Posted inଜାତୀୟ

ଆତଙ୍କବାଦୀଙ୍କ ନିସ୍ତାର ନାହିଁ; ସାମିଲ ଥିଲେ ୩ ପାକିସ୍ତାନୀ ଏବଂ ୨ କଶ୍ମୀରୀ

ପହଲଗାମ୍‌,୨୪।୪: ଜମ୍ମୁ କଶ୍ମୀର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଆକ୍ରମଣରେ ୩ ଜଣ ପାକିସ୍ତାନୀ ନାଗରିକ ଏବଂ ୨ ଜମ୍ମୁ କଶ୍ମୀର ବାସିନ୍ଦା ଥିବା ଜଣାପଡ଼ିଛି। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ହୋଇଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କୁ ଧରିବା ପାଇଁ କର୍ତ୍ତୃପକ୍ଷ ସେମାନଙ୍କର ପ୍ରୟାସକୁ ଜୋରଦାର କରିଛନ୍ତି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ୩ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିଛନ୍ତି – ଆସିଫ ଫୌଜି (କୋଡ ନାମ ମୁସା), ସୁଲେମାନ ଶାହ (କୋଡ ନାମ ୟୁନୁସ) ଏବଂ ଆବୁ ତଲହା (କୋଡ ନାମ ଆସିଫ)। ସେହିଭଳି ଉପତ୍ୟକାର ଆଉ ଦୁଇ ଜଣ ଆତଙ୍କବାଦୀ – ଅନନ୍ତନାଗର ବିଜବେହାରାର ବାସିନ୍ଦା ଆଦିଲ ଗୁରି ଯିଏ ୨୦୧୮ରେ ପାକିସ୍ତାନ ଯାଇଥିଲେ ଏବଂ ପୁଲୱାମାର ବାସିନ୍ଦା ଅହସାନ ଯିଏ ୨୦୧୮ରେ ପାକିସ୍ତାନ ଯାଇଥିଲେ ଭାବେ ମଧ୍ୟ ଚିହ୍ନଟ କରାଯାଇଛି।
ଜମ୍ମୁ ଏବଂ କଶ୍ମୀରର କର୍ତ୍ତୃପକ୍ଷ ପୂର୍ବରୁ ୩ ଜଣ ସନ୍ଦିଗ୍ଧଙ୍କ ସ୍କେଚ ଜାରି କରିସାରିଛନ୍ତି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ସୂଚନା ଦେବା ପାଇଁ ପ୍ରତ୍ୟେକଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେକୁ ମୁସା ଭାବରେ ଚିହ୍ନଟ କରିଛନ୍ତି, ଯିଏ ମେ ୨୦୨୪ ରେ ପୁଞ୍ଚରେ ଭାରତୀୟ ବାୟୁସେନା (IAF) କନଭୟ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ସାମିଲ ଥିଲା ବୋଲି ଅଧିକାରୀ କହିଛନ୍ତି।

୨୬ ଜଣଙ୍କୁ ମଙ୍ଗଳବାର ଗୁଳିକରି ହତ୍ୟା କରିଥିବା ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍‌ ଓ ଫଟୋ ବୁଧବାର ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଜାରି କରାଯାଇଛି। ଏହି ୩ ପାକିସ୍ତାନୀ ହେଲେ ଆସିଫ୍‌ ଫୌଜି, ସୁଲେମାନ୍‌ ଶାହ ଓ ଅବୁ ତଲ୍‌ହା। ସେମାନଙ୍କ କୋଡ୍‌ ନାମ ହେଉଛି ମୁଷା, ୟୁନୁସ୍‌ ଓ ଆସିଫ୍‌। ପୁଞ୍ଚ୍‌ରେ ମଧ୍ୟ ଅନେକ ଆକ୍ରମଣରେ ଏହି ୩ ଆତଙ୍କବାଦୀ ସମ୍ପୃକ୍ତ ଥିବା କୁହାଯାଉଛି।

ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଥିବା ଲୋକଙ୍କ ସହାୟତାରେ ଏହି ୩ ଜଣଙ୍କ ସ୍କେଚ୍‌ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ସହଯୋଗୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟ୍ରର୍‌ଏଫ୍‌) ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ବୁଧବାର ପହଲଗାମ ଗସ୍ତକରି ଆକ୍ରମଣସ୍ଥଳ ପରିଦର୍ଶନ କରିଛନ୍ତି। ସେଠାରେ ସେ ସେନା ଓ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଆତଙ୍କବାଦୀମାନେ କେଉଁଠୁ କିପରି ଭାବେ ଆସିଥିଲେ ଏବଂ କିଭଳି ପର୍ଯ୍ୟଟକମାନଙ୍କୁ ହତ୍ୟା କରିଥିଲେ, ସେନେଇ ଶାହାଙ୍କୁ ସୁରକ୍ଷା ଅଧିକାରୀମାନେ ଅବଗତ କରାଇଥିଲେ। ଏହି ଅବସରରେ ଜମ୍ମୁ-କଶ୍ମୀର ପୋଲିସ ଡିଜି ନଲିନ୍‌ ପ୍ରଭାତ ଏବଂ ସେନାର ୧୫ କର୍‌ ଜିଓସି ଲ୍ୟୁଟ୍‌ନାଣ୍ଟ ଜେନେରାଲ ପ୍ରଶାନ୍ତ ଶ୍ରୀବାସ୍ତବ ଉପସ୍ଥିତ ଥିଲେ। ଆକାଶମାର୍ଗରୁ ଆକ୍ରମଣସ୍ଥଳ ପରିଦର୍ଶନ ପୂର୍ବରୁ ଶାହା ଶ୍ରୀନଗରସ୍ଥିତ ପୋଲିସ କଣ୍ଟ୍ରୋଲ ରୁମ୍‌ରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି ଅନନ୍ତନାଗରେ ସରକାରୀ ମେଡିକାଲ କଲେଜରେ ଚିକିତ୍ସାଧୀନ ଆହତମାନଙ୍କୁ ମଧ୍ୟ ଶାହା ଭେଟିଥିଲେ। ତାଙ୍କ ସହ ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଉପସ୍ଥିତ ଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଏକ୍ସ’ରେ କହିଛନ୍ତି, ଆତଙ୍କବାଦ ଆଗରେ ଦେଶ ମୁଣ୍ଡ ନୁଆଇବ ନାହିଁ। ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଛଡ଼ାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?