ଫସଲ ଭଲ ଥିବା ଜମିର ବୀମା କମ୍ପାନୀର କ୍ରପ୍‌ କଟିଂ

ରାଜନଗର, ୨୧।୧୨ – ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ଅଞ୍ଚଳର ଧାନ ଫସଲକୁ ଉଜାଡି ଦେଇଛି। କେବଳ ଖରିଫ ଧାନ ଚାଷ ଉପରେ ନିର୍ଭର କରୁଥିବା ରାଜନଗରର ଚାଷୀ ଫସଲକୁ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଲରେ ଧାନ ପଚିଯିବା ସହ ଗଜା ହୋଇ ଗଛ ହୋଇଗଲାଣି। ସବୁଆଡୁ ଆଶା ହରାଇ ଚାଷୀ ସରକାରୀ ସହାୟତା ଓ ବୀମା ଅର୍ଥକୁ ଚାହିଁ ରହିଛି। ସରକାର କ୍ଷତିଗ୍ରସ୍ତ ଫସଲ ହେକ୍ଟର ପିଛା ଅଣଜଳସେଚିତ ଜମି ପାଇଁ ୬ ହଜାର ୮ଶହ ଟଙ୍କା ଲେଖାଏ ଦେବା ପାଇଁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଇନ୍ସ୍ୟୁରାନ୍ସ କମ୍ପାନୀ ବୀମା ଅର୍ଥ କମ୍‌ ଦେବାକୁ ମସୁଧା କରିଥିବା ଜଣାପଡିବା ପରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବହୁଚାଷୀ ଏ ନେଇ ଅଭିଯୋଗ କରିଛନ୍ତି। ବୀମା କମ୍ପାନୀ ଫସଲ ଅଧିକ କ୍ଷତି ହୋଇଥିବା ଜମିରେ କ୍ରପ କଟିଂ କରୁନାହିଁ। ସାଟେଲାଇଟ ତଥ୍ୟ ମାଧ୍ୟମରେ ଅଳ୍ପ କ୍ଷତି ହୋଇଥିବା ଜମିରୁ କ୍ରପ କଟିଂ କରାଯାଉଛି। ବୀମା ଅର୍ଥ ନ ଦେବା ପାଇଁ କମ୍ପାନୀ ଏପରି ଷଡଯନ୍ତ୍ର କରିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
୧୦ଦିନ ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଏଚଡିଏଫ୍‌ସି ଏର୍ଗୋ ବୀମା କମ୍ପାନୀ ପକ୍ଷରୁ ରାଜନଗର ଅଞ୍ଚଳରେ କ୍ରପ କଟିଂ ସର୍ଭେ କରାଯାଉଛି। ବୀମା କମ୍ପାନୀର କର୍ମଚାରୀଙ୍କ ସହ ପରିସଂଖ୍ୟାନ ବିଭାଗର କର୍ମଚାରୀ, କୃଷି ବିଭାଗ ଓ ରାଜସ୍ବ ନିରୀକ୍ଷକମାନେ ମିଳିତ ଭାବେ କ୍ରପ କଟିଂ କରୁଥିବା କୁହାଯାଉଛି। ମାତ୍ର ଅଧିକାଂଶ ସ୍ଥାନକୁ କେବଳ ବୀମା କମ୍ପାନୀର କର୍ମଚାରୀମାନେ ଯାଇ କ୍ରପ କଟିଂ କରୁଛନ୍ତି। ଚାଷୀମାନେ କ୍ଷତିଗ୍ରସ୍ତ ଜମି ଦେଖାଇ କ୍ରପ କଟିଂ କରିବାକୁ କହିଲେ ମଧ୍ୟ ବୀମା କମ୍ପାନୀର କର୍ମଚାରୀମାନେ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏଚଡିଏଫ୍‌ସି ଏର୍ଗୋ ବୀମା କମ୍ପାନୀର କର୍ମଚାରୀ ସୁକୁମାର ମାଇତିଙ୍କ କହିବା କଥା ହେଲା ପ୍ରତି ପଞ୍ଚାୟତରେ ୪ଟି ପ୍ଲଟରୁ କ୍ରପ କଟିଂ କରୁଛୁ। ସାଟେଲାଇଟ ସର୍ଭେ ମାଧ୍ୟମରେ ଆମ ପାଖକୁ ଜମି ମାଲିକ ନାମ, ଖାତା ନଂ., ପ୍ଲଟ ନଂ. ଓ ମୌଜା ନଁା ଆସିଛି। ଆମେ ସେହି ଆଧାରରେ କ୍ରପ କଟିଂ କରୁଛୁ ବୋଲି କହିଛନ୍ତି। ପୂର୍ବରୁ ଋଣ ପ୍ରଦାନ ବେଳେ ସବୁ ଚାଷୀଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଉଥିଲା। ୨ ବର୍ଷ ହେଲା ଫସଲ ବୀମା ପାଇଁ ଇଚ୍ଛା କରୁଥିବା ଚାଷୀଙ୍କର ବୀମା କରାଯାଉଛି। ଋଣ ଅର୍ଥର ୨ ପ୍ରତିଶତ ଫସଲ ବୀମା ପାଇଁ ନିଆଯାଉଛି। ଏପରିସ୍ଥଳେ ଚାଷୀଙ୍କୁ ଠିକ୍‌ ଭାବେ ବୀମା ରାଶି ନ ଦେବା ପାଇଁ ପୂର୍ବରୁ ଯୋଜନା ବଦ୍ଧ ଭାବେ ଅଧିକ କ୍ଷତିଗ୍ରସ୍ତ ହୋଇ ନ ଥିବା ଜମିର ତାଲିକା ଆଣି କ୍ରପ କଟିଂ କରାଯାଉଛି ବୋଲି ରାଜନଗରର ଚାଷୀ ସୁଶାନ୍ତ କୁମାର ସାହୁ, ବୁଦ୍ଧିରାମ ପ୍ରଧାନ, ଗୌରାଙ୍ଗ ରାଉତ, କାଙ୍ଗାଳି ପ୍ରଧାନ, ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ରାଜନଗର ବ୍ଲକରେ ଚଳିତବର୍ଷ ପ୍ରାୟ ୨୨ ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ ହୋଇଥିଲା। ରାଜନଗର ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ଏଠାକାର ଚାଷୀ କେବଳ ଖରିଫ ଧାନ ଚାଷ ୪୦ ହଜାର ଚାଷୀ ପରିବାର କରିଥାନ୍ତି। ରାଜନଗର ବ୍ଲକ ନଦୀ ନାଳ ଘେରା ଅଞ୍ଚଳ। ବନ୍ୟା ଯୋଗୁ ବନ୍ୟା ଅଞ୍ଚଳର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ଅଦିନିଆ ଲଘୁଚାପ ଜନିତ ବର୍ଷା ସୁନାର ଧାନ ଫସଲକୁ ଉଜାଡି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri