କବକ ସଂକ୍ରମଣରୁ ସୁରକ୍ଷିତ କୁମ୍ଭୀର: ଡିଫେନସିନ୍ସ ପ୍ରୋଟିନରୁ ମଣିଷ ପାଇଁ ବିକଶିତ ହେବ ଔଷଧ…

ମେଲବୋର୍ନ,୧୨।୩ : ବିଭିନ୍ନ ପ୍ରଜାତିର କୁମ୍ଭୀର ପୃଥିବୀରେ ଲକ୍ଷ ଲକ୍ଷ ବର୍ଷ ଧରି ବାସ କରିଆସୁଛନ୍ତି ଏବଂ ଏହି ଯାତ୍ରାରେ ସେମାନେ ଏକ ବିଶେଷ ଉପାୟରେ ରୋଗ ପ୍ରତିରୋଧକ ବିକଶିତ କରିଛନ୍ତି। ଏହା ସେମାନଙ୍କୁ ଜଳାଶୟ ଏବଂ ଅନ୍ୟାନ୍ୟ ଜଳରେ ବାସ କରୁଥିବା ସମୟରେ ଶରୀରକୁ କ୍ଷତିକାରକ ମାଇକ୍ରୋଅର୍ଗାନ୍ସରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ନିକଟରେ ନେଚର କମ୍ୟୁନିକଶେନରେ ପ୍ରକାଶିତ ରିପୋର୍ଟ ଅନୁସାରେ ଲୁଣି କୁମ୍ଭୀର ଠାରେ ମିଳୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରୋଟିନ ଡିଫେନସିନ୍ସର ଅନୁସନ୍ଧାନ କରାଯାଇଥିଲା।

ଏହି ପ୍ରୋଟିନ କୁମ୍ଭୀର ଶରୀରରେ ସଂକ୍ରାମକ ରୋଗର ମୁକାବିଲା / ରୋକିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଣ୍ଟିବାୟୋଟିକ-ପ୍ରତିରୋଧକ ମାଇକ୍ରୋଅର୍ଗାନ୍ସ ସଂଖ୍ୟା ବଢ଼ିବା ସହିତ ନୂତନ ଏବଂ ପ୍ରଭାବଶାଳୀ ଚିକିତ୍ସା ପାଇଁ ମଣିଷର ଆବଶ୍ୟକତା ମଧ୍ୟ ବଢ଼ିବାରେ ଲାଗିଛି।

କୁମ୍ଭୀରମାନଙ୍କଠାରେ ମିଳୁଥିବା ଡିଫେନସିନ୍ସ ପ୍ରୋଟିନ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ହେବ ଏବଂ ଜୀବନ ରକ୍ଷାକାରୀ ଔଷଧର ବିକାଶରେ ସହାୟକ ହେବ ବୋଲି ବୈଜ୍ଞାନିକ ମତପୋଷଣ କରିଛନ୍ତି। ଉଦ୍ଭିଦ ଏବଂ ପ୍ରାଣୀମାନଙ୍କଠାରେ ବହୁତ କମ ପରିମାଣରେ ଉତ୍ପାଦିତ ହେଊଥିବା ପ୍ରୋଟିନ ହେଉଛି ଡିଫେନସିନ୍ସ ପ୍ରୋଟିନ। ଉଦ୍ଭିଦଗୁଡିକରେ, ଏହା ସାଧାରଣତଃ ଫୁଲ ଏବଂ ପତ୍ରରେ ଉତ୍ପନ୍ନ ହୁଏ।

ପ୍ରାଣୀମାନଙ୍କଠାରେ, ଏହା ଧଳା ରକ୍ତ କଣିକା ତଥା ଫୁସଫୁସ ଏବଂ ଅନ୍ତନଳୀରେ ଉତ୍ପନ୍ନ ହୋଇଥାନ୍ତି। ସଂକ୍ରାମକ ଅଣୁଜୀବକୁ ନଷ୍ଟ କରି ଶରୀରକୁ ସୁରକ୍ଷା ଦେବାରେ ଡିଫେନସିନ୍ସ ପ୍ରୋଟିନ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ବିଭିନ୍ନ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀରେ ମିଳୁଥିବା ଡିଫେନସିନ୍ସ ପ୍ରୋଟିନ ଅଧ୍ୟୟନରୁ ଏହା ଜଣାପଡିଛି। ଡିଫେନସିନ୍ସ ପ୍ରୋଟିନ ଜୀବାଣୁ, କବକ, ଭୂତାଣୁ ଏବଂ ଏପରିକି କର୍କଟ କୋଷକୁ ମଧ୍ୟ ନଷ୍ଟ କରିପାରେ।

ଡିଫେନସିନ୍ସ ପ୍ରୋଟିନ ଏହି କୋଷିକାକୁ ବାନ୍ଧି ରୋଗ ସୃଷ୍ଟିକାରୀ ମାଇକ୍ରୋଅର୍ଗାନ୍ସଗୁଡ଼ିକୁ ମାରିଦିଏ। ଡିଫେନସିନ୍ସ ପ୍ରୋଟିନ ଏହି ମାଇକ୍ରୋ ଅର୍ଗାନଜୀବ କୋଷଗୁଡ଼ିକ ସଂସ୍ପର୍ଶରେ ଆସିବା ପରେ, ସେମାନଙ୍କର କୋଷର ମେମ୍ବ୍ରିନକୁ କଣା କରିଦିଏ। ଯେଉଁ କାରଣରୁ କୋଷ ଭିତରେ ଥିବା ଅଣୁଜୀବ ଲିକ ହେବା ଆରମ୍ଭ କରେ ଏବଂ ଶେଷରେ ଏହା ମରିଯାଏ । ମଇଳା ପାଣିରେ ବାସ କରିବା ସତ୍ତ୍ୱେ କୁମ୍ଭୀରମାନେ କ୍ୱଚିତ ସଂକ୍ରମିତ ହୁଅନ୍ତି। ଏହା ସୂଚିତ କରେ ଯେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ।

ଲୁଣି କୁମ୍ଭୀରର ଜିନୋମକୁ ଅଧ୍ୟୟନ କରିବା ସମୟରେ, ବୈଜ୍ଞାନିକ ଏକ ନିର୍ଦ୍ଦିଷ୍ଟ ଡିଫେନସିନ୍ସ ପ୍ରୋଟିନ ସିପିଓବିଡି-୧୩ର ସନ୍ଧାନ ପାଇଥିଲେ। ଯାହା କ୍ୟାଣ୍ଡିଡା ଆଲବିକାନ୍ସ ନାମକ ଫଙ୍ଗସକୁ ପ୍ରଭାବଶାଳୀ ଭାବରେ ମାରିପାରେ। କ୍ୟାଣ୍ଡିଡା ଆଲବିକାନ୍ସ ସମଗ୍ର ବିଶ୍ୱରେ ମଣିଷରେ ଫଙ୍ଗାଲ ରୋଗର ମୁଖ୍ୟ କାରଣ। କିଛି ଉଦ୍ଭିଦ ଏବଂ ପ୍ରାଣୀ କ୍ୟାଣ୍ଡିଡା ଆଲବିକାନ୍ସକୁ ନଷ୍ଟ କରିବା ଦେଖାଯାଇଥିଲା।

ସନ୍ଧାନ ମିଳିଥିବା ପ୍ରୋଟିନ ଏହାର ଆଖପାଖ ପରିବେଶର ପିଏଚସ୍ତର ଉପରେ ନିର୍ଭର କରି ଏହାର କାର୍ଯ୍ୟକଳାପକୁ ସ୍ବ-ନିୟନ୍ତ୍ରଣ କରିଥାଏ। ଏକ୍ସ-ରେ କ୍ରିଷ୍ଟାଲୋଗ୍ରାଫି ବ୍ୟବହାର କରି ଏହାର ସଂରଚନାକୁ ବୈଜ୍ଞାନିକମାନେ ଦେଖିଥିଲେ। କବକ ବା ଫଙ୍ଗାଲ ମାନବ ସ୍ବାସ୍ଥ୍ୟ ପାଇଁ ବିପଦ।

ତେବେ ଜୀବାଣୁ ଏବଂ ଭୂତାଣୁ ଦ୍ୱାରା ସୃଷ୍ଟି ହେଊଥିବା ସଂକ୍ରମଣ ତୁଳନାରେ ଫଙ୍ଗାଲ ସଂକ୍ରମଣକୁ ଗୁରୁତର ସହ ନିଆଯାଏ ନାହିଁ। କାରଣ ମାନବ ଇତିହାସର ସମସ୍ତ ମହାମାରୀ ଜୀବାଣୁ କିମ୍ବା ଭୂତାଣୁ ଯୋଗୁ ଘଟିଥିଲା। ପ୍ରକୃତ କଥା ହେଉଛି ଫଙ୍ଗସ ସାଧାରଣତଃ ନଖ ଏବଂ ପାଦରେ ସଂକ୍ରମଣ ହୋଇଥାଏ। ଯାହା ଜୀବନ ପ୍ରତି ବିପଦ ନୁହେଁ। କିନ୍ତୁ ଫଙ୍ଗସ ମାନବ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ, ବିଶେଷତଃ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୧୫ ଲକ୍ଷ ଲୋକଙ୍କର ବିଭିନ୍ନ ଫଙ୍ଗାଲ ସଂକ୍ରମଣରେ ମୃତ୍ୟୁ ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri