ଖାଇଫୋଡ଼ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପିଠିରେ କଣ୍ଟା ଫୁଟାଇ ୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ

ସାକ୍ଷୀଗୋପାଳ,୧୪।୪(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଭୀମପୁର ଓ ଦାସ ବିଦ୍ୟାଧରପୁର ଗ୍ରାମରେ ବେଶ୍‌ ଧୁମଧାମ୍‌ରେ ପାରମ୍ପରିକ ଖାଇଫୋଡ଼ ଯାତ୍ରା ପାଳିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ଭୀମପୁର ଗ୍ରାମର ମା’ ଗଡ଼ଚଣ୍ଡିଙ୍କ ମନ୍ଦିର ଏବଂ ଦାସବିଦ୍ୟାଧରପୁର ବଡ଼ ପୋଖରୀରେ ଖାଇଫୋଡ ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ। ଠାକୁରାଣୀଙ୍କ ସମସ୍ତ ନୀତିକାନ୍ତି ସରିବା ପରେ କାଳେସି ବିଜେ କରିଥିଲେ। ମାନସିକଧାରୀ ପାଟୁଆମାନେ ପୋଖରୀରେ ଗାଧୁଆ ସାରି ଛଅରୁ ଦଶଇଞ୍ଚ ଲମ୍ବ ଦୁଇରୁ ଚାରୋଟି ଲେଖାଏ ଲୁହାବାଙ୍କ କଣ୍ଟା ପିଠିରେ ଫୁଟାଇ କୋଡ଼ିଏ ହାତ ଉଚ୍ଚ ଖାଇରୁ ତଳକୁ ଝୁଲିବା ଏବଂ ଠାକୁରାଣୀଙ୍କ ଜୟ ଜୟକାର ଧ୍ୱନୀ ଦେଇ ଖାଇ ଚାରିପଟେ ବୁଲିବା ଏକ ସାଧନା। ଚୈତ୍ର ମାସ ସାରା ଏହି ପାଟୁଆମାନେ ହବିଷ୍ୟାନ୍ନରେ ରହିଥିଲେ। ପ୍ରତି ମଙ୍ଗଳବାର ମା’ଙ୍କୁ ପୂଜା କରୁଥିଲେ। ମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ମା’ ଗଡ଼ଚଣ୍ଡି,ବସନ୍ତେଇ, ଜାଗୁଳାଇ,ମଙ୍ଗଳା ଓ ବାଟ ମଙ୍ଗଳା ଙ୍କର ପାଞ୍ଚଜଣ କାଳେସି ବିଜେ ହୋଇ ନିକଟବର୍ତ୍ତୀ ନଳିତା ପୋଖରୀକୁ ଯାଇଥିଲେ। ପୋଖରୀ ଚତୁଃପାର୍ଶ୍ୱରେ ସମବେତ ଭକ୍ତମାନଙ୍କ ଗହଣରେ ଜଣକ ପରେ ଜଣେ ପାଟୁଆମାନଙ୍କ ପିଠିରେ କାଳେସିମାନେ କଣ୍ଟା ଫୁଟାଇଥିଲେ ମଧ୍ୟ କ୍ଷତ ସ୍ଥାନରୁ ରକ୍ତସ୍ରାବ ହୋଇ ନଥିଲା। କଣ୍ଟାର ଗୋଟିଏ ମୁଣ୍ଡରେ ଲଗାଯାଇଥିବା ରଶିରେ ପାଟୁଆ ମାନେ ବନ୍ଧା ହୋଇ ଖାଇ ଦଣ୍ଡରୁ ତଳକୁ ଝୁଲିଥିଲେ। ଖାଇରେ ଝୁଲିବା ସମୟରେ ପାଟୁଆମାନେ ଖଜୁରି, କୋଳି, ଆମ୍ବ ଆଦି ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ପକାଇଥିଲେ। ଛୋଟ ଶିଶୁଙ୍କୁ ଖାଇରେ ଧରି ପାଟୁଆମାନେ ବୁଲୁଥିବା ଦେଖାଯାଇଥିଲା। ଅସାଧ୍ୟ ରୋଗ ପିଡ଼ାରୁ ଉପଶମ ଲଭିବା ଏବଂ ନିଃସନ୍ତାନମାନେ ସନ୍ତାନ ସନ୍ତତି ଆଶାରେ ଏଭଳି କଷ୍ଟକର ତପ ସାଧନ କରିଥାନ୍ତି ବୋଲି ଜଣାପଡିଥାଏ। ସେହିପରି ଦାସବିଦ୍ୟାଧରପୁର ବଡ଼ ପୋଖରୀରେ ଖାଇଫୋଡ ଯାତ୍ରା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri