ଫସଲ ଭଲ ଥିବା ଜମିର ବୀମା କମ୍ପାନୀର କ୍ରପ୍‌ କଟିଂ

ରାଜନଗର, ୨୧।୧୨ – ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ଅଞ୍ଚଳର ଧାନ ଫସଲକୁ ଉଜାଡି ଦେଇଛି। କେବଳ ଖରିଫ ଧାନ ଚାଷ ଉପରେ ନିର୍ଭର କରୁଥିବା ରାଜନଗରର ଚାଷୀ ଫସଲକୁ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଲରେ ଧାନ ପଚିଯିବା ସହ ଗଜା ହୋଇ ଗଛ ହୋଇଗଲାଣି। ସବୁଆଡୁ ଆଶା ହରାଇ ଚାଷୀ ସରକାରୀ ସହାୟତା ଓ ବୀମା ଅର୍ଥକୁ ଚାହିଁ ରହିଛି। ସରକାର କ୍ଷତିଗ୍ରସ୍ତ ଫସଲ ହେକ୍ଟର ପିଛା ଅଣଜଳସେଚିତ ଜମି ପାଇଁ ୬ ହଜାର ୮ଶହ ଟଙ୍କା ଲେଖାଏ ଦେବା ପାଇଁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଇନ୍ସ୍ୟୁରାନ୍ସ କମ୍ପାନୀ ବୀମା ଅର୍ଥ କମ୍‌ ଦେବାକୁ ମସୁଧା କରିଥିବା ଜଣାପଡିବା ପରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବହୁଚାଷୀ ଏ ନେଇ ଅଭିଯୋଗ କରିଛନ୍ତି। ବୀମା କମ୍ପାନୀ ଫସଲ ଅଧିକ କ୍ଷତି ହୋଇଥିବା ଜମିରେ କ୍ରପ କଟିଂ କରୁନାହିଁ। ସାଟେଲାଇଟ ତଥ୍ୟ ମାଧ୍ୟମରେ ଅଳ୍ପ କ୍ଷତି ହୋଇଥିବା ଜମିରୁ କ୍ରପ କଟିଂ କରାଯାଉଛି। ବୀମା ଅର୍ଥ ନ ଦେବା ପାଇଁ କମ୍ପାନୀ ଏପରି ଷଡଯନ୍ତ୍ର କରିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
୧୦ଦିନ ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଏଚଡିଏଫ୍‌ସି ଏର୍ଗୋ ବୀମା କମ୍ପାନୀ ପକ୍ଷରୁ ରାଜନଗର ଅଞ୍ଚଳରେ କ୍ରପ କଟିଂ ସର୍ଭେ କରାଯାଉଛି। ବୀମା କମ୍ପାନୀର କର୍ମଚାରୀଙ୍କ ସହ ପରିସଂଖ୍ୟାନ ବିଭାଗର କର୍ମଚାରୀ, କୃଷି ବିଭାଗ ଓ ରାଜସ୍ବ ନିରୀକ୍ଷକମାନେ ମିଳିତ ଭାବେ କ୍ରପ କଟିଂ କରୁଥିବା କୁହାଯାଉଛି। ମାତ୍ର ଅଧିକାଂଶ ସ୍ଥାନକୁ କେବଳ ବୀମା କମ୍ପାନୀର କର୍ମଚାରୀମାନେ ଯାଇ କ୍ରପ କଟିଂ କରୁଛନ୍ତି। ଚାଷୀମାନେ କ୍ଷତିଗ୍ରସ୍ତ ଜମି ଦେଖାଇ କ୍ରପ କଟିଂ କରିବାକୁ କହିଲେ ମଧ୍ୟ ବୀମା କମ୍ପାନୀର କର୍ମଚାରୀମାନେ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏଚଡିଏଫ୍‌ସି ଏର୍ଗୋ ବୀମା କମ୍ପାନୀର କର୍ମଚାରୀ ସୁକୁମାର ମାଇତିଙ୍କ କହିବା କଥା ହେଲା ପ୍ରତି ପଞ୍ଚାୟତରେ ୪ଟି ପ୍ଲଟରୁ କ୍ରପ କଟିଂ କରୁଛୁ। ସାଟେଲାଇଟ ସର୍ଭେ ମାଧ୍ୟମରେ ଆମ ପାଖକୁ ଜମି ମାଲିକ ନାମ, ଖାତା ନଂ., ପ୍ଲଟ ନଂ. ଓ ମୌଜା ନଁା ଆସିଛି। ଆମେ ସେହି ଆଧାରରେ କ୍ରପ କଟିଂ କରୁଛୁ ବୋଲି କହିଛନ୍ତି। ପୂର୍ବରୁ ଋଣ ପ୍ରଦାନ ବେଳେ ସବୁ ଚାଷୀଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଉଥିଲା। ୨ ବର୍ଷ ହେଲା ଫସଲ ବୀମା ପାଇଁ ଇଚ୍ଛା କରୁଥିବା ଚାଷୀଙ୍କର ବୀମା କରାଯାଉଛି। ଋଣ ଅର୍ଥର ୨ ପ୍ରତିଶତ ଫସଲ ବୀମା ପାଇଁ ନିଆଯାଉଛି। ଏପରିସ୍ଥଳେ ଚାଷୀଙ୍କୁ ଠିକ୍‌ ଭାବେ ବୀମା ରାଶି ନ ଦେବା ପାଇଁ ପୂର୍ବରୁ ଯୋଜନା ବଦ୍ଧ ଭାବେ ଅଧିକ କ୍ଷତିଗ୍ରସ୍ତ ହୋଇ ନ ଥିବା ଜମିର ତାଲିକା ଆଣି କ୍ରପ କଟିଂ କରାଯାଉଛି ବୋଲି ରାଜନଗରର ଚାଷୀ ସୁଶାନ୍ତ କୁମାର ସାହୁ, ବୁଦ୍ଧିରାମ ପ୍ରଧାନ, ଗୌରାଙ୍ଗ ରାଉତ, କାଙ୍ଗାଳି ପ୍ରଧାନ, ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ରାଜନଗର ବ୍ଲକରେ ଚଳିତବର୍ଷ ପ୍ରାୟ ୨୨ ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ ହୋଇଥିଲା। ରାଜନଗର ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ଏଠାକାର ଚାଷୀ କେବଳ ଖରିଫ ଧାନ ଚାଷ ୪୦ ହଜାର ଚାଷୀ ପରିବାର କରିଥାନ୍ତି। ରାଜନଗର ବ୍ଲକ ନଦୀ ନାଳ ଘେରା ଅଞ୍ଚଳ। ବନ୍ୟା ଯୋଗୁ ବନ୍ୟା ଅଞ୍ଚଳର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ଅଦିନିଆ ଲଘୁଚାପ ଜନିତ ବର୍ଷା ସୁନାର ଧାନ ଫସଲକୁ ଉଜାଡି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri