ପୁଣି ସୀମା ପାର ଆତଙ୍କବାଦ

ଗତ ୬ ମାସରେ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ଘଟିଛି। ବିଶେଷକରି ଧାରା ୩୭୦ ଉଚ୍ଛେଦ ପରେ ସ୍ବାଭାବିକ ସ୍ଥିତିକୁ ଫେରିଥିବା ଜମ୍ମୁ-କଶ୍ମୀର ସ୍ଥିତି ପୁଣି ବିଗିଡ଼ିବା ଚିନ୍ତାଜନକ। ବିଶେଷକରି ଗତ ୪ମାସରେ ଆତଙ୍କୀ-ସେନା ସଂଘର୍ଷରେ ୭୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ ହୋଇଛନ୍ତି। ୪୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ। ତେବେ ଦୀର୍ଘ ୧୦ବର୍ଷ ପରେ ଚଳିତ ମାସରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ସମସ୍ୟା ଭାବେ ଉଭା ହୋଇଛି। ଗଣତନ୍ତ୍ରର ମତଦାନ ଏକ ମହାନ୍‌ ପର୍ବ। କିନ୍ତୁ ବାହ୍ୟଶକ୍ତି ନିର୍ବାଚନ ଭଣ୍ଡୁର ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ସାଧାରଣ ଲୋକେ କିଭଳି ଭୟଭିତ ନ ହେବେ ସେଥିପାଇଁ ଯୋଜନା ହେବା ଦରକାର। ୟା ଭିତରେ ଏକ ବଡ଼ କଥା ଚର୍ଚ୍ଚାକୁ ଆସୁଛି। କଶ୍ମୀରରେ ନିର୍ବାଚନ ଭଣ୍ଡୁର ପାଇଁ ପାକିସ୍ତାନରେ ହୋଇଛି ରଣନୀତି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏକାଠି କରି ସେମାନଙ୍କ ସହ ପ୍ରସ୍ତୁତ କରିଛି ଆତଙ୍କୀ ସିଣ୍ଡିକେଟ। ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ବଛାବଛା ଆତଙ୍କବାଦୀ ସଂଗଠନ ସହ ସହଯୋଗ ଓ ସମନ୍ବୟ ନେଇ ଗୁପ୍ତ ବୈଠକ କରିଥିବା ଜଣାପଡ଼ିଛି। ଏକ ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ପାକିସ୍ତାନର ବାହାବଲପୁରରେ ଅନେକ ଆତଙ୍କୀ ସଂଗଠନର ମୁଖିଆମାନଙ୍କ ସହ ଏକ ଗୁପ୍ତ ବୈଠକ କରିଛନ୍ତି ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ। ବୈଠକରେ ଜୈସ- ଇ-ମହମ୍ମଦର ମୁଖ୍ୟ ମାସୁଦ ଆଜହାର, ହିଜ୍‌ବୁଲ୍ଲା ମୁଜାହିଦ୍ଦିନ ପ୍ରମୁଖ ସୟଦ ସଲ୍ଲାଉଦ୍ଦିନ, ଅଲ ବଦ୍ର କମାଣ୍ଡର ବକ୍ତ ଜମିନ ଖାନ୍‌ ଭଳି ବହୁ ଆତଙ୍କୀ ସର୍ଦ୍ଦାର ଏକାଠି ହୋଇଥିଲେ। ବିଶେଷକରି ଜମ୍ମୁ-କଶ୍ମୀର ନିର୍ବାଚନ ଭଣ୍ଡୁର, ଭାରତରେ ହିଂସାକାଣ୍ଡକୁ ପ୍ରୋତ୍ସାହନ, ଅନୁପ୍ରବେଶ କରାଇ ସମଗ୍ର ଉପତ୍ୟକାକୁ ପୁଣି ଅବିଶ୍ବାସର ବାତାବରଣକୁ ଠେଲିଦେବାକୁ ଯୋଜନା କରିଛି ପାକିସ୍ତାନ।
କଶ୍ମୀର ଭୌଗୋଳିକ ସ୍ଥିତି ସହ ବିଶେଷ ପରିଚିତ ଥିବା ଅନେକ ଆତଙ୍କବାଦୀଙ୍କ ମଧ୍ୟରେ ବକ୍ତ ଜମିନଙ୍କୁ ପ୍ରମୁଖ ଭାବେ ଗଣା ଯାଉଛି; ଯାହାଙ୍କ ପାଖରେ କାର୍‌ଗିଲ ଯୁଦ୍ଧ ପୂର୍ବରୁ ସୀମାପାର ଅନୁପ୍ରବେଶର ଅଭିଜ୍ଞତା ରହିଛି। ବକ୍ତ ଜମିନର ଆଫଗାନିସ୍ତାନରେ ଅନେକ ସହଯୋଗୀ ରହୁଛନ୍ତି। ସେମାନଙ୍କୁ କଶ୍ମୀରରେ ଅନୁପ୍ରବେଶ କରାଇ ଆତଙ୍କୀ କାର୍ଯ୍ୟକଳାପକୁ ତ୍ୱରାନ୍ବିତ ପାଇଁ ଯୋଜନା କରିଛି ଜମିନ । ପାକିସ୍ତାନର ଆଉ ଜଣେ ଜଣାଶୁଣା ଆତଙ୍କୀ ସର୍ଦ୍ଦାର ମାସୁଦ ଆଜହାର। ମାସୁଦର ଜୈସ-ଇ ମହମ୍ମଦ ସଂଗଠନ ପାକିସ୍ତାନରେ ଅନେକ ମସ୍‌ଜିଦ ଓ ଟ୍ରେନିଂ କ୍ୟାମ୍ପକୁ ନିୟନ୍ତ୍ରଣ କରୁଛି। ଆତଙ୍କୀ ସଂଗଠନରେ ଭର୍ତ୍ତି ହେଉଥିବା ନୂଆ ସଦସ୍ୟଙ୍କୁ ହତିଆର ପ୍ରଶିକ୍ଷଣ, ଅନୁପ୍ରବେଶ ପ୍ରଶିକ୍ଷଣ ଦେବାରେ ମାସୁଦର ବିଶେଷ ଭୂମିକା ରହିଛି। ଜାତିସଂଘ ସମେତ ଅନେକ ରାଷ୍ଟ୍ର ମାସୁଦ ଆଜହାରକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା ପରେ ବି ପାକିସ୍ତାନରେ ସେ ନିର୍ଭୟରେ ଚଳପ୍ରଚଳ କରିପାରୁଛି। ଆଉ ଜଣେ ଆତଙ୍କବାଦୀ ସୟଦ ସଲ୍ଲାଉଦ୍ଦିନ; ଯିଏ କି ହିଜବୁଲ୍ଲା ମୁଜାହିଦ୍ଦିନର ପ୍ରତିଷ୍ଠାତା। କଶ୍ମୀର ସ୍ବାଧୀନତା ଓ ସ୍ବତନ୍ତ୍ର କଶ୍ମୀର ଆହ୍ବାନ ଦେଇ ସେ ଚର୍ଚ୍ଚାରେ ଅଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀରରେ ଅନେକ ଟ୍ରେନିଂ କ୍ୟାମ୍ପ ଚଳାଇଛି ସଲ୍ଲାଉଦ୍ଦିନ। ସେହିପରି ଲସ୍କର ଇ-ତୋଇବାର ସକ୍ରିୟ ସଦସ୍ୟ ସୈଫୁଲ୍ଲା ସାଜିଦ ବା ହବିବୁଲ୍ଲାହ ମଲିକ ପାକିସ୍ତାନରେ ଡ୍ରଗ୍ସ କାରବାର ନେଟୱର୍କର ମୁଖ୍ୟ। ଏହାସହ ସାଜିଦ ଡ୍ରୋନ ମାଧ୍ୟମରେ ଆତଙ୍କବାଦୀଙ୍କ ନିକଟରେ ହତିଆର ପଠାଇବାରେ ପାରଙ୍ଗମ। ନିକଟରେ ଜମୁ-କଶ୍ମୀରର ପୁଞ୍ଚ ଓ ହୈଦରପୁରାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପଛରେ ସାଜିଦ ହିଁ ମାଷ୍ଟର ମାଇଣ୍ଡ୍‌। ଜମ୍ମୁ-କଶ୍ମୀର ପୁଲୱାମା ବାସିନ୍ଦା ଶେଖ ଜମିଲ ଉର- ରହେମାନ ମଧ୍ୟ ପାକିସ୍ତାନର ଆତଙ୍କବାଦୀ ସିଣ୍ଡିକେଟର ଆଉ ଜଣେ ସକ୍ରିୟ ସଦସ୍ୟ। ଏବେ ପାକିସ୍ତାନରେ ରହି ତେହେରିକ- ଉଲ-ମୁଜାହିଦ୍ଦିନର ପ୍ରମୁଖ ଭାବେ କାମ କରୁଛି। ଅଧିକାଂଶ ସମୟରେ ଶେଖ ଜମିଲ, ଲସ୍କର ଇ-ତୋଇବା, ଜୈସ- ଇ- ମହମ୍ମଦ ପାଇଁ ମଧ୍ୟସ୍ଥ ଭୂମିକା ନିର୍ବାହ କରୁଛି। ଶେଖ ଜମିଲର ମୃତ୍ୟୁ ନେଇ କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ତା’ର ମୃତ୍ୟୁ ହୋଇନି। ଏହାସହ କଶ୍ମୀରର ପ୍ରସିଦ୍ଧ ପତ୍ରକାର ସୁଜାଦ ବୁଖାରୀଙ୍କ ହତ୍ୟା ପଛରେ ଶ୍ରୀନଗର ବାସିନ୍ଦା ସଜାଦ ଗୁଲ୍‌ଙ୍କ ଷଡ଼ଯନ୍ତ୍ର ରହିଥିବା କୁହାଯାଏ। ତେବେ ପ୍ରଶ୍ନ ଉଠୁଛି ଏମାନଙ୍କ ମଧ୍ୟରୁ କେତେକ କଶ୍ମୀର ପାଣି ପବନରେ ବଢ଼ିଛନ୍ତି। କିଛି ଜମ୍ମୁ-କଶ୍ମୀର ସହ ବିଶ୍ବାସଘାତ କରୁଛନ୍ତି। ସ୍ଥାନୀୟ ବିଶ୍ବାସଘାତକମାନଙ୍କୁ ହାତ କରି ଅନୁପ୍ରବେଶ କରିବାରେ ସହଯୋଗ କରୁଛନ୍ତି।
କଶ୍ମୀରରେ କେବଳ ଅନୁପ୍ରବେଶ ନୁହେଁ କିଛିଦିନ ଧରି ନୀରବ ଥିବା ବିଚ୍ଛିନ୍ନତାବାଦୀମାନେ ମଧ୍ୟ ପୁଣି ସକ୍ରିୟ ହୋଇପଡିଛନ୍ତି। ପୂର୍ବରୁ ଦକ୍ଷିଣ କଶ୍ମୀରର ପୁଞ୍ଚ, ପୁଲୱାମା, ଅନନ୍ତନାଗ ପରି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଅଧିକ ରହୁଥିଲା। କିନ୍ତୁ ଚଳିତବର୍ଷ ଜମ୍ମୁର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀମାନେ ସକ୍ରିୟ ହୋଇଛନ୍ତି। ଚଳିତ ବର୍ଷରେ କେବଳ ୩୦ରୁ ଅଧିକ ଆତଙ୍କବାଦୀ ଘଟଣା ଏହି ଅଞ୍ଚଳରେ ଘଟିଛି। ତେଣୁ ଜମ୍ମୁରେ ଆତଙ୍କବାଦୀଙ୍କ ସହ ମୁକାବିଲା ବର୍ତ୍ତମାନ ସେନା ପାଇଁ ବଡ଼ ଆହ୍ବାନ ହୋଇଛି। କଶ୍ମୀର ଅପେକ୍ଷା ଜମ୍ମୁର ବିଭିନ୍ନ ଅଞ୍ଚଳକୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। କିଛିଦିନ ପୂର୍ବେ ଡୋଡା ଜିଲାର ଡେସା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ସେନାର ଜଣେ କ୍ୟାପ୍‌ଟେନଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି। ଗତ ୪ ମାସ ଭିତରେ ଡୋଡା ଅଞ୍ଚଳରେ କେବଳ ୧୩ରୁ ଅଧିକ ଆତଙ୍କୀ ଆକ୍ରମଣ ହୋଇଛି। ତେବେ ଆତଙ୍କବାଦୀମାନଙ୍କୁ ଧରିବାକୁ ପ୍ରତିଦିନ ଭାରତୀୟ ସେନା ଓ ଜମ୍ମୁକଶ୍ମୀର ପୋଲିସର ମିଳିତ ସର୍ଚ୍ଚ ଅପରେଶନ ସହ ସ୍ବତନ୍ତ୍ର ହେଲିକପ୍ଟର ନିୟୋଜିତ। କିନ୍ତୁ ଅଧିକାଂଶ ସମୟରେ ସେମାନେ ଖସି ପଳାଇବାରେ ସକ୍ଷମ ହେଉଛନ୍ତି। ସବୁ ରଣନୀତି ପରେ ବି କଶ୍ମୀରରେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ କେଉଁଠି ନା କେଉଁଠି ବିଫଳ ହେଉଛି ଭାରତ। ଜମ୍ମୁ-କଶ୍ମୀରର ବିଧାନସଭା ନିର୍ବାଚନରେ ଆତଙ୍କବାଦୀମାନେ ଅଶାନ୍ତି ସୃଷ୍ଟି ପାଇଁ ଚେଷ୍ଟା କରିବେ। ତେଣୁ ବେଳ ହୁଁ ସାବଧାନ ନ୍ୟାୟରେ ନିର୍ବାଚନ ସୁରୁଖୁରୁରେ ସମାପ୍ତ ପାଇଁ ସ୍ବତନ୍ତ୍ର ରଣନୀତି ସହ ଭାରତ ଆତଙ୍କୀ ନିପାଦ ଅଭିଯାନକୁ ଆହୁରି କଡ଼ା କରିବା ସମୟ ଆସିଛି; ଯାହାଦ୍ବାରା ପାକିସ୍ତାନର ଆତଙ୍କୀ ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ମାନଙ୍କୁ ଏକ ଶକ୍ତ ଚାପୁଡ଼ା ସଦୃଶ ହେବ।
ମୋ:୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri