କାଳବୈଶାଖୀରେ ଫସଲକ୍ଷତି: ଆକଳନ ଆରମ୍ଭ, ଆଶଙ୍କାରେ ଚାଷୀ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ଫସଲ ଅମଳକ୍ଷମ ଅବସ୍ଥାରେ ରହିଛି। ଜିଲାର କେତେକ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ଅମଳ ଆରମ୍ଭ କରି ଦେଇଛନ୍ତି। ଅନ୍ୟପଟେ ଏଭଳି ସମୟରେ କାଳବୈଶାଖୀ ଚାଷୀଙ୍କୁ ଦାଉ ସାଧିଛି। ଝଡ଼ବର୍ଷା ସାଙ୍ଗକୁ କରାମାଡ଼(କୁଆପଥର ବୃଷ୍ଟି) ହେବା ଯୋଗୁ ଜିଲାର ଅନେକ ସ୍ଥାନରେ ଧାନ ସମେତ ପରିବା ଫସଲ ଉଜୁଡ଼ି ଯାଇଛି। ତେବେ ଆଗକୁ ମ୍ଯଯ କାଳବୈଶାଖୀ ଭୟ ରହିଥିବା ଯୋଗୁ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଶନିବାର ସନ୍ଧ୍ୟାରେ ହୋଇଥିବା ଝଡ଼ବର୍ଷା ଏବଂ କରାମାଡ଼ ପ୍ରଭାବରେ ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ଜୟପୁର, ଝିକିଝିକି, କହେନମୁଣ୍ଡା, ଗୌଡ଼ପାଲି, ନାରଙ୍ଗପୁର, ବିଛୁଆଁ, କାଶିପାଲି, ସାନ ଅମଲିପାଲି, ଜୟପୁର ଆଦି ଗ୍ରାମରେ ଫସଲକ୍ଷତି ହୋଇଥିଲା।

ରବିବାର ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ରଙ୍କ ସମେତ ବ୍ଲକ କୃଷି ଅଧିକାରୀ ଦେବାଶିଷ ଖମାରୀ, ସୁଲସୁଲିଆ ରାଜସ୍ବ ନିରୀକ୍ଷକ ମନୋରଞ୍ଜନ ଲୁହା, ହାତୀସର ରାଜସ୍ବ ନିରୀକ୍ଷକ କୁନୁ ପ୍ରଧାନ ପ୍ରମୁଖ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଜୟପୁର, ଗୌଡ଼ପାଲି, ନାରଙ୍ଗପୁର ଏବଂ ବିଛୁଆଁ ଗ୍ରାମର ପ୍ରଭାବିତ ଫସଲ ଅନୁ୍ଯଯାନ କରି କ୍ଷୟକ୍ଷତି ଆକଳନ କରିଥିଲେ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୧୨୦ ହେକ୍ଟର ଧାନ ଏବଂ ପରିବା ଫସଲ କାଳବୈଶାଖୀରେ ପ୍ରଭାବିତ ହୋଇଥିବା ନେଇ ଆକଳନ ହୋଇଛି ବୋଲି ସୂଚନା ମିଳିଛି। ଆକଳନ ସମୟରେ ଚାଷୀମାନେ ଉପସ୍ଥିତ ରହି ରା୍ଯଯ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି କହିଥିଲେ। ଯେଉଁ କ୍ଷତିଗ୍ରସ୍ତ ଚାଷୀମାନେ ବୀମା କରି ନାହାନ୍ତି, ସେମାନଙ୍କୁ ମଧ୍ୟ ଉଚିତ୍‌ କ୍ଷତିପୂରଣ ପ୍ରଦାନ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଧାରୀତ କ୍ଷତିପୂରଣ ସହାୟତା ରାଶିର ପୁନର୍ବିଚାର କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କଠାରେ ଦାବି ଉପସ୍ଥାପନ କରିଥିଲେ।

ଅନ୍ୟପଟେ ୩ ଦିନ ପୂର୍ବରୁ ଭଟଲି ବ୍ଲକ ଅନ୍ତର୍ଗତ ହଲଦିପାଲି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ମଧ୍ୟ ଝଡ଼ବର୍ଷା, କରାମାଡ଼ ପ୍ରଭାବରେ ଉଭୟ ଧାନ ଏବଂ ପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଚିରାଚରିତ ଢ଼ଙ୍ଗରେ ଫସଲକ୍ଷତିର ଆକଳନ କରାଯାଉଛି। ତେବେ ପୂର୍ବରୁ ମଧ୍ୟ ଅନୁରୂପ କ୍ଷୟକ୍ଷତି ଆକଳନ ହୋଇଥିଲା ଏବଂ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ କିମ୍ବା ବୀମା ସହାୟତା ମିଳି ପାରି ନାହିଁ। ଫଳରେ ଏଥର ମ୍ଯଯ ତାହା ପାଇବା ନେଇ ଚାଷୀମାନେ ଏବେ ମଧ୍ୟ ଆଶଙ୍କାରେ ରହିଛନ୍ତି। ଫସଲକ୍ଷତିର ସଠିକ୍‌ ଆକଳନ କରାଯାଇ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଏବଂ ବୀମା ସହାୟତା ଯୋଗାଇବା ଦିଗରେ ତ୍ୱରିତ୍‌ ପଦକ୍ଷେପ ନେବାକୁ ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନର ସାଧାରଣ ସମ୍ପାଦକ ହର ବଣିଆଁ ଦାବି କରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ କିମ୍ବା ବୀମା ସହାୟତା ନ ମିଳିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସୋମବାର ସୁଦ୍ଧା କ୍ଷୟକ୍ଷତି ଆକଳନ ଚୂଡ଼ାନ୍ତ କରାଯାଇ ଜିଲାସ୍ତରକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଭଟଲି ବ୍ଲକ କୃଷି ଅଧିକାରୀ ଖମାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?