ଡଗରା ବେଳାଭୂମିରେ ଗହଳି

ବାଲିଆପାଳ, ୨୬ା୧୨(ସ୍ବ.ପ୍ର.) ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ରୋକିବା ଲାଗି ଗାଇଡଲାଇନ୍‌ ଜାରି କରାଯିବା ସହ ନାଇଟ୍‌ କର୍ଫ୍ୟୁ ଲଗାଯାଇଛି। ଏଥିପ୍ରତି ଅମାନିଆଙ୍କ ନଜର ନାହିଁ କି ଗାଇଡଲାଇନ୍‌କୁ ଖାତିର ନ ଥିବା ଦେଖିବାକୁ ମିଳିଛି। ଶନିବାର ବଡଦିନରେ ବାଲିଆପାଳ ବ୍ଲକର ଡଗରା ବେଳଭୂମିରେ ଦେଖିବାକୁ ମିଳିଛି। ସକାଳୁ ପର୍ଯ୍ୟଟକଙ୍କ ଭିଡ଼ ସେତେଟା ଦେଖିବାକୁ ମିଳି ନ ଥିଲେ ମଧ୍ୟ ଦିନ ବଢ଼ିବା ସହିତ ଓଡ଼ିଶାର ବିଭିନ୍ନ ଜିଲା ସହିତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ବହୁ ଅମାନିଆ ପର୍ଯ୍ୟଟକ ବେଳାଭୂମିରେ ଗହଳି କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଶାରଦା ପ୍ରସନ୍ନ ମୁଦୁଲି, ରାମଚନ୍ଦ୍ର ପୂର୍ଦୂଲଙ୍କ ସହିତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ଅମାନିଆ ପର୍ଯ୍ୟଟକଙ୍କ ଓମିକ୍ରନ ବିଷୟରେ ସଚେତନ କରିବା ସହିତ ଲୋକଙ୍କୁ ଝାଉଁ ବଣରେ ଭୋଜି କରିବାକୁ ବାରଣ କରି ବେଳାଭୂମିରୁ ଫେରାଇବାକୁ ପ୍ରୟାସ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri