ପାର୍ବଣ ପୂର୍ବରୁ ଭିଡ଼ ନିୟନ୍ତ୍ରଣ ଚିନ୍ତା

ଭୁବନେଶ୍ୱର,୧୧।୯(ସତ୍ୟଜିତ୍‌ ରାଉତ): ରାଜଧାନୀରେ ଦିନକୁ ଦିନ ଲୋକଙ୍କ ସହ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସେହି ଅନୁସାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇ ନ ପାରିବାରୁ ଅସମ୍ଭାଳ ଗହଳି ପରିଲକ୍ଷିତ ହେଉଛି। ଆବଶ୍ୟକ ସଂଖ୍ୟାରେ ଟ୍ରାଫିକ୍‌ ପୋଷ୍ଟ ଏବଂ କର୍ମଚାରୀ ଅଭାବରୁ ଏବେ ଅଧିକାଂଶ ସ୍ଥାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ କରିବା ଟ୍ରାଫିକ୍‌ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଲାଣି।

ରାଜଧାନୀର ପରିସୀମା ବୃଦ୍ଧି ସହ ଜନ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ସହରର କିଛି ପ୍ରମୁଖ ଛକରେ ସମସ୍ୟା ଦେଖାଯାଉଥିବାବେଳେ ଏବେ ଅଧିକାଂଶ ଛକରେ ନାହିଁ ନ ଥିବା ଭିଡ଼ ସୃଷ୍ଟି ହେଉଛି। ଭିଡ଼ରେ ଫସି ଜନସାଧାରଣ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି। ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏପରିକି ଅନେକ ସମୟରେ ଆମ୍ବୁଲାନ୍ସ, ପିସିଆର୍‌ ଭଳି ଜରୁରିକାଳୀନ ଗାଡ଼ି ମଧ୍ୟ ଏହି ଭିଡ଼ ମଝିରେ ଫସି ରହିଯାଉଛି। ଆଗକୁ ପାର୍ବଣ ଋତୁ ଆସୁଛି। ଏହି ଦିନରେ ଟ୍ରାଫିକ୍‌ ଜାମ୍‌ ସହରରେ ଏକ ବଡ଼ ସମସ୍ୟା ଭାବେ ଉଭା ହେବ। ତେଣୁ ଆଗକୁ ଭିଡ଼ ନିୟନ୍ତ୍ରଣ ଚିନ୍ତାର ବିଷୟ ହୋଇଛି। ଏହା ପୂର୍ବରୁ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ କୌଣସି ବଡ଼ ପଦକ୍ଷେପ ନିଆ ନ ଗଲେ ସମସ୍ୟା ଦ୍ୱିଗୁଣିତ ହେବ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ ୨୦୨୩ ଅଗଷ୍ଟ ସୁଦ୍ଧା ଆର୍‌ଟିଓ-୧ ଓ ଆର୍‌ଟିଓ-୨ରେ ପ୍ରାୟ ୧୬ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି ପଞ୍ଜୀକୃତ ହେଲାଣି। ସେପଟେ ପ୍ରତ୍ୟେକଦିନ ରାଜଧାନୀକୁ ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି ଚଳାଚଳ ହେଉଥିବାରୁ ଟ୍ରାଫିକ୍‌ ସମସ୍ୟାର ଏହା ଅନ୍ୟତମ କାରଣ ହୋଇଛି। ସହରର ପ୍ରମୁଖ ଛକ ପଳାଶୁଣୀ, ରସୁଲଗଡ଼, ବାଣୀବିହାର, ଖଣ୍ଡଗିରି, ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ, ଡମଣା, ପଟିଆ, ସିଆର୍‌ପି, କଳ୍ପନା, ଆଦି ଛକରେ ପ୍ରାୟ ସମୟରେ ଲୋକମାନେ ଭିଡ଼ରେ ଫସୁଛନ୍ତି। ସକାଳ ୮ରୁ ୧୦ଟା ୩୦ ଏବଂ ସା ୫.୩୦ରୁ ୭ଟା ୩୦ ମଧ୍ୟରେ ଏହି ସମସ୍ୟା ଅଧିକ ରହୁଛି। ରସୁଲଗଡ଼ ଛକରେ ଟ୍ରାଫିକ୍‌ ଜାମ୍‌ ହେଲେ ଏହାକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ କାଠିକର ପାଠ ହୋଇଯାଉଛି। କେଉଁଠି କୌଣସି ଗାଡ଼ିର ବ୍ରେକ୍‌ ଫେଲ୍‌ ହୋଇଗଲେ ଟ୍ରାଫିକ୍‌ ଜାମ ହେଉଛି। ତୁରନ୍ତ ଏହି ଭିଡ଼କୁ ନିୟନ୍ତ୍ରଣ କରି ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ ଅଧିକାଂଶ ସମୟରେ ଟ୍ରାଫିକ୍‌ ପୋଲିସଙ୍କ ଦେଖା ମିଳୁନାହିଁ। ସେହିପରି ପଳାଶୁଣୀରେ ମଧ୍ୟ ଏହି ସମାନ ଅବସ୍ଥା। କଟକ ରୋଡରେ ମଧ୍ୟ ବିଭିନ୍ନ ସମୟରେ ଭିଡ଼ରେ ଲୋକମାନେ ଫସି ରହୁଛନ୍ତି। ଏହି ରୋଡରେ ଏସ୍‌ପ୍ଲାନେଡ୍‌ ମଲ୍‌କୁ ପ୍ରବେଶ କରୁଥିବା ଗାଡ଼ି ଅଧିକ ସମସ୍ୟା ସୃଷ୍ଟି କରୁଛି। ଉକ୍ତ ମଲ୍‌ ମଧ୍ୟକୁ କାର୍‌ଗୁଡ଼ିକ ପ୍ରବେଶ କରିବା ସମୟରେ ସାମ୍ନା ରାସ୍ତାରେ ଲୋକେ ଫସି ରହୁଛନ୍ତି। ବମିଖାଲ୍‌ ଫ୍ଲାଏ ଓଭର୍‌ ଓ ଝାରପଡ଼ା ପାର୍ଶ୍ୱରୁ ଆସୁଥିବା ଚାଳକମାନେ ଅନେକ ସମୟ ଧରି ହଇରାଣ ହେଉଛନ୍ତି। ସବୁଠୁ ବଡ଼ କଥା ହେଲା ମଲ୍‌ ନିକଟରେ ପ୍ରାୟ ସମୟରେ ଟ୍ରାଫିକ୍‌ କର୍ମଚାରୀମାନେ ନିୟମ ଉଲ୍ଲଂଘନକାରୀଙ୍କୁ ଖୋଜି ଖୋଜି ଫାଇନ୍‌ କାଟୁଥିବାବେଳେ ଭିଡ଼ ନିୟନ୍ତ୍ରଣ କରିବାକୁ ସେମାନଙ୍କ ସେଭଳି ଆନ୍ତରିକତା ଥିବା ଦେଖିବାକୁ ମିଳୁନାହିଁ। ସେପଟେ ଜୟଦେବ ବିହାରରୁ ନନ୍ଦନକାନନ ଯାଇଥିବା ରାସ୍ତାରେ ଗହଳି ଏବେ ଦେହସୁହା ହୋଇଗଲାଣି। ସାରେ ଉକ୍ତ ରାସ୍ତାରେ ଗଲେ ନିର୍ଦ୍ଧାରିତ ସମୟଠାରୁ ବେଶ୍‌ ଅଧିକ ସମୟ ଲାଗୁଛି। କଳ୍ପନାରୁ ରବି ଟକିଜ୍‌ ରାସ୍ତା ଟ୍ରାଫିକ୍‌ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କୋର୍ଟ ସମ୍ମୁଖ ରାସ୍ତା ଉପରେ ପାର୍କିଂ ଓ ଜବରଦଖଲ ଯୋଗୁରାସ୍ତା ସଙ୍କୁଚିତ ହୋଇଯାଉଛି। ପ୍ରବେଶ ପଥ ତମାଣ୍ଡୋ, ହଂସପାଳ, ଲିଙ୍ଗିପୁର ରାସ୍ତାରେ ଭିଡ଼ ଅଧିକ। ଟ୍ରାଫିକ୍‌ ପୋଲିସରେ ବହୁ ପଦବୀ ଫାଙ୍କା ପଡ଼ିଥିବାରୁ ଆବଶ୍ୟକତା ଅନୁସାରେ ଟ୍ରାଫିକ୍‌ କର୍ମଚାରୀ ମୁତୟନ ହେବା କଥା ତାହା ହୋଇପାରୁନାହିଁ। ଏସବୁ ସମସ୍ୟା ଲାଗି ରହିଥିବା ବେଳେ ଆଗକୁ ପୂଜା ଆସୁଥିବାରୁ ଏହି ଭିଡ଼ ସମସ୍ୟାରେ ଲୋକମାନେ ଅଧିକ ଦହଗଞ୍ଜ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

୬୫ ପୋଷ୍ଟରେ ୩୫୨ ଟ୍ରାଫିକ୍‌ କର୍ମଚାରୀ

ରାଜଧାନୀରେ ଛୋଟବଡ଼ ଛକକୁ ମିଶାଇ ମୋଟ୍‌ ୬୫ ଟ୍ରାଫିକ୍‌ ପୋଷ୍ଟ ରହିଛି। ଏହି ପୋଷ୍ଟଗୁଡ଼ିକରେ ୩୫୨ଜଣ ଟ୍ରାଫିକ୍‌ କର୍ମଚାରୀ ମୁତୟନ ହେଉଛନ୍ତି। ଏମାନଙ୍କ ମଧ୍ୟରେ ହାବିଲଦାର, କନଷ୍ଟେବଳ, ଓଏପିଏଫ୍‌ କନଷ୍ଟେବଳ, ହୋମଗାର୍ଡ ଆଦି ରହିଛନ୍ତି। ଏହି କର୍ମଚାରୀମାନେ ପ୍ରତ୍ୟେକ ଦିନ ଦୁଇଟି ସିଫ୍ଟରେ ବଦଳାଇ କାର୍ଯ୍ୟ କରୁଛନ୍ତି। ସେହିଭଳି ବର୍ତ୍ତମାନ ୨୫ଜଣ ଛାତ୍ରୀଛାତ୍ର ଟ୍ରାଫିକ୍‌ ଭଲ୍ୟୁଣ୍ଟର ଭାବେ ଭିଡ଼ ସମୟରେ ନିୟୋଜିତ ହେଉଛନ୍ତି। ଅପରପକ୍ଷରେ ସହରରେ ଦୁଇଟି ଟ୍ରାଫିକ୍‌ ଥାନା ଥିବାବେଳେ ସେଠାରେ ଅଫିସରଙ୍କୁ ମିଶାଇ ମୋଟ୍‌ ୪୫୪ ଜଣ ଟ୍ରାଫିକ୍‌ ପୋଲିସ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଇନ୍‌ସ୍ପେକ୍ଟର ଏବଂ ୧୫ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଲୋକମାନେ ସଚେତନ ହେବା ଦରକାର
ସହରରେ ଜନସଂଖ୍ୟା ବଢ଼ୁଛି। ସହଜରେ ଋଣ ମିଳୁଥିବା ଯୋଗୁ ସମସ୍ତେ ଗାଡ଼ି କିଣୁଥିବାରୁ ଟ୍ରାଫିକ୍‌ ସମସ୍ୟା ବଢ଼ୁଛି। ଏଥିପାଇଁ ପ୍ରଥମେ ଲୋକମାନେ ସଚେତନ ହେବା ଦରକାର। ଚାଳକମାନେ ତାଙ୍କ ଗାଡ଼ିକୁ ନିର୍ଦ୍ଧାରିତ ସ୍ପିଡ୍‌ ଅନୁସାରେ ନ ଚଲାଇ ଅଧିକ ବେଗରେ ଚଲାଉଛନ୍ତି। ପ୍ରଶାସନ ସବୁ ବ୍ୟବସ୍ଥା କରୁଥିବାବେଳେ ଲୋକମାନେ ସଚେତନ ହେଉନାହାନ୍ତି। ଚାଳକମାନେ ମନଇଚ୍ଛା ରାସ୍ତାର ଯେକୌଣସି ସ୍ଥାନରେ ପାର୍କିଂ କରୁଛନ୍ତି। ଫଳରେ ଅଯଥା ଭିଡ଼ ସୃଷ୍ଟି ହେଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଲୋକମାନେ ସଚେତନ ଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳେନାହିଁ।
-ସରୋଜ କାନ୍ତ ନାୟକ, ବ୍ୟବସାୟୀ

ଜରିମାନା ଅଧିକ ନେଉଛନ୍ତି, ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟି ଦିଆଯାଉନି
ରାଜଧାନୀରେ ବାଇକ୍‌ ଚଲାଇବା ସମୟରେ ମୁଁ ଅନେକ ସମୟରେ ଭିଡ଼ରେ ଫସିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କ ଯାତାୟତ ସମୟରେ ରାସ୍ତାରେ ଅଧିକ ଜାମ୍‌ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଯେଉଁ ସ୍ଥାନରେ ଅଧିକ ଭିଡ଼ ସୃଷ୍ଟି ହେଉଛି ସେଠାରେ ଆବଶ୍ୟକତା ଅନୁସାରେ ଟ୍ରାଫିକ୍‌ କର୍ମଚାରୀଙ୍କୁ ମୁତୟନ କରାଯାଉନାହିଁ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ଟ୍ରାଫିକ୍‌ ପୋଲିସ ଜରିମାନା ଅଧିକ ନେଉଛନ୍ତି। ହେଲେ ସେହି ଅନୁସାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଦିଆଯାଉନାହିଁ।
– ପିଙ୍କୁ ନାୟକ, ଛାତ୍ର

ଭିଡ଼ ନିୟନ୍ତ୍ରଣ ପାଇଁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ନିର୍ଦ୍ଦେଶ ହୋଇଛି

ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବାକୁ ବହୁ ପଦକ୍ଷେପ ନିଆଯାଉଛି। ଭୁବନେଶ୍ୱର ଓ କଟକ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜପଥରେ ସାରେ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ୬ଚକିଆ ଯାନ କିମ୍ବା ଟ୍ରକ୍‌ ଓ ଟ୍ରେଲର୍‌ ଚଳାଚଳକୁ ବନ୍ଦ କରାଯାଇଛି। ଏହାର ସଫଳତାକୁ ଦେଖି ପୂଜା ସମୟରେ ମଧ୍ୟ ଏହି କଟକଣାକୁ ବଢ଼ାଇବୁ। ହଂସପାଳରେ ଓଭରବ୍ରିଜ କାମ ଚାଲିଥିବାରୁ ପ୍ରବେଶ ପଥରେ ଭିଡ଼ ସୃଷ୍ଟି ହେଉଛି। ସେମାନେ ପୂଜା ସମୟରେ ଗୋଟିଏ-ୱେ ର କାମ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନିୟମିତ ରାସ୍ତା ଫାଙ୍କା କରିବାକୁ ଏନ୍‌ଫୋର୍ସମେଣ୍ଟ ହେଉଛି। ରାସ୍ତାରେ ଯେଉଁଠି ସମସ୍ୟା ରହୁଛି, ତାହା ସମାଧାନ କରିବାକୁ ସମ୍ପୃକ୍ତ ବିଭାଗକୁ ଅବଗତ କରାଉଛୁ। ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆଣିବାକୁ ଲୋକମାନେ ଅଧିକ ସଚେତନ ହେବା ଦରକାର। ନିୟମ ଉଲ୍ଲଂଘନକାରୀଙ୍କଠୁ ଜରିମାନା କାଟିବାକୁ ନିୟୋଜିତ ହେଉଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ଏବେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଟ୍ରାଫିକ୍‌ ଭଲ୍ୟୁଣ୍ଟର ସଂଖ୍ୟା ବଢ଼ାଇବାକୁ ଯୋଜନା ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ଏବେ କିଛି କର୍ମଚାରୀ ରହିଥିବା ବେଳେ ଆଗକୁ ପର୍ଯ୍ୟାୟକ୍ରମେ ଏହି ସଂଖ୍ୟା ବଢ଼ାଯିବ। ଏଥିସହ ସହରରରେ ୧୦ରୁ ୧୫ ଟ୍ରଫିକ୍‌ ପୋଷ୍ଟ୍‌ ବଢ଼ାଇବାକୁ ବିଡିଏ ଓ ବିଏମ୍‌ସିକୁ କୁହାଯାଇଛି। ଏ ନେଇ ବିଭାଗ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି।
– ଭୁବନେଶ୍ୱର ଟ୍ରାଫିକ୍‌ ଏସିପି, ଜୟନ୍ତ ଦୋରା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri