ସଂସ୍କୃତିପ୍ରେମୀ ଶ୍ୟାମପ୍ରକାଶ: ୪ ହଜାର ସେଲିବ୍ରିଟିଙ୍କ ସହ ଉଠାଇଛନ୍ତି ଫଟୋ

ପୁରୀ ଅଫିସ,୧୩।୨: କଳା, ସଂସ୍କୃତି ଓ ସାହିତ୍ୟ ସହ ଯୋଡ଼ି ହୋଇ ରହୁଥିବା ପରିଚିତ ବ୍ୟକ୍ତିତ୍ୱ ହେଲେ ଶ୍ୟାମ ପ୍ରକାଶ ସେନାପତି। ପୁରୀ ସହରର ଗଳିକନ୍ଦିରେ ସାଂସ୍କୃତିକ କାର୍ଯ୍ୟକ୍ରମଟିଏ ହେଉ କିମ୍ବା ନାଟକ ପରିବେଷଣ, ସବୁଠି ତାଙ୍କୁ ଖୋଜାପଡ଼େ। ସେ ସାଇକେଲ ଧରି ଛୁଟିଯାଆନ୍ତି। ନୟାଗଡ଼ ଜିଲା ରାଜରଣପୁର ଗ୍ରାମର ଶ୍ୟାମପ୍ରକାଶ ପୁରୀ ସହରର ପାଣିପବନରେ ବଢିଛନ୍ତି। ତାଙ୍କର ନିଆରା ରୁଚି ରହିଛି। ଡାକଟିକେଟ୍‌ ଓ ମୁଦ୍ରା ସଂଗ୍ରହ ତାଙ୍କ ପାଇଁ ନିଶା ପାଲଟିଛି। ସେ ଏବେସୁଦ୍ଧା ୨ହଜାରଟି ବିଭିନ୍ନ ପ୍ରକାର ବିଦେଶୀ ମୁଦ୍ରା ସଂଗ୍ରହ କରିସାରିଲେଣି। ଅଧିକାଂଶ ଦେଶର ମୁଦ୍ରା ଓ ନୋଟ୍‌ ତାଙ୍କ ପାଖରେ ରହିଛି। ସମ୍ପ୍ରତି ସେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସାରିଲେଣି। ଏସବୁ କାର୍ଯ୍ୟକ୍ରମରୁ ମିଳିଥିବା ବ୍ୟାଚ୍‌ଗୁଡ଼ିକୁ ସେ ସାଇଛି ରଖିଛନ୍ତି। ସେହିପରି ତାଙ୍କ ପାଖରେ ୧୦ ହଜାରରୁ ଊର୍ଦ୍ଧ୍ୱ ଖବରକାଗଜ କଟିଂ ରହିଛି। ପ୍ରାୟ ୧୦ ହଜାର ଥର ତାଙ୍କ ନାମ ଖବରକାଗଜରେ ପ୍ରକାଶିତ ହୋଇସାରିଲାଣି। ସେହିଭଳି ସେଲିବ୍ରିଟିଙ୍କ ସହ ଫଟୋ ଉଠାଇବା ତାଙ୍କର ଏକ ଅଜବ ନିଶା। ୪ ହଜାରରୁ ଊର୍ଦ୍ଧ୍ୱ ସେଲିବ୍ରିଟିଙ୍କ ସହ ତାଙ୍କର ଫଟୋ ସେ ଘରେ ସାଇତି ରଖିଛନ୍ତି। ଏହି ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ସାହିତି୍ୟକ ମନୋଜ ଦାସ, ବଲିଉଡ୍‌ ଅଭିନେତା ଅଭିନେତ୍ରୀ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ଗୋବିନ୍ଦା, ଶିଳ୍ପା ସେଟ୍ଟୀ, କଙ୍ଗନା ରଣାୱତ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ପ୍ରମୁଖଙ୍କ ସମେତ କ୍ରିକେଟ ତାରକା ସୌରଭ ଗାଙ୍ଗୁଲଙ୍କ ନାମ ରହିଛି। ଶ୍ୟାମପ୍ରକାଶଙ୍କ ପ୍ରଥମ କବିତା ପୁସ୍ତକ ‘ତାରାଭରା ଆକାଶ’ ପାଠକୀୟ ସ୍ବୀକୃତି ପାଇଛି। ତାଙ୍କ ରଚିତ ବହୁବର୍ଣ୍ଣା, ଦଧିନଉତି ଓ ବାପା ମଧ୍ୟ ପ୍ରକାଶିତ ହୋଇଛି। ନାଟକ ଅଭିନୟ ସହ ମଞ୍ଚ ପରିଚାଳନା ମଧ୍ୟ କରନ୍ତି। ସେ ‘ଅଭିନନ୍ଦନିକା’ ନାମକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗଢିଛନ୍ତି। ଶ୍ୟାମପ୍ରକାଶ କହିଛନ୍ତି, ସୀତା ବନବାସ ନାଟକରେ ମୁଁ ପ୍ରଥମେ ଅଭିନୟ କରି ସାହିତ୍ୟ ଓ ସଂସ୍କୃତି ଆଡ଼କୁ ଢଳିଲି। ଏହାପରେ ଫଟୋ ଉଠାଇବା, ମୁଦ୍ରା ସଂଗ୍ରହ କରିବା ଓ କବିତା ଲେଖିବା ମୋର ଅଭ୍ୟାସରେ ପରିଣତ ହେଲା। ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ପୁରସ୍କାରଠାରୁ ଆରମ୍ଭ କରି ଆଣ୍ଡାମାନରେ ଆୟୋଜିତ ଦ୍ୱୀପ ପର୍ଯ୍ୟଟନ ମହୋତ୍ସବରେ ଯୋଗଦେବା ପର୍ଯ୍ୟନ୍ତ ସବୁ ପୁରସ୍କାର ମୁଁ ସାଇତି ରଖିଛି। ଏହା ମୋତେ ଆଗକୁ ଯିବାକୁ ପ୍ରେରଣା ଦେଉଛି। ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି ଶ୍ୟାମପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?