କେବଳ ସ୍ବାଦ ନୁହେଁ, ଧନସମ୍ପତ୍ତି ବୃଦ୍ଧି କରିଥାଏ ରୋଷେଇ ଘରେ ଥିବା ଏହି ମସଲା; ଜାଣନ୍ତୁ କ’ଣ କୁହେ ବାସ୍ତୁ…

କୁହାଯାଏ, ଘରର ବାସ୍ତୁ ଠିକ୍‌ ନ ଥିଲେ ବ୍ୟକ୍ତିଟିଏ ଉନ୍ନତି କରିପାରେନା। ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ସୌଭାଗ୍ୟ ପ୍ରାପ୍ତ କରିବା ଲାଗି ମସଲାମାନଙ୍କର ଭିନ୍ନ ପ୍ରୟୋଗ ବିଷୟରେ ଉଲ୍ଲେଖ କରାଯାଇଛି। ଆଜି ଆମେ ରୋଷେଇଘରେ ସହଜରେ ଉପଲବ୍ଧ ହେଉଥିବା ମସଲା ଜିରା ବିଷୟରେ କଥା ହେବା। ଏହାର ଉପଯୋଗ କରି ପରିବାରରେ ସୁଖ ସମୃଦ୍ଧି ଫେରି ଆସିବାର ମାନ୍ୟତା ରହିଛି। ଆସନ୍ତୁ ଜାଣିବା କିଭଳି:

ବାସ୍ତୁ ଶାସ୍ତ୍ରରେ ଜିରାର ସମ୍ବନ୍ଧ ରାହୁ-କେତୁ ଗ୍ରହ ସହ କରାଯାଏ। ଏହି ଗ୍ରହ ଖରାପ ରହିଲେ ବ୍ୟକ୍ତିର ଜୀବନରେ ବହୁତ ଦୁଃଖ ଆସିଥାଏ। ଏଣୁ ଯେଉଁ ବ୍ୟକ୍ତିଙ୍କ ରାହୁ-କେତୁ ଭଳି ଦଶା ଚାଲିଛି ସେମାନେ ଶନିବାର ଏହି ଜୀରା ଦାନ କରନ୍ତୁ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୁଖସମୃଦ୍ଧି ପ୍ରାପ୍ତି ପାଇଁ ଶୁକ୍ରବାର ମା’ ଲକ୍ଷ୍ମୀଙ୍କ ଫଟୋ ଆଗରେ ଲାଲ କପଡ଼ା ରଖି ସେଥିରେ ମୁଠାଏ ଜିରା ରଖନ୍ତୁ। ତା ସହ କିଛି ଟଙ୍କା ରଖିଦିଅନ୍ତୁ। ପରେ ଲକ୍ଷ୍ମୀଙ୍କ ପୂଜା କରିସାରିବା ପରେ ଜିରା ଏବଂ ଟଙ୍କାକୁ ଗୁଡ଼ାଇ ଆପଣ ଟଙ୍କାପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏଭଳି କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଥିବା ନକରାତ୍ମକ ଉର୍ଜା ଦୂର କରିବା ଲାଗି ଜିରାର କିଛି ଦାନା ହାତରେ ଧରି ନିଜ ଚାରିପଟେ ବୁଲାଇ ନିଆଁରେ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ ବୋଲି ମାନ୍ୟତା ରହିଛି।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ସକାଳେ ଜିରା ଖାଇ ଘରୁ ବାହାରିଲେ ଯେକୌଣସି କାମରେ ସଫଳତା ମିଳିଥାଏ। ଏପରିକି ଜିରା ଖାଇଲେ ଦୈନିକ ଜୀବନରେ ଶାନ୍ତି ଏବଂ ସମୃଦ୍ଧି ମିଳିଥାଏ। ଏପରିକି ମଙ୍ଗଳବାର ଦହି ସହ ଜିରା ଖାଇବାକୁ ବହୁତ ଶୁଭ ବୋଲି କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

ଗଜକେସରୀ ଯୋଗ: ଅକ୍ଟୋବର ଆରମ୍ଭରୁ ୩ ରାଶିକୁ ମିଳିବ ବମ୍ଫର ଫାଇଦା, ମାଲାମାଲ ହେବା ସହ ଚାକିରିରେ ବଡ଼ ପ୍ରମୋଶନ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ଓ ପ୍ରଭାବଶାଳୀ ଯୋଗ ଭାବେ ମାନ୍ୟତା ଦିଆଯାଏ। ଜ୍ୟୋତିଷୀୟ ବିଶ୍ୱାସ ଅନୁସାରେ, ଏହି ଯୋଗ ଶକ୍ତି, ମାନ-ସମ୍ମାନ…

ମହାଶକ୍ତିଶାଳୀ ବୁଧାଦିତ୍ୟ ରାଜଯୋଗ: ଆଜିଠୁ ୫ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଲାଗିବ ଲଟେରୀ, ଟଙ୍କାରେ ଶୋଇବେ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସକାଳ ୭ଟା…

ବୁଧଙ୍କ ବଡ଼ ଗୋଚର: ୩ ରାଶିଙ୍କ ଫିଟିବ ଧନଲାଭର ଯୋଗ, ଚାକିରିରେ ବଡ଼ ପ୍ରମୋଶନ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ୱାସ ରହିଛି ଯେ ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି,…

ବିଶ୍ୱକର୍ମା ପୂଜାଠୁ ଏହି ୩ ରାଶି ରୁହନ୍ତୁ ସତର୍କ: ସୂର୍ଯ୍ୟଙ୍କ ଗୋଚର କରିଦେବ କାଙ୍ଗାଳ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଆସନ୍ତା ୧୭ ସେପ୍ଟେମ୍ବରରେ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଅଧିକାର, କ୍ୟାରିୟର, ମାନ-ସମ୍ମାନ ଏବଂ ବରିଷ୍ଠ ବ୍ୟକ୍ତିଙ୍କ…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?