ମୋର ଦୋଷ କ’ଣ

ମୁଁ ୭ ମାସର ଭ୍ରୂଣ। ଯେତେବେଳେ ମାଆର ଗର୍ଭରେ ଥିଲି ସେତେବେଳେ ମୁଠାଏ ଦାନା ପାଇଁ ମାଆ ଯାଉଥିଲା ଦିନ ମଜୁରିକୁ। କେବେ କେଉଁଠି ବାସନ ମାଜୁଥିଲା ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟରେ ଶ୍ରମିକ ହୋଇ କାମ କାରୁଥିଲା। ସେ ଯେତେବେଳେ ନିଜକୁ ଅବହେଳାକରି ଭୋକ ଉପାସରେ କାମ କରୁଥିଲା ସେତେବେଳେ ଗର୍ଭରେ ମୋ ପେଟ ବି ପୋଡୁଥିଲା। ମାଆ ଜାଣିପାରୁଥିଲା କିନ୍ତୁ କିଛି କରିବାର ଉପାୟ ସତେ ଯେମିତି ତା’ ପାଖରେ ନ ଥିଲା। କାରଣ ବାପା ଛାଡ଼ି ଚାଲିଯାଇଥିଲେ ବୋଲି ପରିବାରର ସବୁ ଦାୟିତ୍ୱ ତା’ ମୁଣ୍ଡରେ। ନିଜେ ରୋଜଗାର କଲେ ଖାଇବ, ଖୁଆଇବ, ଚଳିବ। ମୁଁ ତ ଭ୍ରୂଣଟିଏ। ମାଆର ଖାଦ୍ୟ ଉପରେ ନିର୍ଭରକରେ। ଭଲ ମୁଠାଏ ଆହାର ପାଇଲେ ମୁଁ ଭଲରେ ବଢ଼େ। ଏଠି ସବୁ ଓଲଟା। ପୋଷଣ ବିଷୟରେ ମାଆ ଅଚେତନ। ଅଙ୍ଗନଓ୍ବାଡି ଦିଦି ଡାକିବାକୁ ଆସିଲେ କିମ୍ବା ବୁଝାଇଲେ ମାଆ ଶୁଣେନା ବା ଏକଥାକୁ ଗୁରୁତ୍ୱ ଦିଏନା। ଏମିତି ପରିସ୍ଥିତିରେ ଗର୍ଭରୁ ମୁଁ ସୁସ୍ଥ ନ ରହିଲେ ଜନ୍ମ ବେଳକୁ ଦିବ୍ୟାଙ୍ଗ ହୁଏ ନଚେତ୍‌ କମ୍‌ ଓଜନର ଶିଶୁଟିଏ ହୋଇ ଜନ୍ମହୁଏ। ମୃତ୍ୟୁ ସହ ଲଢ଼େଇ କରିବାକୁ ପଡ଼େ ଅହରହ। ଏଥିରେ ମୋର ଦୋଷ କ’ଣ ?
ଅନ୍ୟ ଏକ ପରିବାରର ୭ ବର୍ଷର ଶିଶୁଟିଏ ମୁଁ। ମୋତେ ମାଆ ସହ ସବୁଦିନ ଯିବାକୁ ପଡ଼େ ତା’ର କର୍ମସ୍ଥଳୀକୁ। ସେ ବାଲି, ଇଟା ବୁହେ ମୁଣ୍ଡରେ। ମୁଁ ଗଡ଼େ ବାଲିରେ। ସେଦିନ ଗୋଟିଏ ଅଫିସ୍‌ର ପରିସର ଥିଲା। ମୁଁ ଜାଣି ନ ଥିଲି। ଜଣେ ଭଦ୍ରବ୍ୟକ୍ତି ଆସି ମୋତେ ଦେଖାଇ ମୋ ମାଆକୁ ପଚାରିଲେ ୟାର ବୟସ କେତେ? ମାଆ କହିଲା, ୭ ବର୍ଷ। ତା’ ପରେ ସେ କହିଲେ, ଇଏ ବିଦ୍ୟାଳୟକୁ କାହଁିକି ଯାଉନି ? ମାଆ କହିଲା, ସେ ବିଦ୍ୟାଳୟକୁ ଯିବା ପୂର୍ବରୁ ମୁଁ କାମକୁ ଆସେ ଆଉ ବିଦ୍ୟାଳୟରୁ ଆସିବା ପରେ ମୁଁ କାମରୁ ଫେରେ। ତାକୁ ବିଦ୍ୟାଳୟରେ ଛାଡ଼ିବ ଆଉ ଆଣିବ କିଏ? ତା’ର ଜନ୍ମ ବେଳୁ ତା’ ବାପା ଆମକୁ ଛାଡ଼ି ଚାଲିଗଲେ। ଘରେ ତ ଆଉ କେହି ନାହାନ୍ତି, ତା’ର କିଏ ଯନତ୍ ନେବ? ମାଆ କୁହେ, ମୁଁ ଯେଉଁ ବସ୍ତିରେ ରହୁଛି ସେଠାରେ ଅନ୍ୟ ପିଲାମାନେ ବଦମାସି କରୁଛନ୍ତି। ତାଙ୍କ ସହ ମୁଁ କୁଆଡ଼େ ସବୁବେଳେ ଖାଲି ବୁଲିବି। ସେଥିପାଇଁ ମାଆ ମୋତେ ତା’ସହ ସବୁବେଳେ ନିଏ। ଭଦ୍ରବ୍ୟକ୍ତି ଜଣକ ଗୁଣୁଗୁଣୁ ହେଲେ, କ୍ରେଚ୍‌ ସୁବିଧା ନାହିଁ ? ପଡ଼ୋଶୀ କିମ୍ବା ସମ୍ପର୍କୀୟ ଦାୟିତ୍ୱ ନେଉନାହାନ୍ତି ? ଯୌଥ ପରିବାର ଭାଙ୍ଗିଯାଉଛି ? ତା’ର ପ୍ରଭାବ ବୋଧହୁଏ ଏମିତି ପଡୁଛି। ମାଆକୁ କହିଲେ, ତାକୁ ଏକ ଆଶ୍ର୍ରମରେ ଛାଡ଼ି ଦେଉନ? ମାଆ ସେହି ଭଦ୍ରବ୍ୟକ୍ତିଙ୍କୁ କଟମଟ କରି ଚାହିଁଲା। ଭଦ୍ରବ୍ୟକ୍ତି ଜଣକ ସେଠାରୁ ଚାଲିଗଲେ। ପାଠକୁ ଛାଡ଼ି ମୁଁ ଏଠି ବାଲିରେ ଗଡୁଛି। ମୁଁ ତ ଅପରିପକ୍ୱ ମୁଁ କିଛି ବୁଝିପାରୁନାହିଁ। ମୋର ଦୋଷ କ’ଣ?
ଅନ୍ୟ ଏକ ଘଟଣା। ଏଠି ମୁଁ ୧୭ ବର୍ଷର ପିଲା। ମୋ ବାପା ପରିବା ବିକନ୍ତି। ମାଆ ନାହିଁ ବୋଲି ମୋତେ ଘରେ ନ ଛାଡ଼ି ସାଙ୍ଗରେ ନିଅନ୍ତି ପରିବା ଦୋକାନକୁ। ସେଠି ମୁଁ ତାଙ୍କୁ ପନିପରିବା ବିକ୍ରିବଟାରେ ସାହାଯ୍ୟକରେ। ପଞ୍ଚମ ପଢ଼ିଛି, ଅଧିକ ପଢ଼ି କ’ଣ କରିବି କୁହନ୍ତି ବାପା। କାମ କରିବା ଶିଖିଲେ ମୋତେ କୋଉଠି ଚଳିବା ସହଜ ହେବ ! ସବୁଦିନ ପରିବା ହାଟରେ ମୁଁ ବସେ ବୋଲି ହାଟରେ ସମସ୍ତେ ମୋତେ ଚିହ୍ନନ୍ତି। ଖାଲି ହାଟ କାହିଁକି, ବାପା ଯେଉଁଠି କାମ କରନ୍ତି, ମୁଁ ସେଠାକୁ ତାଙ୍କ ସାଙ୍ଗରେ ଯାଇ କାମ କରେ। ଆପଣମାନେ ବି ମୋତେ ହାଟରେ, ବାଟରେ ଦେଖୁଥିବେ, ଠେଲା ଗାଡ଼ି ସହିତ, ଅସ୍ଥାୟୀ ଖାଦ୍ୟ କ୍ୟାବିନ୍‌ ସହିତ ବି। ଦୁଃଖ ଏହା ଯେ ମୋର ଟିକେ ଆଉ ପଢ଼ିବାକୁ ଇଚ୍ଛା ଥିଲା, କିନ୍ତୁ ମୁଁ ସେ ସୁଯୋଗରୁ ବଞ୍ଚିତ। ମୋର ଇଚ୍ଛାଟା ପୂରଣ ହୁଏନି ବୋଲି ମୁଁ ବେଳେ ବେଳେ ମୁହଁ ଶୁଖାଏ। ଆଉ ବାପା ଚକୋଲେଟଟିଏ ଦେଇଦେଲେ ମୁଁ ଧାଇଁଯାଏ ତାଙ୍କ ସହ ପାଠ କଥା ଭୁଲି। ଏଥିରେ ମୋର ଦୋଷ କ’ଣ ?
ଉପରୋକ୍ତ ସତ୍ୟ ଘଟଣା ଥିଲା କେତୋଟି ଉଦାହରଣ, ଯେଉଁଥିରେ ଏସବୁ ପିଲାଙ୍କ ସହ ସେମାନଙ୍କ କେବଳ ପିତା କିମ୍ବା ମାତା ଅଛନ୍ତି। ଏହି ପିଲାମାନଙ୍କ ପରିସ୍ଥିତି ବା ଚିତ୍ର ରାସ୍ତାଘାଟରେ ଯିବା ଆସିବାବେଳେ ଆମର ନଜରକୁ ଆସେ। ଆମ ଭିତରୁ ଅନେକେ ଏହାକୁ ସୁଧାରିବାକୁ ଚେଷ୍ଟାକରନ୍ତି ଓ ଅନେକେ ଅଣଦେଖା କରିଥାନ୍ତି। ଶେଷରେ ପ୍ରାୟ ସମସ୍ତେ କୁହନ୍ତି, ତା’ର ମାଆ କିମ୍ବା ବାପା ତ ଅଛନ୍ତି। ଆମର ଭୂମିକା କିଛି ନାହିଁ। ସରକାରୀ କର୍ମକର୍ତ୍ତା, ଏନ୍‌ଜିଓଗୁଡ଼ିକ ବୁଝାନ୍ତି, ଉଦ୍ଧାର ଥଇଥାନ କରନ୍ତି। କିନ୍ତୁ କିଛିଦିନ ପରେ ଯଥା ପୂର୍ବଂ ତଥା ପରମ୍‌। କେତେକ ଘଟଣାରେ ସୁଧାର ଆସେ ଆଉ କେତେକରେ କିଛି ସୁଫଳ ପିଲାମାନେ ପାଆନ୍ତି ନାହିଁ ଏମାନଙ୍କ ପିତା କିମ୍ବା ମାତାଙ୍କ ଅସଚେତନତା ପାଇଁ। ଏପରି ବାପା କିମ୍ବା ମାଆଙ୍କୁ ଯଦି ଦଣ୍ଡ ଦିଆଯାଏ ତେବେ ପିଲାଟି ୟା’ଠାରୁ ଅଧିକ ଖରାପ ସ୍ଥିତିକୁ ସାମ୍ନାକରେ। ଏପଟେ ଦଣ୍ଡକୁ ସମ୍ଭାଳିବାକୁ ବି କ୍ଷମତା ନ ଥାଏ ଏହି ବାପା କିମ୍ବା ମାଆଙ୍କର। ଏହି ପିଲାମାନଙ୍କୁ ଏ ବିପରୀତ ସ୍ଥିତି ଏମିତି ବାଟକୁ ନେଇଯାଏ , ଯାହାର ପରିଣାମ ଆମ ପରିବାର, ସମାଜ, ଦେଶକୁ ଭୋଗିବାକୁ ପଡ଼େ ବର୍ତ୍ତମାନରେ ଓ ଭବିଷ୍ୟତରେ। ଠିକ୍‌ ସମୟରେ ଶିଶୁଟି ଶିକ୍ଷା ନ ପାଇବା, ସମୟର ସଦୁପଯାଗ ନ ହେବା, ଉପଯୁକ୍ତ ପୋଷଣ ନ ପାଇବା, ମାନସିକ ଅଭିବୃଦ୍ଧି ନ ହେବା ଦ୍ୱାରା ତା’ର ଭବିଷ୍ୟତ ବିପଦରେ ପଡ଼େ। ସେତେବେଳେ ସମାଜ ପିଲାଟି ଉପରେ, ତା’ର ପିତା କିମ୍ବା ମାତାଙ୍କ କିମ୍ବା ବ୍ୟବସ୍ଥା ଉପରକୁ ଆଙ୍ଗୁଠି ଉଠାନ୍ତି। ବାସ୍ତବରେ ପିଲାଟି ଆଉ ତା’ର ପିଲାଦିନ, ପାଠପଢ଼ା, ଚପଳାମି ଫେରିପାଏନା କି ଭବିଷ୍ୟତକୁ ସୁନ୍ଦର କରି ଗଢ଼ିବାର ସୁଯୋଗ ପାଏନା। ଯେଉଁଠି ଏକକ ପିତା କିମ୍ବା ମାତା ଅଛନ୍ତି, କିନ୍ତୁ ପିଲାଟିକୁ ଠିକ୍‌ ଲାଳନପାଳନ, ଯନତ୍, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ଅଧିକାର ମିଳୁନାହିଁ ସେଠାରେ ଉକ୍ତ ଶିଶୁଟି ଯନତ୍ ଓ ସୁରକ୍ଷା ଲୋଡ଼େ। ଫଳରେ ଘଟଣା କିଶୋର ନ୍ୟାୟ ଆଇନ, ଶିକ୍ଷା ଅଧିକାର ଆଇନ, ଶିଶୁଶ୍ରମ ନିରୋଧ ଆଇନର ପରିସରଭୁକ୍ତ ହୁଏ। ଏଥିପାଇଁ ବ୍ୟାପକ ସଚେତନତା ତଥା ପ୍ରତିଟି କର୍ମକ୍ଷେତ୍ରରେ ଶିଶୁିଯନତ୍ ଓ ସୁରକ୍ଷା ନୀତିର କାର୍ଯ୍ୟକାରିତା ଲୋଡ଼ା। ଏଥିପାଇଁ ପ୍ରମୁଖ ଭାବେ ସରପଞ୍ଚ, ସ୍ଥାନୀୟ ନେତୃତ୍ୱ, ପରିଚାଳନା ସଂସ୍ଥା, ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ଅଧିକ ଯନତ୍ବାନ୍‌ ହେବା ଦରକାର। ସମାଜର ପ୍ରତିଟି ବ୍ୟକ୍ତି ଏଥିପାଇଁ କର୍ତ୍ତବ୍ୟ ନିର୍ବାହ କରିବା ଜରୁରୀ। ସରକାରୀ, ବେସରକାରୀ ସହଭାଗିତାରେ ଶିଶୁଟି ସେବା, ଯନତ୍, ଶିକ୍ଷା ପାଇପାରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri