନ୍ନକ୍ଷମତାକୁ ଖାତିର ନ କରି ଆଗକୁ ବଢ଼ିଲେ ସଫଳତା ପାଇପାରିବେ।
ସଫଳତାର ଶ୍ରେୟ କାହାକୁ ଦେବେ?
ଏହି ସଫଳତା ପାଇଁ ପ୍ରଥମେ ମା’ବାପା, ପରିବାରବର୍ଗଙ୍କୁ ଶ୍ରେୟ ଦେବି। ଦୃଷ୍ଟିହୀନ ବୋଲି ଜାଣି ମଧ୍ୟ ମୋତେ କେବେ ହତାଦର କରିନାହାନ୍ତି। ପିଲାବେଳୁ ମୋର ଉପଯୁକ୍ତ ଲାଳନପାଳନ ସହ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ଯୋଗୁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚତ୍ ପାରିଛି। ଦ୍ୱିତୀୟରେ ମୋତେ ସ୍କାଇପ୍‌ ଲେଖିବାରେ ସହଯୋଗ କରିଥିବା ବନ୍ଧୁ, ତୃତୀୟରେ ମୋ ପାଠପଢ଼ାରେ ସହଯୋଗ କରିଥିବା କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ କର୍ତ୍ତୃପକ୍ଷ। ଭିନ୍ନକ୍ଷମମାନେ ଓସିଏସ୍‌ ପରୀକ୍ଷାରେ ଯୋଗଦାନ କରିପାରିବାର ସୁଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri