ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ ଭାସୁଛନ୍ତି। ହେଲେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ପରିବାର ପ୍ରତିପୋଷଣ ପାଇଁ ଦୈନନ୍ଦିନ ନିକଟସ୍ଥ ଜଙ୍ଗଲ ତଥା ହେଟା ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, ସରଳିକୁଦ, ଯୋଗିଧାନକୁଦ, ହସିଣା କନ୍ଧା, କଂସାର ଡିଆ ଓ ନିପାଣିଆ ଜଙ୍ଗଲକୁ ଯାଇ ମାଛ କଙ୍କଡା ଧରି ନିକଟସ୍ଥ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି। ଅପରପକ୍ଷରେ ଏହି ବତିଘର ଅଞ୍ଚଳର ନାଳ ପାର ହେବା ପାଇଁ ସୋଲ ତିଆରି ଭେଳାରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଏହି ନାଳରେ ସାମୁଦ୍ରିକ ଜୁଆର ପାଣି ମାଡିଲେ ମାଳ ମାଳ କୁମ୍ଭୀର ଭାସୁଛନ୍ତି। ନଦୀରେ ମାଛ, କଙ୍କଡ଼ା ଧରିବା ସମୟରେ ଅସାବଧାନତା ଯୋଗୁ ଅନେକ ସମୟରେ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି। ୨ବର୍ଷ ମଧ୍ୟରେ ୪ରୁ ୫ଜଣ କୁମ୍ଭୀର ଆକ୍ରମଣରେ ଶିକାର ହୋଇଥିବା ନଜୀର ରହିଛି। ଅପରପକ୍ଷରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ନଦୀରେ ପ୍ରବେଶକୁ ବାରଣ କରାଯାଇଛି। ହେଲେ ଲୋକମାନେ ଜୀବନ ଜୀବିକା ନିର୍ବାହ ପାଇଁ ନାଳ ପାର ହେବାକୁ ପଡେ ବୋଲି କେତେଜଣ ମହିଳା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

ନୂଆ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର: ଆଉ ଖୋଲିବନି ନୂଆ ମଦ ଦୋକାନ! ବଢିଲା…

ଭୁବନେଶ୍ୱର,୨୬।୩: ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri