ଅଭିଶପ୍ତ ପ୍ରଧାନମନ୍ତ୍ରୀ ସିଂହାସନ, କାହାର ବି ନାହିଁ ୫ ବର୍ଷ କାର୍ଯ୍ୟକାଳ…

ଇସଲାମାବାଦ୍‌, ୪।୪ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ରହିଛି। ଦେଶର କୌଣସି ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରି ପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ସେ ମଧ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ୫ ବର୍ଷ କାର୍ଯ୍ୟକାଳ ଶେଷ କରିପାରି ନାହାନ୍ତି। ତିନି ବର୍ଷ ୨୨୮ ଦିନରେ ତାଙ୍କର ସିଂହାସନ ଚାଲି ଯାଇଛି।

ଆଜି ପର୍ଯ୍ୟନ୍ତ ପାକିସ୍ତାନରେ ୩୦ ଜଣ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରିଛନ୍ତି। ସେଥିମଧ୍ୟରୁ ୭ ଜଣ ପ୍ରଧାନମନ୍ତ୍ରୀ କେୟାର ଟେକର ଥିଲେ। ଅର୍ଥାତ୍‌ ମୋଟ ୨୩ ଥର ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି। କିନ୍ତୁ କେହି ବି ତାଙ୍କର ପାଞ୍ଚ ବର୍ଷ ପୂରଣ କରିବାକୁ ସକ୍ଷମ ହୋଇ ନାହାଁନ୍ତି। ଏହାର ମୁଖ୍ୟ କାରଣ ହେଉଛି ସେନାର ରାଜନୈତିକ ହସ୍ତକ୍ଷେପ।

ଲିଆକତ୍‌ ଅଲୀ ଖାନ୍‌ ୧୪ଅଗଷ୍ଟ ୧୯୪୭ ରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୪ ବର୍ଷ ୬୩ ଦିନ ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଜୁଲଫିକର ଅଲି ଭୁଟ୍ଟୋ ପାକିସ୍ତାନର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ। ୩ ବର୍ଷ ୩୨୫ ଦିନ ପରେ, ସେନାର ବିଦ୍ରୋହ ଅଭିଯୋଗରେ ତାଙ୍କୁ ଫାଶୀ ଦିଆଯାଇଥିଲା।
୧୯୮୮ରେ, ବେନଜିର ଭୁଟ୍ଟୋ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ମାତ୍ର ୧ ବର୍ଷ ୨୪୭ ଦିନ ପ୍ରଧାନମନ୍ତ୍ରୀ ରହି ପାରିଥିଲେ। ତା’ପରେ ବେନଜିରଙ୍କ ସରକାର ୧୨ ଭୋଟରେ ସଂଖ୍ୟା ଲଘୁ ହୋଇଥିଲା।

ନଭେମ୍ବର ୧୯୯୦ ରେ, ତାଙ୍କ ସ୍ଥାନରେ ପାକିସ୍ତାନ ମୁସଲିମ ଲିଗର ନେତା ନୱାଜ ସରିଫ ଆସିଥିଲେ। କିନ୍ତୁ ରାଜନୈତିକ ଅସ୍ଥିରତା ଯୋଗୁୁ ସେ ୨ ବର୍ଷ ୨୫୪ ଦିନ ପ୍ରଧାନନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଅକ୍ଟୋବର ୧୯୯୩ ରେ ଅନୁଷ୍ଠିତ ନିର୍ବାଚନରେ ବେନଜିର ଭୁଟ୍ଟୋ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ଏଥର ସେ ତିନି ବର୍ଷ ୧୭ ଦିନ ରହତ ପାରିଥିଲେ। ରାଷ୍ଟ୍ରପତି ତାଙ୍କ ସରକାରକୁ ବରଖାସ୍ତ କରିଥିଲେ।

ଫେବୃଆରୀ ୧୯୯୭ ରେ ନୱାଜ ସରିଫ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଫେରି ଆସିଥିଲେ। ଏଥର ତାଙ୍କ ସରକାର ମାତ୍ର ୨ ବର୍ଷ ୨୩୭ ଦିନ ଚାଲିଥିଲା। ସେନା ମୁଖ୍ୟ ଜେନେରାଲ ପରଭେଜ୍‌ ମୁଶରଫ ସରିଫଙ୍କ ଚେୟାରକୁ ଓଲଟାଇ ଦେଇଥିଲେ।

ଏହା ପରେ ଜେନେରାଲ ମୁଶରଫ ପାକିସ୍ତାନରେ ସାମରିକ ଶାସନ କରିଥିଲେ। ବେଳେବେଳେ ସାମରିକ ନିୟମ ଏବଂ ବେଳେବେଳେ ରାଷ୍ଟ୍ରପତିଙ୍କ ପୋଷାକ ସେ ପିନ୍ଧୁଥିଲେ। ମୁଶରଫଙ୍କ ସମୟରେ ମଧ୍ୟ କୌଣସି ପ୍ରଧାନମନ୍ତ୍ରୀ ତିଷ୍ଠି ପାରି ନଥିଲେ। ମିର ଜାଫରୁଲ୍ଲା ଖାନ୍‌ ଜମାଲି ଏକ ବର୍ଷ ୨୧୬ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଚୌଧୁରୀ ଶୁଜାତ୍‌ ହୁସେନ ୫୭ ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଶୌକତ ଅଜିଜ ୩ ବର୍ଷ ୭୯ ଦିନ ପ୍ରଧାନମନ୍ତ୍ରୀ ରହିଥିଲେ।

ଯେତେବେଳେ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ୟୁସୁଫ ରଜା ଗିଲାନି ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ସର୍ବାଧିକ ଦିନ ୪ ବର୍ଷ ୮୬ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଥିଲେ।

ତାଙ୍କ ପରେ ଆସିଥିବା ରାଜା ପରଭେଜ ଆଶ୍ରାଫ କେବଳ ୨୭୫ ଦିନ ନିଜ ଚେୟାର ସମ୍ଭାଳି ପାରିଥିଲେ।

ନୱାଜ ସରିଫ ୨୦୧୩ ରେ ଫେରିଥିଲେ। କିନ୍ତୁ ଏଥର ପାନାମା ପେପର ଲିକ ବିବାଦ ଯୋଗୁ ୪ ବର୍ଷ ୫୩ ଦିନ ମଧ୍ୟରେ ତାଙ୍କ ଚେୟାର ଚାଲି ଯାଇଥିଲା।

ତାଙ୍କର ଅବଶିଷ୍ଟ ଅବଧି ସୟଦ କାଖାନ ଅନସାରୀଙ୍କ ଦ୍ୱାରା ସମାପ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri