ପାର୍ବଣ ପୂର୍ବରୁ ଭିଡ଼ ନିୟନ୍ତ୍ରଣ ଚିନ୍ତା

ଭୁବନେଶ୍ୱର,୧୧।୯(ସତ୍ୟଜିତ୍‌ ରାଉତ): ରାଜଧାନୀରେ ଦିନକୁ ଦିନ ଲୋକଙ୍କ ସହ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସେହି ଅନୁସାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇ ନ ପାରିବାରୁ ଅସମ୍ଭାଳ ଗହଳି ପରିଲକ୍ଷିତ ହେଉଛି। ଆବଶ୍ୟକ ସଂଖ୍ୟାରେ ଟ୍ରାଫିକ୍‌ ପୋଷ୍ଟ ଏବଂ କର୍ମଚାରୀ ଅଭାବରୁ ଏବେ ଅଧିକାଂଶ ସ୍ଥାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ କରିବା ଟ୍ରାଫିକ୍‌ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଲାଣି।

ରାଜଧାନୀର ପରିସୀମା ବୃଦ୍ଧି ସହ ଜନ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ସହରର କିଛି ପ୍ରମୁଖ ଛକରେ ସମସ୍ୟା ଦେଖାଯାଉଥିବାବେଳେ ଏବେ ଅଧିକାଂଶ ଛକରେ ନାହିଁ ନ ଥିବା ଭିଡ଼ ସୃଷ୍ଟି ହେଉଛି। ଭିଡ଼ରେ ଫସି ଜନସାଧାରଣ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି। ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏପରିକି ଅନେକ ସମୟରେ ଆମ୍ବୁଲାନ୍ସ, ପିସିଆର୍‌ ଭଳି ଜରୁରିକାଳୀନ ଗାଡ଼ି ମଧ୍ୟ ଏହି ଭିଡ଼ ମଝିରେ ଫସି ରହିଯାଉଛି। ଆଗକୁ ପାର୍ବଣ ଋତୁ ଆସୁଛି। ଏହି ଦିନରେ ଟ୍ରାଫିକ୍‌ ଜାମ୍‌ ସହରରେ ଏକ ବଡ଼ ସମସ୍ୟା ଭାବେ ଉଭା ହେବ। ତେଣୁ ଆଗକୁ ଭିଡ଼ ନିୟନ୍ତ୍ରଣ ଚିନ୍ତାର ବିଷୟ ହୋଇଛି। ଏହା ପୂର୍ବରୁ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ କୌଣସି ବଡ଼ ପଦକ୍ଷେପ ନିଆ ନ ଗଲେ ସମସ୍ୟା ଦ୍ୱିଗୁଣିତ ହେବ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ ୨୦୨୩ ଅଗଷ୍ଟ ସୁଦ୍ଧା ଆର୍‌ଟିଓ-୧ ଓ ଆର୍‌ଟିଓ-୨ରେ ପ୍ରାୟ ୧୬ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି ପଞ୍ଜୀକୃତ ହେଲାଣି। ସେପଟେ ପ୍ରତ୍ୟେକଦିନ ରାଜଧାନୀକୁ ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି ଚଳାଚଳ ହେଉଥିବାରୁ ଟ୍ରାଫିକ୍‌ ସମସ୍ୟାର ଏହା ଅନ୍ୟତମ କାରଣ ହୋଇଛି। ସହରର ପ୍ରମୁଖ ଛକ ପଳାଶୁଣୀ, ରସୁଲଗଡ଼, ବାଣୀବିହାର, ଖଣ୍ଡଗିରି, ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ, ଡମଣା, ପଟିଆ, ସିଆର୍‌ପି, କଳ୍ପନା, ଆଦି ଛକରେ ପ୍ରାୟ ସମୟରେ ଲୋକମାନେ ଭିଡ଼ରେ ଫସୁଛନ୍ତି। ସକାଳ ୮ରୁ ୧୦ଟା ୩୦ ଏବଂ ସା ୫.୩୦ରୁ ୭ଟା ୩୦ ମଧ୍ୟରେ ଏହି ସମସ୍ୟା ଅଧିକ ରହୁଛି। ରସୁଲଗଡ଼ ଛକରେ ଟ୍ରାଫିକ୍‌ ଜାମ୍‌ ହେଲେ ଏହାକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ କାଠିକର ପାଠ ହୋଇଯାଉଛି। କେଉଁଠି କୌଣସି ଗାଡ଼ିର ବ୍ରେକ୍‌ ଫେଲ୍‌ ହୋଇଗଲେ ଟ୍ରାଫିକ୍‌ ଜାମ ହେଉଛି। ତୁରନ୍ତ ଏହି ଭିଡ଼କୁ ନିୟନ୍ତ୍ରଣ କରି ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ ଅଧିକାଂଶ ସମୟରେ ଟ୍ରାଫିକ୍‌ ପୋଲିସଙ୍କ ଦେଖା ମିଳୁନାହିଁ। ସେହିପରି ପଳାଶୁଣୀରେ ମଧ୍ୟ ଏହି ସମାନ ଅବସ୍ଥା। କଟକ ରୋଡରେ ମଧ୍ୟ ବିଭିନ୍ନ ସମୟରେ ଭିଡ଼ରେ ଲୋକମାନେ ଫସି ରହୁଛନ୍ତି। ଏହି ରୋଡରେ ଏସ୍‌ପ୍ଲାନେଡ୍‌ ମଲ୍‌କୁ ପ୍ରବେଶ କରୁଥିବା ଗାଡ଼ି ଅଧିକ ସମସ୍ୟା ସୃଷ୍ଟି କରୁଛି। ଉକ୍ତ ମଲ୍‌ ମଧ୍ୟକୁ କାର୍‌ଗୁଡ଼ିକ ପ୍ରବେଶ କରିବା ସମୟରେ ସାମ୍ନା ରାସ୍ତାରେ ଲୋକେ ଫସି ରହୁଛନ୍ତି। ବମିଖାଲ୍‌ ଫ୍ଲାଏ ଓଭର୍‌ ଓ ଝାରପଡ଼ା ପାର୍ଶ୍ୱରୁ ଆସୁଥିବା ଚାଳକମାନେ ଅନେକ ସମୟ ଧରି ହଇରାଣ ହେଉଛନ୍ତି। ସବୁଠୁ ବଡ଼ କଥା ହେଲା ମଲ୍‌ ନିକଟରେ ପ୍ରାୟ ସମୟରେ ଟ୍ରାଫିକ୍‌ କର୍ମଚାରୀମାନେ ନିୟମ ଉଲ୍ଲଂଘନକାରୀଙ୍କୁ ଖୋଜି ଖୋଜି ଫାଇନ୍‌ କାଟୁଥିବାବେଳେ ଭିଡ଼ ନିୟନ୍ତ୍ରଣ କରିବାକୁ ସେମାନଙ୍କ ସେଭଳି ଆନ୍ତରିକତା ଥିବା ଦେଖିବାକୁ ମିଳୁନାହିଁ। ସେପଟେ ଜୟଦେବ ବିହାରରୁ ନନ୍ଦନକାନନ ଯାଇଥିବା ରାସ୍ତାରେ ଗହଳି ଏବେ ଦେହସୁହା ହୋଇଗଲାଣି। ସାରେ ଉକ୍ତ ରାସ୍ତାରେ ଗଲେ ନିର୍ଦ୍ଧାରିତ ସମୟଠାରୁ ବେଶ୍‌ ଅଧିକ ସମୟ ଲାଗୁଛି। କଳ୍ପନାରୁ ରବି ଟକିଜ୍‌ ରାସ୍ତା ଟ୍ରାଫିକ୍‌ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କୋର୍ଟ ସମ୍ମୁଖ ରାସ୍ତା ଉପରେ ପାର୍କିଂ ଓ ଜବରଦଖଲ ଯୋଗୁରାସ୍ତା ସଙ୍କୁଚିତ ହୋଇଯାଉଛି। ପ୍ରବେଶ ପଥ ତମାଣ୍ଡୋ, ହଂସପାଳ, ଲିଙ୍ଗିପୁର ରାସ୍ତାରେ ଭିଡ଼ ଅଧିକ। ଟ୍ରାଫିକ୍‌ ପୋଲିସରେ ବହୁ ପଦବୀ ଫାଙ୍କା ପଡ଼ିଥିବାରୁ ଆବଶ୍ୟକତା ଅନୁସାରେ ଟ୍ରାଫିକ୍‌ କର୍ମଚାରୀ ମୁତୟନ ହେବା କଥା ତାହା ହୋଇପାରୁନାହିଁ। ଏସବୁ ସମସ୍ୟା ଲାଗି ରହିଥିବା ବେଳେ ଆଗକୁ ପୂଜା ଆସୁଥିବାରୁ ଏହି ଭିଡ଼ ସମସ୍ୟାରେ ଲୋକମାନେ ଅଧିକ ଦହଗଞ୍ଜ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

୬୫ ପୋଷ୍ଟରେ ୩୫୨ ଟ୍ରାଫିକ୍‌ କର୍ମଚାରୀ

ରାଜଧାନୀରେ ଛୋଟବଡ଼ ଛକକୁ ମିଶାଇ ମୋଟ୍‌ ୬୫ ଟ୍ରାଫିକ୍‌ ପୋଷ୍ଟ ରହିଛି। ଏହି ପୋଷ୍ଟଗୁଡ଼ିକରେ ୩୫୨ଜଣ ଟ୍ରାଫିକ୍‌ କର୍ମଚାରୀ ମୁତୟନ ହେଉଛନ୍ତି। ଏମାନଙ୍କ ମଧ୍ୟରେ ହାବିଲଦାର, କନଷ୍ଟେବଳ, ଓଏପିଏଫ୍‌ କନଷ୍ଟେବଳ, ହୋମଗାର୍ଡ ଆଦି ରହିଛନ୍ତି। ଏହି କର୍ମଚାରୀମାନେ ପ୍ରତ୍ୟେକ ଦିନ ଦୁଇଟି ସିଫ୍ଟରେ ବଦଳାଇ କାର୍ଯ୍ୟ କରୁଛନ୍ତି। ସେହିଭଳି ବର୍ତ୍ତମାନ ୨୫ଜଣ ଛାତ୍ରୀଛାତ୍ର ଟ୍ରାଫିକ୍‌ ଭଲ୍ୟୁଣ୍ଟର ଭାବେ ଭିଡ଼ ସମୟରେ ନିୟୋଜିତ ହେଉଛନ୍ତି। ଅପରପକ୍ଷରେ ସହରରେ ଦୁଇଟି ଟ୍ରାଫିକ୍‌ ଥାନା ଥିବାବେଳେ ସେଠାରେ ଅଫିସରଙ୍କୁ ମିଶାଇ ମୋଟ୍‌ ୪୫୪ ଜଣ ଟ୍ରାଫିକ୍‌ ପୋଲିସ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଇନ୍‌ସ୍ପେକ୍ଟର ଏବଂ ୧୫ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଲୋକମାନେ ସଚେତନ ହେବା ଦରକାର
ସହରରେ ଜନସଂଖ୍ୟା ବଢ଼ୁଛି। ସହଜରେ ଋଣ ମିଳୁଥିବା ଯୋଗୁ ସମସ୍ତେ ଗାଡ଼ି କିଣୁଥିବାରୁ ଟ୍ରାଫିକ୍‌ ସମସ୍ୟା ବଢ଼ୁଛି। ଏଥିପାଇଁ ପ୍ରଥମେ ଲୋକମାନେ ସଚେତନ ହେବା ଦରକାର। ଚାଳକମାନେ ତାଙ୍କ ଗାଡ଼ିକୁ ନିର୍ଦ୍ଧାରିତ ସ୍ପିଡ୍‌ ଅନୁସାରେ ନ ଚଲାଇ ଅଧିକ ବେଗରେ ଚଲାଉଛନ୍ତି। ପ୍ରଶାସନ ସବୁ ବ୍ୟବସ୍ଥା କରୁଥିବାବେଳେ ଲୋକମାନେ ସଚେତନ ହେଉନାହାନ୍ତି। ଚାଳକମାନେ ମନଇଚ୍ଛା ରାସ୍ତାର ଯେକୌଣସି ସ୍ଥାନରେ ପାର୍କିଂ କରୁଛନ୍ତି। ଫଳରେ ଅଯଥା ଭିଡ଼ ସୃଷ୍ଟି ହେଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଲୋକମାନେ ସଚେତନ ଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳେନାହିଁ।
-ସରୋଜ କାନ୍ତ ନାୟକ, ବ୍ୟବସାୟୀ

ଜରିମାନା ଅଧିକ ନେଉଛନ୍ତି, ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟି ଦିଆଯାଉନି
ରାଜଧାନୀରେ ବାଇକ୍‌ ଚଲାଇବା ସମୟରେ ମୁଁ ଅନେକ ସମୟରେ ଭିଡ଼ରେ ଫସିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କ ଯାତାୟତ ସମୟରେ ରାସ୍ତାରେ ଅଧିକ ଜାମ୍‌ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଯେଉଁ ସ୍ଥାନରେ ଅଧିକ ଭିଡ଼ ସୃଷ୍ଟି ହେଉଛି ସେଠାରେ ଆବଶ୍ୟକତା ଅନୁସାରେ ଟ୍ରାଫିକ୍‌ କର୍ମଚାରୀଙ୍କୁ ମୁତୟନ କରାଯାଉନାହିଁ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ଟ୍ରାଫିକ୍‌ ପୋଲିସ ଜରିମାନା ଅଧିକ ନେଉଛନ୍ତି। ହେଲେ ସେହି ଅନୁସାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଦିଆଯାଉନାହିଁ।
– ପିଙ୍କୁ ନାୟକ, ଛାତ୍ର

ଭିଡ଼ ନିୟନ୍ତ୍ରଣ ପାଇଁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ନିର୍ଦ୍ଦେଶ ହୋଇଛି

ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବାକୁ ବହୁ ପଦକ୍ଷେପ ନିଆଯାଉଛି। ଭୁବନେଶ୍ୱର ଓ କଟକ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜପଥରେ ସାରେ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ୬ଚକିଆ ଯାନ କିମ୍ବା ଟ୍ରକ୍‌ ଓ ଟ୍ରେଲର୍‌ ଚଳାଚଳକୁ ବନ୍ଦ କରାଯାଇଛି। ଏହାର ସଫଳତାକୁ ଦେଖି ପୂଜା ସମୟରେ ମଧ୍ୟ ଏହି କଟକଣାକୁ ବଢ଼ାଇବୁ। ହଂସପାଳରେ ଓଭରବ୍ରିଜ କାମ ଚାଲିଥିବାରୁ ପ୍ରବେଶ ପଥରେ ଭିଡ଼ ସୃଷ୍ଟି ହେଉଛି। ସେମାନେ ପୂଜା ସମୟରେ ଗୋଟିଏ-ୱେ ର କାମ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନିୟମିତ ରାସ୍ତା ଫାଙ୍କା କରିବାକୁ ଏନ୍‌ଫୋର୍ସମେଣ୍ଟ ହେଉଛି। ରାସ୍ତାରେ ଯେଉଁଠି ସମସ୍ୟା ରହୁଛି, ତାହା ସମାଧାନ କରିବାକୁ ସମ୍ପୃକ୍ତ ବିଭାଗକୁ ଅବଗତ କରାଉଛୁ। ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆଣିବାକୁ ଲୋକମାନେ ଅଧିକ ସଚେତନ ହେବା ଦରକାର। ନିୟମ ଉଲ୍ଲଂଘନକାରୀଙ୍କଠୁ ଜରିମାନା କାଟିବାକୁ ନିୟୋଜିତ ହେଉଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ଏବେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଟ୍ରାଫିକ୍‌ ଭଲ୍ୟୁଣ୍ଟର ସଂଖ୍ୟା ବଢ଼ାଇବାକୁ ଯୋଜନା ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ଏବେ କିଛି କର୍ମଚାରୀ ରହିଥିବା ବେଳେ ଆଗକୁ ପର୍ଯ୍ୟାୟକ୍ରମେ ଏହି ସଂଖ୍ୟା ବଢ଼ାଯିବ। ଏଥିସହ ସହରରରେ ୧୦ରୁ ୧୫ ଟ୍ରଫିକ୍‌ ପୋଷ୍ଟ୍‌ ବଢ଼ାଇବାକୁ ବିଡିଏ ଓ ବିଏମ୍‌ସିକୁ କୁହାଯାଇଛି। ଏ ନେଇ ବିଭାଗ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି।
– ଭୁବନେଶ୍ୱର ଟ୍ରାଫିକ୍‌ ଏସିପି, ଜୟନ୍ତ ଦୋରା


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri