ପାୱାରଗ୍ରୀଡ୍‌କୁ ସିଏସ୍‌ଆର୍‌ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ନୂଆଦିଲ୍ଲୀ,୧୯।୨: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ମହାରତ୍ନ ସିପିଏସ୍‌ୟୁ ସଂସ୍ଥା ପାୱାରଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌କୁ ଆଉ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଥିବା ୯ମ ପିଏସ୍‌ୟୁ ଆଓ୍ବାର୍ଡ ସେରେମନିରେ ଉକ୍ତ ସମ୍ମାନ ପାଓ୍ବାରଗ୍ରୀଡ୍‌କୁ ଦିଆଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ବିଶେଷକରି ଗଭର୍ନାନ୍ସ ନାଓ ପକ୍ଷରୁ ପାୱାରଗ୍ରୀଡ୍‌କୁ ଏକ ସାଙ୍ଗରେ ୫ଟି ସମ୍ମାନଜନକ ପୁରସ୍କାର ସହ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ୯ମ ପିଏସ୍‌ୟୁ ଆଓ୍ବାର୍ଡ ସେରେମନିରେ ପାଓ୍ବାରଗ୍ରୀଡ୍‌କୁ ଦିଆଯାଇଥିବା ପୁରସ୍କାର ଯଥା ସିଏସ୍‌ଆର୍‌ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ, ପରିବେଶ ଏବଂ ସ୍ଥିରତା ପୁରସ୍କାର, ରାଷ୍ଟ୍ର ନିର୍ମାଣ ପୁରସ୍କାର, ଅନୁସନ୍ଧାନ ଏବଂ ଅଭିନବ ପୁରସ୍କାର ସମେତ ଡିଜିଟାଲ ପିଏସ୍‌ୟୁ ପୁରସ୍କାର। ଏହି ପରିପ୍ରେକ୍ଷୀରେ ପାଓ୍ବାରଗ୍ରୀଡ୍‌ର ନିର୍ଦ୍ଦେଶକ (ପର୍ସନାଲ) ଡ. ଭି. କେ. ସିଂଙ୍କୁ ସାମଗ୍ରିକ ଭାବେ ସିଏସ୍‌ଆର୍‌ ଲିଡର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି। ବିଶେଷକରି ସିଏସ୍‌ଆର୍‌ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଯୋଗଦାନ କରିଥିବା ଯୋଗୁ ପାଓ୍ବାରଗ୍ରୀଡ୍‌କୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ। ସେହିଭଳି ଉକ୍ତ ୫ଟି ପୁରସ୍କାର ଶକ୍ତି ଅବଦାନକୁ ସ୍ବୀକୃତି ପ୍ରଦାନ କରୁଥିବାବେଳେ ରାଷ୍ଟ୍ର ନିର୍ମାଣରେ ସିଏସ୍‌ଆର୍‌ ଏବଂ ସ୍ଥିରତା, ନବସୃଜନ ଏବଂ ଆଇଟିର ବ୍ୟବହାରକୁ ବିଶେଷ ଭାବେ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri