Categories: ଖେଳ

ମେକ୍‌ଟିକ-ପାଭିକ୍‌ଙ୍କୁ ଟାଇଟଲ

ଲଣ୍ଡନ,୧୧।୭: ଓ୍ବିମ୍ବେଲଡନ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆ ଯୋଡି ନିକୋଲା ମେକ୍‌ଟିକ ଓ ମାଟେ ପାଭିକ୍‌ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ମାନ୍ୟତା ପାଇଥିବା ଏହି ଯୋଡି ସ୍ପେନ୍‌ ଓ ଆର୍ଜେଣ୍ଟିନାର ମାର୍ସେଲ ଗ୍ରାନୋଲେର୍ସ ଓ ହୋରାସିକୋ ଜେବାଲେସ୍‌ଙ୍କୁ ଫାଇନାଲ ମୁକାବିଲାରେ ୬-୪, ୭-୬, ୨-୬, ୭-୫ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ସେଣ୍ଟର କୋର୍ଟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚାମ୍ପିୟନ ଯୋଡ଼ିକୁ ସେତେଟା ସଂଘର୍ଷ କରିବାକୁ ପଡୁ ନ ଥିଲା। ଏଥିସହ ଚଳିତ ସେସନ୍‌ରେ ମେକ୍‌ଟିକ ଓ ପାଭିକ୍‌ ଅଷ୍ଟମ ଟାଇଟଲ ହାସଲ କରିଛନ୍ତି। ସାଥି ହେବାର ପ୍ରଥମ ବର୍ଷରେ ଏହି ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ପ୍ରଥମ ଯୋଡି ଭାବେ ଓ୍ବିମ୍ବେଲଡନ ଡବଲ୍ସ ଟାଇଟଲ ଜିତି ମେକ୍‌ଟିକ ଓ ପାଭିକ ବିରଳ ସଫଳତା ଅର୍ଜନ କରିଛନ୍ତି। ପୂର୍ବରୁ ୨୦ ବର୍ଷ ତଳେ କ୍ରୋଏସିଆର ଗୋରାନ ଇଭାନସେଭିକ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ପୂର୍ବରୁ ପାଭିକ ଭିନ୍ନ ପାର୍ଟନରଙ୍କ ସହ ୨୦୧୮ରେ ଅଷ୍ଟ୍ରେଲିଆ ଓପନ ଓ ଗତବର୍ଷ ୟୁଏସି ଓପନ୍‌ ଜିତିଥିଲେ। ମେକ୍‌ଟିକଙ୍କ ପାଇଁ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ସାବ୍ୟସ୍ତ ହୋଇଛି।

Share