ବର୍ବରତା ବନାମ ଆଶ୍ୱାସନା

କାବୁଲ/ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୯।୮ : ଦୁର୍ଦ୍ଧର୍ଷ ଆତଙ୍କବାଦୀମାନେ କାବୁଲ ଦଖଲ କରିବା ପରେ ହାତ ଟେକିଦେଇଥିଲା ଆଫଗାନ ସେନା। ପୁଣିଥରେ କ୍ଷମତା ହାତେଇବା ପାଇଁ ରାଷ୍ଟ୍ରପତି ଭବନରେ ତାଲିବାନ ନେତାଙ୍କ ଉପସ୍ଥିତି ସୂଚାଇ ଦେଇଥିଲା ଇସ୍‌ଲାମିକ୍‌ ଏମିରେଟ୍ସ ଅଫ୍‌ ଆଫଗାନିସ୍ତାନରେ ନୂଆ ସରକାର ଗଠନ ହେବାକୁ ଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ତାଲିବାନ ଏକ ଟ୍ରାଞ୍ଜିଟ ସରକାର ଗଠନ କରିନାହିଁ। ଟ୍ରାଞ୍ଜିଶନ ପ୍ରକ୍ରିୟା ଜାରି ରହିଥିବାବେଳେ ତାଲିବାନ ନିଜ ଗ୍ରହଣୀୟତା ବଢ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। ବିଦେଶୀ କୂଟନୈତିକ ମିଶନ ତଥା ଜନସାଧାରଣଙ୍କ ସହ ମିଳାମିଶା କରୁଛି। ସ୍ଥାନୀୟ ନାଗରିକଙ୍କୁ ସର୍ବକ୍ଷମା ଘୋଷଣା, ମହିଳା ସୁରକ୍ଷାର ପ୍ରତିଶ୍ରୁତି ଓ ସ୍କୁଲରେ ଝିଅଙ୍କ ପାଠପଢ଼ା ଅନୁମତି ଦେଇ ନିଜ ମୁହଁରେ ଲାଗିଥିବା କଳଙ୍କ ପୋଛିବାକୁ ଉଦ୍ୟମ କରୁଛି ତାଲିବାନ। ଏହାକୁ ଦେଖି କେତେକେ ପ୍ରଶ୍ନ କରିବାରେ ଲାଗିଛନ୍ତି ତାଲିବାନ କ’ଣ ବଦଳିଯାଇଛି? କିନ୍ତୁ ଯେଉଁମାନେ ଅଢ଼େଇ ଦଶନ୍ଧି ତଳେ ତାଲିବାନର ଅନ୍ଧାରୀ ଶାସନ, ସର୍ବସମ୍ମୁଖରେ ମୁଣ୍ଡକାଟ ଓ ମହିଳା ବିରୋଧୀ ଶରିଆ ଆଇନର ବର୍ବରତା ଦେଖିଛନ୍ତି ସେମାନେ ଏହି ଆଶ୍ୱାସନାକୁ ଗ୍ରହଣ କରିପାରୁନାହାନ୍ତି।

ମାତ୍ର ସପ୍ତାହେ ମଧ୍ୟରେ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିଚାଲିଥିଲା ତାଲିବାନ୍‌। ରାସ୍ତାରୁ ମହିଳାମାନେ ଉଭାନ ହେବାରେ ଲାଗିଥିଲେ ଓ ପୁରୁଷମାନେ ପାରମ୍ପରିକ ପୋଷାକରେ ବାହାରକୁ ଆସୁଥିଲେ। ଚାହୁଁ ଚାହୁଁ ଶେଷ ଦୁର୍ଗ କାବୁଲ ମଧ୍ୟ ତାଲିବାନ କବ୍‌ଜାକୁ ଆସିଗଲା। ୨୫ ବର୍ଷ ତଳେ ତାଲିବାନର ବର୍ବରତାକୁ ଅଙ୍ଗେ ନିଭାଇଥିବା ଆଫଗାନମାନେ ଦେଶ ଛାଡ଼ି ପଳାୟନ କରିବାରେ ଲାଗିଲେ। ଏହି ଧାରା ଅଦ୍ୟାବଧି ଅବ୍ୟାହତ ରହିଛି, ଯେତେବେଳେ କି ଆଫଗାନିସ୍ତାନ ଏହାର ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି। ୧୯୧୯ ଆଙ୍ଗ୍ଲୋ-ଆଫଗାନ୍‌ ଚୁକ୍ତି ଅନୁସାରେ ଅଗଷ୍ଟ ୧୯ରେ ଆଫଗାନିସ୍ତାନରେ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ। ଆଫଗାନିସ୍ତାନ ଓ ବ୍ରିଟେନ୍‌ ମଧ୍ୟରେ ଏକ ସମ୍ପୂର୍ଣ୍ଣ ନିରପେକ୍ଷ ସମ୍ପର୍କ ପ୍ରତିଷ୍ଠାକୁ ଏହି ଚୁକ୍ତି ବଳରେ ମଞ୍ଜୁରୀ ଦିଆଯାଇଥିଲା। ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବୁଧବାର ଆଫଗାନମାନେ ତାଲିବାନର ପତାକାକୁ ହଟାଇ ଦେଇଛନ୍ତି। ସ୍ଥାନୀୟ ନାଗରିକ ତାଲିବାନକୁ ଯେତିକି ଡରୁଛନ୍ତି ସେତିକି ବିରୋଧ ମଧ୍ୟ କରୁଛନ୍ତି। କେତେକ ସ୍ଥାନରେ ମହିଳାମାନେ ବୁର୍ଖା ପିନ୍ଧି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଜଲାଲାବାଦରେ ବିକ୍ଷୋଭ ବେଳେ ତାଲିବାନ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଆହତ ହୋଇଛନ୍ତି। ଏଭଳି ଅଚଳାବସ୍ଥା ପାଇଁ ବାଇଡେନ୍‌ ପ୍ରଶାସନକୁ ଦାୟୀ କରାଯାଉଥିବାବେଳେ କାବୁଲରୁ ୩,୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି ଆମେରିକା। ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ଆଫଗାନିସ୍ତାନର କ୍ଷମତାଚ୍ୟୁତ ତଥା ପଳାତକ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କୁ ନେଇ ଏକ ବିବୃତି ଜାରି କରାଯାଇଛି। ଗନି ଓ ତାଙ୍କ ପରିବାର ୟୁଏଇରେ ପହଞ୍ଚତ୍ଥିବାବେଳେ ସେମାନଙ୍କୁ ମାନବୀୟ ଦୃଷ୍ଟିକୋଣରୁ ଗ୍ରହଣ କରାଯାଇଥିବା ଏଥିରେ କୁହାଯାଇଛି।

ଫେସ୍‌ବୁକ୍‌କୁ ସମାଲୋଚନା

ତାଲିବାନକୁ ଆତଙ୍କବାଦୀ ଦର୍ଶାଇବା ସହ ଏହି ଗୋଷ୍ଠୀକୁ ନିଜ ପ୍ଲାଟଫର୍ମରୁ ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ବ୍ୟାନ୍‌ କରିଛି। ଏହାକୁ ନେଇ ଫେସ୍‌ବୁକ୍‌କୁ ତାଲିବାନ ସମାଲୋଚନା କରିଛି। ଏକ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ତାଲିବାନ ମୁଖପାତ୍ର ସୁହେଲ ଶାହେନ୍‌ କହିଛନ୍ତି, ନିଜକୁ ଅଭିବ୍ୟକ୍ତି ସ୍ବାଧୀନତାର ରକ୍ଷକ ଭାବେ ପ୍ରଚାର କରୁଥିବା ଫେସ୍‌ବୁକ୍‌ ଆଫଗାନିସ୍ତାନବାସୀଙ୍କ ସମସ୍ତ ତଥ୍ୟ ପ୍ରକାଶ ଉପରେ ପ୍ରତିବନ୍ଧକ ଲଗାଇଛି। ଦେଶବାସୀଙ୍କ କଥାକୁ ବିଶ୍ୱକୁ ଜଣାଇବାରେ ଫେସ୍‌ବୁକ୍‌ କାହିଁକି ପ୍ରତିବନ୍ଧକ ଲଗାଇଛି ସେ ପ୍ରଶ୍ନ ଉକ୍ତ କମ୍ପାନୀକୁ କରାଯାଉ ବୋଲି ଶାହେନ୍‌ କହିଛନ୍ତି।

ବିଦେଶରେ ୯ ବିଲିୟନ ଡଲାର

ଆଫଗାନିସ୍ତାନର ପ୍ରାୟ ୯ ବିଲିୟନ ଡଲାର ( ପ୍ରାୟ ୬୭ ହଜାର କୋଟି ଟଙ୍କା) ବିଦେଶରେ ମହଜୁଦ ଥିବା ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନର ଆଜମଲ୍‌ ଅହମଦୀ କହିଛନ୍ତି। ସେଥିମଧ୍ୟରୁ ପ୍ରାୟ ୭ ବିଲିୟନ ଡଲାର ଆମେରିକା ଫେଡେରାଲ ରିଜର୍ଭ ବଣ୍ଡ୍‌, ସୁନା ଓ ଅନ୍ୟାନ୍ୟ ଆକାରରେ ରହିଛି। ଦେଶ ମଧ୍ୟରେ ନଗଦ ଡଲାର ପ୍ରାୟ ଉପଲବ୍ଧ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଏଥିଯୋଗୁ ଆଫଗାନିସ୍ତାନରେ ମୁଦ୍ରାସ୍ପୀତି ବଢ଼ିବ ଏବଂ ଗରିବ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେବେ। ବନ୍ଧୁକ ମୁନରେ ତାଲିବାନ ବିଜୟ ହାସଲ କରିଥିଲେ ହେଁ ଏହି ଅର୍ଥ ନ ମିଳିଲେ ଶାସନ ଚଳାଇବା ସହଜ ହେବ ନାହିଁ ବୋଲି ସେ କହିଛନ୍ତି।

ତାଲିବାନ୍‌ ପାଇବନି ସରକାରୀ ଜମା

ଆମେରିକା ବ୍ୟାଙ୍କରେ ମହଜୁଦ ଥିବା ଆଫଗାନିସ୍ତାନ ସରକାରଙ୍କ ଅର୍ଥ ତାଲିବାନ୍‌କୁ ଦିଆଯିବ ନାହିଁ ବୋଲି ଜୋ ବାଇଡେନ୍‌ ପ୍ରଶାସନ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନର କୋଟି କୋଟି ଡଲାର ଆମେରିକୀୟ ବ୍ୟାଙ୍କରେ ଜମା ଥିବାବେଳେ ଏହା ତାଲିବାନ୍‌ ନିକଟରେ ନ ପହଞ୍ଚତ୍ବାକୁ ନେଇ ଅନେକ ଖାତା ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଆଫଗାନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ଜମାର ସିଂହଭାଗ ଆମେରିକାରେ ରହିଥିବା ବାଇଡେନ୍‌ ପ୍ରଶାସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ ସେନାଠାରୁ ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ର ତାଲିବାନ ଫେରାଇବ ନାହିଁ ବୋଲି ଜଣାଥିବା ହ୍ବାଇଟ୍‌ହାଉସ୍‌ ପକ୍ଷରୁ କୁହାଯାଇଛି।

ମୁଲ୍ଲା ବରାଦର

ପ୍ରଭାବିତ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମୁଲ୍ଲା ଅବ୍‌ଦୁଲ ଗନି ବରାଦର ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି।
ସହପ୍ରତିଷ୍ଠାତା ତଥା ଉପନେତା ମୁଲ୍ଲା ଅବ୍‌ଦୁଲ ଗନି ବରାଦର ବୁଧବାର କାତାରରୁ ଫେରିଛନ୍ତି। ସେ ଦେଶର ଦ୍ୱିତୀୟ ବଡ଼ ସହର କାନ୍ଦାହାରରେ ଅବତରଣ କରିଛନ୍ତି। କାନ୍ଦାହାର ହେଉଛି ତାଲିବାନର ଆଧ୍ୟାମତ୍ିକ ଜନ୍ମସ୍ଥାନ, ଯାହାକୁ ପ୍ରଥମ ପାଳି ସରକାର ବେଳେ ରାଜଧାନୀ କରାଯାଇଥିଲା।
ସପକ୍ଷବାଦୀ ମିଡିଆ ପକ୍ଷରୁ ଜାରି ଭିଡିଓ ଫୁଟେଜ୍‌ରେ କାନ୍ଦାହାର ବିମାନବନ୍ଦରରେ ମୁଲ୍ଲା ବରାଦର ଅବତରଣ କରୁଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି।
ଓ ଆଫଗାନ ଶାନ୍ତି ମଧ୍ୟସ୍ଥଙ୍କ ସହ ଆଲୋଚନା ପାଇଁ କାତାରରେ ମୁଲ୍ଲା ବରାଦର ଅନେକ ମାସ ଧରି ଅବସ୍ଥାନ କରୁଥିଲେ।
ମୁଲ୍ଲା ବରାଦରଙ୍କୁ ପାକିସ୍ତାନରେ ଗିରଫ କରାଯାଇଥିଲା। କିନ୍ତୁ ଟ୍ରମ୍ପ୍‌ ପ୍ରଶାସନର ଅନୁରୋଧ କ୍ରମେ ତାଙ୍କୁ ଛାଡ଼ି ଦିଆଯାଇଥିଲା। କାତାରରେ ଶାନ୍ତି ଆଲୋଚନାରେ ଭାଗ ନେବା ପାଇଁ ଆମେରିକୀୟ ମଧ୍ୟସ୍ଥ ଜଲମେ ଖଲିଲଜାଦ୍‌ ତାଙ୍କୁ ଜଣେ ଭରସାଯୋଗ୍ୟ ପ୍ରତିପକ୍ଷ ବୋଲି ବିବେଚନା କରୁଥିଲେ।
କାର୍ଯ୍ୟକଳାପ ସତ୍ତ୍ୱେ ମୁଲ୍ଲା ବରାଦର ଶାନ୍ତି ଆଲୋଚନା ଆରମ୍ଭ ହେବା ପଛରେ ରହିଥିଲେ। ବିଶେଷକରି ୨୦୦୪ ଓ ୨୦୦୯ରେ ଶାନ୍ତିଚୁକ୍ତିରେ ତାଙ୍କର ବଡ଼ ଭୂମିକା ଥିଲା।

ବୁର୍ଖା ଦାମ୍‌ ଦଶଗୁଣ

ଆଫଗାନିସ୍ତାନକୁ ତାଲିବାନ୍‌ ଫେରିବା ପରେ ବିଶେଷ କରି ମହିଳାମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେମାନେ ଘରୁ ବାହାରିବାକୁ ଭୟ କରୁଥିବାବେଳେ ବୁର୍ଖା କିଣିବାକୁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଫଳରେ ସେଠାରେ ବୁର୍ଖା ଦାମ୍‌ ଆକାଶଛୁଆଁ ହୋଇଛି। ରିପୋର୍ଟ ଅନୁସାରେ କାବୁଲରେ ବୁର୍ଖା ମୂଲ୍ୟ ପୂର୍ବଠାରୁ ଦଶ ଗୁଣା ଅଧିକ ଦାମରେ ବିକ୍ରି ହେଉଛି। ପୂର୍ବରୁ ତାଲିବାନର କଠୋର ଶାସନବେଳେ ମହିଳାମାନେ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ ଥିଲା। ପୁରୁଷଙ୍କ ବିନା ବାହାରକୁ ବାହାରିବା ମନା ଥିଲା। ଝିଅମାନେ ସ୍କୁଲ ଯିବା ଉପରେ ପ୍ରତିବନ୍ଧକ ରହିଥିଲା। ସେସବୁକୁ ମନେ ପକାଇ ଏବେ ଆଫଗାନ୍‌ ମହିଳାମାନେ ଘରେ ଅଧିକ ସଂଖ୍ୟାରେ ବୁର୍ଖା କିଣି ରଖିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ଅବ୍‌ଦୁଲ ମଜାରିଙ୍କ ପ୍ରତିମୂର୍ତ୍ତି ଧ୍ୱଂସ

ଆଫଗାନିସ୍ତାନର ବାମିୟାନରେ ହଜାରା ନେତା ଅବ୍‌ଦୁଲ ଅଲି ମଜାରିଙ୍କ ପ୍ରତିମୂର୍ତ୍ତିକୁ ତାଲିବାନ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ପୂର୍ବ ଶାସନରେ ବାମିୟାନ୍‌ ବୁଦ୍ଧମୂର୍ତ୍ତିକୁ ଧ୍ୱସ୍ତବିଧ୍ୱସ୍ତ କରିବା ବେଳର ସ୍ମୃତିକୁ ଏହା ମନେପକାଇ ଦେଇଛି। ୧୯୯୫ରେ ତାଲିବାନ ପକ୍ଷରୁ ଅବ୍‌ଦୁଲ୍‌ ଅଲିଙ୍କୁ ହତ୍ୟା କରାଯାଇଥିଲା। ପାର୍ବତ୍ୟ ଅଞ୍ଚଳରେ ବସବାସ କରୁଥିବା ହଜାରା ସମୁଦାୟକୁ ହଜାରାଜାତ୍‌ କୁହାଯାଏ। ଏମାନେ ହେଉଛନ୍ତି ଗେନ୍‌ଘିସ୍‌ ଖାନଙ୍କ ବଂଶଜ, ଯିଏକି ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଗତ କିଛି ବର୍ଷ ହେଲା ହଜାରା ସମୁଦାୟ ଉପରେ ଏହି ଆତଙ୍କବାଦୀ ସଙ୍ଗଠନର ଆକ୍ରମଣ ଜାରି ରହିଛି। ଏହାକୁ ନେଇ ମାନବାଧିକାର କର୍ମୀ ସଲିମ ଜାଭେଦ ଟୁଇଟ୍‌ କରିଛନ୍ତି, ବହୁତ ହୋଇଗଲା ସର୍ବକ୍ଷମା।

ତାଲିବାନ୍‌ କବ୍‌ଜାରେ ସାଲିମା ମଜାରି

ଚାହରକିଣ୍ଟର ହଜାରା ଡିଷ୍ଟ୍ରିକ୍ଟ ଗଭର୍ନର ସାଲିମା ମଜାରିଙ୍କୁ ମଧ୍ୟ ତାଲିବାନ୍‌ ପଣବନ୍ଦୀ ରଖିଛି। ତାଲିବାନର କାବୁଲ ଦଖଲ ପରେ ଅନେକ ଆଫଗାନ ନେତା ଦେଶ ଛାଡ଼ି ପଳାୟନ କରିଥିବାବେଳେ ସାଲିମା ମଜାରି ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କରିଥିଲେ। ଆତଙ୍କବାଦୀଙ୍କ ବିରୋଧରେ ଅସ୍ତ୍ର ଉଠାଇଥିବା ସାଲିମା ବଲ୍‌ଖ ପ୍ରଦେଶକୁ ତାଲିବାନ ଦଖଲ କରିବା ପରେ ଆମତ୍ସମର୍ପଣ କରିଥିବା କୁହାଯାଉଛି।

ବସିବ ଜି-୭ ବୈଠକ

ଆଫଗାନିସ୍ତାନ ସ୍ଥିତି ଉପରେ ଆଲୋଚନା ପାଇଁ ଆସନ୍ତା ସପ୍ତାହରେ ଜି-୭ ବୈଠକ ବସିବ। ଭର୍ଚୁଆଲ ମାଧ୍ୟମରେ ବୈଠକରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସହମତ ହୋଇଛନ୍ତି। ଏ ସମ୍ପର୍କରେ ବାଇଡେନ୍‌ ଏବଂ ଜନସନ ଫୋନ୍‌ ମାଧ୍ୟମରେ ଆଲୋଚନା କରିଛନ୍ତି। ଆଫଗାନିସ୍ତାନ ନୀତିରେ ସମସ୍ତ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକତା ରହିଛି। ଆଫଗାନିସ୍ତାନ ଶରଣାର୍ଥୀଙ୍କ ସମସ୍ୟା ସମାଧାନ ପାଇଁ ମଧ୍ୟ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଜି-୭ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଆମେରିକା, ବ୍ରିଟେନର ଆନ୍ତଃ ସରକାର ରାଜନୈତିକ ଫୋରମ୍‌ ହୋଇଥିବାବେଳେ ଏବେ ବୋରିସ୍‌ ଏହାର ଅଧ୍ୟକ୍ଷ ରହିଛନ୍ତି। ବ୍ରିଟେନ୍‌ ୨ ହଜାରରୁ ଊର୍ଦ୍ଧ୍ୱ ଆଫଗାନ୍‌ ଶରଣାର୍ଥୀଙ୍କୁ ସହାୟତା ଦେଇଛି ବୋଲି ବୋରିସ୍‌ କହିଛନ୍ତି। ପ୍ରତିଶ୍ରୁତି ବଳରେ ନୁହେଁ, ତାଲିବାନ୍‌କୁ ଏହାର କାର୍ଯ୍ୟ ଆଧାରରେ ବିଚାରକୁ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?