Posted inଫୁରସତ

ବକ୍ର ମନ୍ଦିର: ଭୂମି ଉପରେ ବଙ୍କା ହୋଇ ଠିଆ ହୋଇଛି…

ସପ୍ତ ଆଶ୍ଚର୍ଯ୍ୟ ବିଷୟରେ ତ ସମସ୍ତେ ଜାଣନ୍ତି। ହେଲେ ଏମିତି ବି କିଛି ସ୍ଥାପତ୍ୟ ଅଛି ଯାହା ସପ୍ତାଶ୍ଚର୍ଯ୍ୟ ତାଲିକାରେ ନାହିଁ ସତ, ହେଲେ ସେଗୁଡିକ କୌଣସି ବିସ୍ମୟଠାରୁ କମ୍‌ ନୁହେଁ। ସେମିତି ଏକ ସ୍ଥାପତ୍ୟ ତାଇଓ୍ବାନରେ ବି ଦେଖିବାକୁ ମିଳେ। ଏହା ଏକ ମନ୍ଦିର, ଯାହା ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଭୂମି ଉପରେ ବଙ୍କା ହୋଇ ଠିଆ ହୋଇଛି। ଏହାକୁ ଇଟାଲୀର ଲିନିଂ ଟାଓ୍ବର ଅଫ୍‌ ପିସା ସହ ତୁଳନା କରାଯାଏ। ‘ତାଇହେ ଝେନଜିଙ୍ଗ’ ନାମକ ଏହି ମନ୍ଦିରଟି ତାଇଓ୍ବାନର ଚିୟାଇ କାଉଣ୍ଟିରେ ଅଛି। ଏହା ଆରମ୍ଭରୁ ବଙ୍କା ଅବସ୍ଥାରେ ନ ଥିଲା। ପ୍ରଥମେ ଏହା ସିଧା ଠିଆ ହୋଇଥିଲା। ୨୦୦୯ରେ ତାଇଓ୍ବାନରେ ମୋରାକୋଟ ନାମକ ଏକ ବଡ଼ ତୋଫାନ ଆସିଥିଲା। ଏହି ତୋଫାନ ତାଇଓ୍ବାନରେ ବହୁ କ୍ଷୟକ୍ଷତି କରିଥିଲା। ପ୍ରବଳ ବର୍ଷା ଯୋଗୁ ମାଟି ଧୋଇ ଯାଇଥିଲା। ଅନେକ ବଡ଼ ବଡ଼ କୋଠା ଭାଙ୍ଗି ଯାଇଥିଲା। ଆଉ ଏହି ମନ୍ଦିର ନିଜ ସ୍ଥାନରୁ ୧୦୦ ମିଟର ପର୍ଯ୍ୟନ୍ତ ଖସି ଯିବା ସହ ୪୫ଂ ପର୍ଯ୍ୟନ୍ତ ବଙ୍କା ହୋଇଯାଇଥିଲା। ହେଲେ ମନ୍ଦିରର କିଛି କ୍ଷତି ହୋଇ ନ ଥିଲା। ଏବେବି ଏହି ମନ୍ଦିର ବଙ୍କା ଅବସ୍ଥାରେ ଅଛି ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜିଛି। ଲୋକେ ଏହି ବକ୍ର ମନ୍ଦିର ସାମ୍ନାରେ ଠିଆ ହୋଇ ଫଟୋ ଉଠାଇବାକୁ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri