ଶୁଆ ଶାବକଙ୍କ ପ୍ରତି ବଢ଼ୁଛି ନିଷ୍ଠୁରତା, ଗଛ କୋରଡ଼ରୁ ଉଠାଇ ଆଣୁଛନ୍ତି ଶିକାରୀ

ଭୁବନେଶ୍ୱର,୩।୩(ବ୍ୟୁରୋ): ଆଖି ଠିକ୍‌ ଭାବେ ଫିଟି ନାହିଁ। ଦେହରେ ପର ବି ସମ୍ପୂର୍ଣ୍ଣ ଲାଗି ନାହିଁ। ଗୁରୁଣ୍ଡି ଗୁରୁଣ୍ଡି ମା’ ମୁହଁରୁ ଖାଦ୍ୟ, ଆଉ ସ୍ନେହକୁ ଅପେକ୍ଷା କରି ରହୁଥିବା ଶୁଆ ଶାବକଙ୍କୁ ଅତି ନିଷ୍ଠୁର ଭାବେ ଗଛ କୋରଡ଼ରୁ ଉଠାଇ ଆଣୁଛନ୍ତି ଶିକାରୀ। ଏଭଳି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। କନ୍ଧମାଳ ଏଲ୍‌.କେ. ଚ୍ୟାନେଲ ନାମକ ୟୁଟ୍ୟୁବ୍‌ ଆକାଉଣ୍ଟରୁ ଅପ୍‌ଲୋଡ଼ ହୋଇଥିବା ଏହି ଭିଡ଼ିଓରେ ଜଣେ ଯୁବକ ଜଙ୍ଗଲରେ ଏକ ଗଛ ଉପରେ ଚଢ଼ି କୋରଡ ଭିତରୁ ଶୁଆ ଶାବକଙ୍କୁ ବାହାର କରି ଗାମୁଛାରେ ବାନ୍ଧି ତଳକୁ ଓହ୍ଲାଉଥିବାର ଦୃଶ୍ୟ ରହିଛି। ପରେ ସେ ୩ ଆଲେକଜାଣ୍ଡ୍ରିନ୍‌ ପାରାକିଟ୍‌ ବା ନାହାକା ଶୁଆ ଛୁଆଙ୍କୁ ତଳେ ଛାଡ଼ୁଛି। ଡେଣାରେ ସମ୍ପୂର୍ଣ୍ଣ ପର ଲାଗି ନ ଥିବାରୁ ସେମାନେ ଉଡି ନ ପାରି ତଳେ ଚାଲୁଛନ୍ତି। ଅନ୍ୟ ଏକ ଭିଡିଓରେ ୮ଟି ଆଲେକଜାଣ୍ଡ୍ରିନ୍‌ ଶୁଆ ଶାବକଙ୍କୁ ଏକ ଗିନାରେ ଭାତ ଖାଉଥିବା ଦେଖିବାକୁ ମିଳୁଛି। ଏସବୁ ଭିଡିଓକୁ ଡାଉନ୍‌ଲୋଡ୍‌ କରି ଇମେଲ୍‌ ଯୋଗେ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକଙ୍କୁ ପଠାଇ ବିଧିବଦ୍ଧ ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ। ସେ ଦୁଇଟି ଯାକ ଭିଡ଼ିଓର ୟୁଆର୍‌ଏଲ୍‌ ଥାଇ ସ୍କ୍ରିନ୍‌ସଟ୍‌କୁ ପ୍ରମାଣ ସ୍ବରୂପ ସଂଲଗ୍ନ କରିଛନ୍ତି। ଏଥିସହ ଅଭିଯୋଗର ଏକ ନକଲ ଓ୍ବାଇଲ୍ଡ ଲାଇଫ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ତିଲୋତ୍ତମା ବର୍ମାଙ୍କୁ ମଧ୍ୟ ଦେଇଛନ୍ତି। ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି।

ବନ ବିଭାଗର ଦାୟିତ୍ୱହୀନତା ଯୋଗୁ ରାଜ୍ୟରେ ବେଆଇନ ବନ୍ୟପ୍ରାଣୀ ଶିକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଳେବେଳେ ଶୁଆ ଚାଲାଣ ଧରାଯିବା ସହ ସମ୍ପୃକ୍ତ ବିକ୍ରେତା ବା ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ହେଲେ କୋହଳ ତଦନ୍ତରୁ ଅଭିଯୁକ୍ତମାନେ ଜାମିନରେ ଖସି ଯାଉଛନ୍ତି। ଶୁଆ କିମ୍ବା ଅନ୍ୟ କୌଣସି ଭାରତୀୟ ବନ୍ୟପ୍ରାଣୀ ବା ଟ୍ରଫିକୁ ଧରି ଫଟୋ ବା ଭିଡ଼ିଓ କରି ସୋସିଆଲ ମେଡିଆରେ ଅପ୍‌ଲୋଡ୍‌ କରିବା ଏକ ବେଆଇନ କାର୍ଯ୍ୟ ବୋଲି ୨୦୧୪ରୁ ଓ୍ବାଇଲ୍ଡ ଲାଇଫ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ତରଫରୁ ନିଷେଧାଜ୍ଞା ଜାରି କରାଯାଇଛି। ହେଲେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେବା ଫଳରେ ଏଭଳି ବେଆଇନ କାମ ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲରୁ ଶୁଆ ଶାବକଙ୍କୁ ପର ଉଠି ନ ଥିବା ଅବସ୍ଥାରେ ଧରି ଚାଲାଣ କରାଯାଉଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶୁଭେନ୍ଦୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri