ଇମ୍ରାନଙ୍କୁ ମିଳିଲା ଅଭିଶାପ: ତୃତୀୟ ସ୍ତ୍ରୀ ବି ଛାଡି ଚାଲିଯିବେ

ଇସଲାମାବାଦ୍‌,୩୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳର ଏମ୍‌ପି ଅମିର ଲିଆକତ ତାଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଅମିର ଇମ୍ରାନ୍‌ଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ରାଜନୈତିକ ପରିବର୍ତ୍ତେ ଅଧିକ ବ୍ୟକ୍ତିଗତ ମନେହୁଏ। ଅମିର ଅଭିଯୋଗକରି କହିଛନ୍ତି, ଇମ୍ରାନଙ୍କୁ ତାଙ୍କ ତୃତୀୟ ସ୍ତ୍ରୀ ବରବାଦ କରିଦେଇଛନ୍ତି। ତାଙ୍କୁ ତୃତୀୟ ସ୍ତ୍ରୀ ମଧ୍ୟ ଛାଡ଼ି ଚାଲିଯିବେ।
ଅମିର ଲିଆକତ ତୃତୀୟ ଥର ପାଇଁ ଦାନିଆ ଶାହା ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ନିକଟରେ ଦାନିଆ ଅମିରଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣି ଛାଡ଼ପତ୍ର ମାଗିଥିଲେ। ଏସବୁ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଏବଂ ରିଅଲ ଇଷ୍ଟେଟ ବ୍ୟବସାୟୀ ମଲିକ ରିଆଜ୍‌ଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଭାଇରାଲ ହୋଇଥିଲା। ଏଥିରେ ମଲିକ ରିଆଜ୍‌ ଇମ୍ରାନ୍‌ଙ୍କ ଚେୟାରକୁ ବଞ୍ଚାଇବା ପାଇଁ ପୁନଃ ସମନ୍ବୟ ବିଷୟରେ କଥା ହେଉଥିବା ଶୁଣାଯାଉଛି। ଏହି ଅଡିଓ ଶୁଣିବା ପରେ ଅମିର ଏବେ ଏକ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଅଡିଓ ପୋଷ୍ଟକରି ସେ ଲେଖିଛନ୍ତି- ବନ୍ଧୁ, ତୁମେ ମୋ ଘର ଭାଙ୍ଗିଲ। ତୁମେ ମଧ୍ୟ ବାଦ୍‌ ପଡ଼ିବ ନାହିଁ। ମୋ ସ୍ତ୍ରୀ ଛାଡ଼ି ଚାଲିଗଲେ, ତୁମର ସ୍ତ୍ରୀ ମଧ୍ୟ ତୁମକୁ ଛାଡ଼ିଦେବ।
ଅମିର ଲିଆକତଙ୍କ ତୃତୀୟ ସ୍ତ୍ରୀ ଦାନିଆ ତାଙ୍କଠାରୁ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। କୋର୍ଟରେ ଦାନିଆ ଅମିରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଏହାଦ୍ୱାରା ଅମିର ଗଭୀର ଆଘାତ ପାଇଛନ୍ତି। ସେ କହିଛନ୍ତି, ମୋର ବିବାହ ଭାଙ୍ଗିବାରେ ଇମ୍ରାନ୍‌ ସରକାରରେ ସୂଚନା ମନ୍ତ୍ରୀ ଥିବା ଫୱାଦ ଚୌଧୁରୀଙ୍କର ହାତ ରହିଛି। ପୋଷ୍ଟରେ ଅମିର ଫୱାଦଙ୍କୁ ଦୋଷାରୋପ କରିଥିଲେ। ଏଥିରେ ଲେଖାଥିଲା, ମୁଁ ଖୁସି ଯେ, ଦାନିଆ ଆଉ କାହାକୁ ଖୁସି କରିବାକୁ ଏହା କରିଛନ୍ତି । କିନ୍ତୁ ସେ ଯାହା କରିଛନ୍ତି ତାହା ଠିକ୍‌ ନୁହେଁ। ମୁଁ ଫୱାଦଙ୍କ ବିଷୟରେ ମଧ୍ୟ ବହୁତ କିଛି ଜାଣିଛି ଏବଂ ଚାହିଁଲେ ଏହାକୁ ପ୍ରକାଶ କରିପାରିବି। କିନ୍ତୁ ମୁଁ ତାହା କରିବି ନାହିଁ। ଦାନିଆଙ୍କ ପାଇଁ ମୋର ଦ୍ୱାର ସବୁବେଳେ ଖୋଲା ରହିବ। ଅମିର ଲୋକମାନଙ୍କୁ ନିବେଦନ କରିଛନ୍ତି, ଯେତେବେଳେ ମୁଁ ଦେଶ ଛାଡ଼ି ଚାଲିଯିବି, ସେତେବେଳେ ଦାନିଆଙ୍କୁ ପରିହାସ କରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri