ସଂସ୍କୃତିପ୍ରେମୀ ଶ୍ୟାମପ୍ରକାଶ: ୪ ହଜାର ସେଲିବ୍ରିଟିଙ୍କ ସହ ଉଠାଇଛନ୍ତି ଫଟୋ

ପୁରୀ ଅଫିସ,୧୩।୨: କଳା, ସଂସ୍କୃତି ଓ ସାହିତ୍ୟ ସହ ଯୋଡ଼ି ହୋଇ ରହୁଥିବା ପରିଚିତ ବ୍ୟକ୍ତିତ୍ୱ ହେଲେ ଶ୍ୟାମ ପ୍ରକାଶ ସେନାପତି। ପୁରୀ ସହରର ଗଳିକନ୍ଦିରେ ସାଂସ୍କୃତିକ କାର୍ଯ୍ୟକ୍ରମଟିଏ ହେଉ କିମ୍ବା ନାଟକ ପରିବେଷଣ, ସବୁଠି ତାଙ୍କୁ ଖୋଜାପଡ଼େ। ସେ ସାଇକେଲ ଧରି ଛୁଟିଯାଆନ୍ତି। ନୟାଗଡ଼ ଜିଲା ରାଜରଣପୁର ଗ୍ରାମର ଶ୍ୟାମପ୍ରକାଶ ପୁରୀ ସହରର ପାଣିପବନରେ ବଢିଛନ୍ତି। ତାଙ୍କର ନିଆରା ରୁଚି ରହିଛି। ଡାକଟିକେଟ୍‌ ଓ ମୁଦ୍ରା ସଂଗ୍ରହ ତାଙ୍କ ପାଇଁ ନିଶା ପାଲଟିଛି। ସେ ଏବେସୁଦ୍ଧା ୨ହଜାରଟି ବିଭିନ୍ନ ପ୍ରକାର ବିଦେଶୀ ମୁଦ୍ରା ସଂଗ୍ରହ କରିସାରିଲେଣି। ଅଧିକାଂଶ ଦେଶର ମୁଦ୍ରା ଓ ନୋଟ୍‌ ତାଙ୍କ ପାଖରେ ରହିଛି। ସମ୍ପ୍ରତି ସେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସାରିଲେଣି। ଏସବୁ କାର୍ଯ୍ୟକ୍ରମରୁ ମିଳିଥିବା ବ୍ୟାଚ୍‌ଗୁଡ଼ିକୁ ସେ ସାଇଛି ରଖିଛନ୍ତି। ସେହିପରି ତାଙ୍କ ପାଖରେ ୧୦ ହଜାରରୁ ଊର୍ଦ୍ଧ୍ୱ ଖବରକାଗଜ କଟିଂ ରହିଛି। ପ୍ରାୟ ୧୦ ହଜାର ଥର ତାଙ୍କ ନାମ ଖବରକାଗଜରେ ପ୍ରକାଶିତ ହୋଇସାରିଲାଣି। ସେହିଭଳି ସେଲିବ୍ରିଟିଙ୍କ ସହ ଫଟୋ ଉଠାଇବା ତାଙ୍କର ଏକ ଅଜବ ନିଶା। ୪ ହଜାରରୁ ଊର୍ଦ୍ଧ୍ୱ ସେଲିବ୍ରିଟିଙ୍କ ସହ ତାଙ୍କର ଫଟୋ ସେ ଘରେ ସାଇତି ରଖିଛନ୍ତି। ଏହି ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ସାହିତି୍ୟକ ମନୋଜ ଦାସ, ବଲିଉଡ୍‌ ଅଭିନେତା ଅଭିନେତ୍ରୀ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ଗୋବିନ୍ଦା, ଶିଳ୍ପା ସେଟ୍ଟୀ, କଙ୍ଗନା ରଣାୱତ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ପ୍ରମୁଖଙ୍କ ସମେତ କ୍ରିକେଟ ତାରକା ସୌରଭ ଗାଙ୍ଗୁଲଙ୍କ ନାମ ରହିଛି। ଶ୍ୟାମପ୍ରକାଶଙ୍କ ପ୍ରଥମ କବିତା ପୁସ୍ତକ ‘ତାରାଭରା ଆକାଶ’ ପାଠକୀୟ ସ୍ବୀକୃତି ପାଇଛି। ତାଙ୍କ ରଚିତ ବହୁବର୍ଣ୍ଣା, ଦଧିନଉତି ଓ ବାପା ମଧ୍ୟ ପ୍ରକାଶିତ ହୋଇଛି। ନାଟକ ଅଭିନୟ ସହ ମଞ୍ଚ ପରିଚାଳନା ମଧ୍ୟ କରନ୍ତି। ସେ ‘ଅଭିନନ୍ଦନିକା’ ନାମକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗଢିଛନ୍ତି। ଶ୍ୟାମପ୍ରକାଶ କହିଛନ୍ତି, ସୀତା ବନବାସ ନାଟକରେ ମୁଁ ପ୍ରଥମେ ଅଭିନୟ କରି ସାହିତ୍ୟ ଓ ସଂସ୍କୃତି ଆଡ଼କୁ ଢଳିଲି। ଏହାପରେ ଫଟୋ ଉଠାଇବା, ମୁଦ୍ରା ସଂଗ୍ରହ କରିବା ଓ କବିତା ଲେଖିବା ମୋର ଅଭ୍ୟାସରେ ପରିଣତ ହେଲା। ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ପୁରସ୍କାରଠାରୁ ଆରମ୍ଭ କରି ଆଣ୍ଡାମାନରେ ଆୟୋଜିତ ଦ୍ୱୀପ ପର୍ଯ୍ୟଟନ ମହୋତ୍ସବରେ ଯୋଗଦେବା ପର୍ଯ୍ୟନ୍ତ ସବୁ ପୁରସ୍କାର ମୁଁ ସାଇତି ରଖିଛି। ଏହା ମୋତେ ଆଗକୁ ଯିବାକୁ ପ୍ରେରଣା ଦେଉଛି। ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି ଶ୍ୟାମପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri