ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଘନଘନ ବୈଠକ: ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ କେଉଁମାନେ ହେବେ ପ୍ରାର୍ଥୀ

ଭୁବନେଶ୍ୱର,୧୭।୩: ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏଯାବତ୍‌ ଚିତ୍ର ସ୍ପଷ୍ଟ ହୋଇନ ଥିବା ବେଳେ ରବିବାର ରାଜ୍ୟ ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି।
ବରିଷ୍ଠ ନେତାଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସୁଛି। ଏଥିରେ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।
ପୁରା ମାହୋଲ ସରଗରମ ଥିବା ଜଣାପଡୁଛି । ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ନେଇ କାହାକୁ ପ୍ରାର୍ଥୀ କରାଯିବ କାହାକୁ କେଉଁ ଆସନ ଦିଆଯିବ ଏବଂ ଅନ୍ୟ କର୍ମୀଙ୍କୁ କିପରି ସନ୍ତୁଷ୍ଟ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ମିଳିଛି । ସଠିକ ଭାବେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ଏହାକୁ ଦିଲ୍ଲୀ ପଠାଯିବ । ତେଣୁ ଏହା ଉପରେ ବରିଷ୍ଠ ନେତା ତଥା କେନ୍ଦ୍ରରୁ ଆସିଥିବା ବରିଷ୍ଠ ନେତାଙ୍କୁ ନେଇ ବିଚାର ବିମର୍ଷ ଚାଲିଥିବା ସୂଚନା ରହିଛି ।