ଭିଡ଼ କଲେ, ବୋହିନେଲେ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ ଛଡ଼ା ନ କରି ରାଜଧାନୀବାସୀ ରାତି ପାହିଛି କି ନାହିଁ ସିଧା ଆମିଷ ବଜାର ମୁହାଁ ହୋଇଥିଲେ। କିଛି ନ ମାନି ମାଛ, ମାଂସ ଦୋକାନରେ ପ୍ରବଳ ଭିଡ଼ କରି ବୋହି ନେଇଥିଲେ। ପୂର୍ବାହ୍ନ ୧୧ଟା ମଧ୍ୟରେ ସହରରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଆମିଷ ବେପାର ହୋଇଥିଲା। ହେଲେ ସବୁଠି କୋଭିଡ୍‌ କଟକଣା ଉଲ୍ଲଂଘନ କରାଯାଇଥିଲା। ପୋଲିସ ଉପସ୍ଥିତିରେ ବି କାହା ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିଲା। ଠେଲାପେଲା ହୋଇ ମାଛ, ମାଂସ କିଣୁଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପୋଲିସ ବଳ ପ୍ରୟୋଗ କରିଥିବାବେଳେ ବିଏମ୍‌ସି ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟବସାୟୀ ଓ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲେ ମଧ୍ୟ ଭିଡ଼ ଭାଙ୍ଗି ନ ଥିଲା।
ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ମହାମାରୀ ଯୋଗୁ ଲୋକେ ନାନା ସମସ୍ୟାରେ ଦିନ କାଟୁଛନ୍ତି। ହେଲେ ଅମାନିଆମାନେ ହାଟ ବଜାରରେ ଭିଡ କରୁଛନ୍ତି। ବିଏମ୍‌ସିର ଜୋନ୍‌ କମିଶନର ଓ ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଛି ବୋଲି ସେ କହିଛନ୍ତି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ନିୟମ ଉଲ୍ଲଂଘନ ହେଉଥିବା ଦେଖିଲେ ଆମର ବିଭିନ୍ନ ଥାନାର ଅଧିକାରୀ ଓ ସ୍ବତନ୍ତ୍ର ଟିମ୍‌ ପଦକ୍ଷେପ ନେଉଛନ୍ତି। ଶେଷ ରଜ ଓ ଆମିଷ ବାର ଏକା ସାଙ୍ଗରେ ପଡିଥିବାରୁ ଟିକେ ଭିଡ଼ ଅଧିକ ରହିଥିବା ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।

ମଟନ ୮୦୦କୁ ମାଛ ୭୦୦

ଭୁବନେଶ୍ବରର ପ୍ରମୁଖ ଆମିଷ ବଜାର ଭୌମନଗର ହାଟ ( ୟୁନିଟ-୪ ମାଛ ମାର୍କେଟ), ୟୁନିଟ-୮, ଶିରିପୁର ଛକ, ରୁଚିକା ମାର୍କେଟ, ଜୟଦେବ ବିହାର, ସୁନ୍ଦରପଦା, ରବି ଟକିଜ, ଟଙ୍କପାଣି ରୋଡ୍‌, ପଟିଆ, ବିଡିଏ କଲୋନୀ, ଚନ୍ଦ୍ରଶେଖରପୁର, କିଟ୍‌ ଛକ, ଭିଏସଏସ ନଗର, ପଳାଶପଲ୍ଲୀ, ରସୁଲଗଡ, ବମିଖାଲ, ବରମୁଣ୍ଡା, ଝାରପଡା, ପଳାଶୁଣୀ ଓ ପାତ୍ରପଡା ଆଦି ୧୦୦ରୁ ଊଦ୍ଧର୍‌ବ ସ୍ଥାନରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ପୋଲିସର ଉଦାସୀନତା ଯୋଗୁ ରଜ ଭିଡର ଫାଇଦା ଉଠାଇ ଥିଲେ ଆମିଷ ବ୍ୟବସାୟୀ। କେଉଁଠି ମଟନ କେଜି ପିଛା ୭୫୦ ଟଙ୍କା ଥିଲା ତ କେଉଁଠି ୮୦୦ ଓ ଶେଷବେଳକୁ ୭୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ସେହିଭଳି ଚିକେନ ୨୦୦ରୁ ୩୫୦, ବିଭିନ୍ନ ପ୍ରକାର ମାଛ ୧୫୦ ରୁ ୭୦୦, ଚିଙ୍ଗୁଡ଼ି ୩୦୦ ରୁ ୫୦୦, ଅଣ୍ଡା ୧୨ ଟାକୁ ୮୦ରେ ବିକ୍ରି ହେଉଥିଲା। ଏବର୍ଷ ମଧ୍ୟ ରଜରେ ଆମିଷ ବେପାର ଭଲ ହୋଇଥିଲା। ଭୁବନେଶ୍ୱର ପ୍ରାୟ ୧.୨ କୋଟି ଟଙ୍କାର କାରବାର ହୋଇଥିବାବେଳେ ମଟନ ପ୍ରାୟ ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଭୁବନେଶ୍ୱର ମଟନ ବ୍ୟବସାୟ ସଂଘ ସମ୍ପାଦକ ଏସ୍‌. କେ. ସର୍ଜନ କହିଛନ୍ତି। ଅନ୍ୟପକ୍ଷରେ ଚାରିଆଡୁ ଅଭିଯୋଗ ଆସିବା ପରେ ପୋଲିସ ଓ ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଥିଲା। ବିଭିନ ସ୍ଥାନରେ ୪୦ ହଜାରରୁ ଉଦ୍ଧର୍‌ବ ଟଙ୍କାର ଚାଲାଣ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କଠାରୁ କଟାଯାଇଥିବାବେଳେ ବିଏମସି ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ କରିଥିଲା।

୨ ଗୁଣା ଦରରେ ମଦ ବିକ୍ରି, ବାର୍‌ ସିଲ୍‌

ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ପାଇଁ ଅନୁମତି ରହିଛି। କିନ୍ତୁ କେତେକ ମଦ ଦୋକାନୀ ଓ ବାର୍‌ ମାଲିକ ଅଫ୍‌ଲାଇନ୍‌ରେ ମଦ ବିକ୍ରି କରି ଦୁଇତିନିଗୁଣ ଦାମ୍‌ ନେଉଛନ୍ତି। ଏମିତି ନିୟମ ଉଲ୍ଲଂଘନ କରି ଖୁଲମ୍‌ଖୁଲା ମଦ ବିକ୍ରି କରୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ବାର୍‌ରେ ଚଢ଼ାଉ କରି ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା କ୍ଲବ୍‌ ଭେନମ୍‌ ବାର୍‌ରେ ଖୋଲାରେ ମଦ ବିକ୍ରି ହେଉଥିବା ବିଏମ୍‌ସି ନର୍ଥ ଜୋନ୍‌ ସ୍କ୍ବାଡ୍‌କୁ ଖବର ମିଳିଥିଲା। ପ୍ରଥମେ ଜଣେ କର୍ମଚାରୀ ଗ୍ରାହକ ହୋଇ ଉକ୍ତ ବାର୍‌ରୁ ଏକ ମଦ କିଣିଥିଲେ। ଦାମ ୩ ଶହ ୫୦ ଟଙ୍କା ରହିଥିବାବେଳେ ବାର୍‌ ପକ୍ଷରୁ ୭ଶହ ଟଙ୍କା ନେଇଥିଲେ। ଏହାପରେ ବିଏମ୍‌ସି ସ୍କ୍ବାଡ୍‌ ଚଢ଼ାଉ କରିଥିଲେ। କାହିଁକି ଅଫ୍‌ଲାଇନ୍‌ରେ ମଦ ବିକ୍ରି କରୁଛ ବୋଲି ପଚାରିବାରୁ ବାର କର୍ମଚାରୀ ବିଏମ୍‌ସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ବିଏମ୍‌ସି ଉକ୍ତ ବାରକୁ ସିଲ୍‌ କରିଥିବା ଜଣାପଡିଛି।

ପୋଲିସ ପକ୍ଷରୁ ୮୦,୨୦୦ ଜରିମାନା ଆଦାୟ

ସଂକ୍ରମଣ ଏଡ଼ାଇବାକୁ କୋଭିଡ୍‌ କଟକଣା ଲାଗୁ କରାଯାଇଛି। ଏହାକୁ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ଉପରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି। ବୁଧବାର ପୋଲିସର ହାଟ, ବଜାର ସମେତ ବିଭିନ୍ନ ଛକ ଓ ଚେକ୍‌ ପଏଣ୍ଟରେ ଯାଞ୍ଚବେଳେ ୭୬୮ଜଣ ଉଲ୍ଲଂଘନକାରୀ ଧରାପଡି ଜରିମାନା ଗଣିଛନ୍ତି। ସେମାନଙ୍କଠାରୁ ୮୦ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri