Posted inଫୁରସତ

କ୍ୟୁବ୍‌ କୁଇନ୍‌ କାଓ କିଜିଆନ, କଣ୍ଢେଇ ସହ ଖେଳିବା ବୟସରେ କଲେ ଓ୍ବାର୍ଲଡ ରେକର୍ଡ

ଯେଉଁ ବୟସରେ କଣ୍ଢେଇ ସହ ଖେଳିବା କଥା ସେଇ ବୟସରେ ୬ ବର୍ଷୀୟା କାଓ କିଜିଆନ କରିଛନ୍ତି ଓ୍ବାର୍ଲଡ ରେକର୍ଡ। ସେପୁଣି କଠିନ ବ୍ରେନ୍‌ ଗେମ୍‌ ରୁବିକ୍‌ କ୍ୟୁବ୍‌କୁ ସବୁଠୁ କମ୍‌ ସମୟରେ ସମାଧାନ କରି। ମାତ୍ର ୩ ବର୍ଷ ବୟସରୁ ସେ କ୍ୟୁବ୍‌ ଖେଳିବା ଆରମ୍ଭ କରିଥିଲେ। ଜଣେ ସମ୍ପର୍କୀୟ ଭାଈ ତାଙ୍କୁ ସ୍ପିଡ କ୍ୟୁବିଂ ଆର୍ଟ ଶିଖାଇଥିଲେ। ଗୋଟିଏ ବର୍ଷ ଭିତରେ ଖୁବ କମ୍‌ ସମୟରେ ସେ କ୍ୟୁବ୍‌ ସଲ୍‌ଭ କରିପାରିଲେ। ଏହାପରେ କାଓଙ୍କ ମା’ବାପା ତାଙ୍କ ପାଇଁ କୋଚ୍‌ ବି ରଖିଲେ। କାଓଙ୍କୁ କ୍ୟୁବ ସଲ୍‌ଭ କରିବାକୁ ଏତେ ଭଲ ଲାଗୁଥିଲା ଯେ, ଦିନକୁ ୨-୩ ଘଣ୍ଟା ଯେମିତି ବି ହେଉ ଅଭ୍ୟାସ କରୁଥିଲେ। ଫଳରେ ଦିନକୁ ଦିନ ତାଙ୍କର କ୍ୟୁବ୍‌ ସଲ୍‌ଭ କରିବା ଦକ୍ଷତା ବଢିବାକୁ ଲାଗିଲା। ପ୍ରଥମେ ଯେଉଁଠି ତାଙ୍କୁ ୧୨ ସେକେଣ୍ଡ ଲାଗୁଥିଲା ସଲ୍‌ଭ କରିବାକୁ ପରେ ତାହା କମି ୧୦ ସେକେଣ୍ଡକୁ ଆସିଲା। ହେଲେ ଦୁଃଖର ବିଷୟ ମଝିରେ ସେ ଏକ ଦୁର୍ଘଟଣାର ଶିକାର ହେଲେ। ତାଙ୍କର ମନୋବଳ ଭାଙ୍ଗିଗଲା। ପରିବାର ଲୋକେ ନିଜେ କ୍ୟୁବ୍‌ ଧରି ତାଙ୍କ ପାଖରେ କ୍ୟୁବ୍‌ ସଲ୍‌ଭ କରି କାଓଙ୍କ ମନୋବଳ ବଢାଇବାକୁ ଚେଷ୍ଟା କଲେ। ଏମିତିକି ପରିବାର ଲୋକେ ବିଭିନ୍ନ କ୍ୟୁବ ସଲ୍‌ଭିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ ବି କଲେ। ଏମିତିରେ କାଓଙ୍କର ପୁଣିଥରେ କ୍ୟୁବ୍‌ ସଲ୍‌ଭ କରିବାର ଝୁଙ୍କ ବଢିଲା। ଆଉ ମାତ୍ର ୬ ବର୍ଷ ବୟସରେ ସିଙ୍ଗାପୁରରେ ଓ୍ବାର୍ଲଡ କ୍ୟୁବ୍‌ ଆସୋସିଏସନ୍‌ ତରଫରୁ ଆୟୋଜିତ ର୍ୟୁବିକ କ୍ୟୁବ୍‌ ଇଣ୍ଟରନ୍ୟାଶନାଲ ଓପନ ଟୁର୍ନାମେଣ୍ଟରେ ଭାଗ ନେଇ ମାତ୍ର ୫.୯୭ ସେକେଣ୍ଡରେ କ୍ୟୁବ୍‌ ସଲ୍‌ଭ କଲେ। ଫଳରେ ସବୁଠୁ କମ୍‌ ସମୟରେ କ୍ୟୁବ୍‌ ସଲ୍‌ଭ କରିଥିବା ପ୍ରଥମ ମହିଳାର ରେକର୍ଡ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?