Posted inଖେଳ

ଖୁସି ଖବର ଦେଲେ ରୋନାଲଡୋ

ଲଣ୍ଡନ,୨୯।୧୦: ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଯମଜ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପର୍ତ୍ତୁଗାର୍ଲ ଫୁଟବଲ ଖେଳାଳି ରୋନାଲଡୋଙ୍କ ପୂର୍ବରୁ ୪ ସନ୍ତାନ ଅଛି। ସେ ଏବେ ଇଂରାଜୀ ଫୁଟବଲ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡରେ ଖେଳୁଛନ୍ତି। ଚଳିତ ସିଜନରେ ବିଶ୍ୱର ଅନ୍ୟତମ ତାରକା ଫୁଟବଲ ଖେଳାଳି ରୋନାଲଡୋ ପୁଣିଥରେ ୟୁନାଇଟେଡରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ ଇଟାଲୀ କ୍ଲବ ଜୁଭେଣ୍ଟସ ଏବଂ ଫ୍ରେଞ୍ଚ କ୍ଲବ ରିଅଲ ମାଦ୍ରିଦରେ ମଧ୍ୟ ଖେଳିଛନ୍ତି।
ସୋସିଆଲ ମିଡିଆରେ କ୍ରିଷ୍ଟିଆନୋ ରୋନାଲଡୋ ଲେଖିଛନ୍ତି, ଆମେ ଯମଜ ଆଶା କରୁଛୁ। ଏହି ଖବର ଜଣାଇ ଆମେ ଖୁସି। ଆମର ହୃଦୟ ଖୁସିରେ ପରିପୂର୍ଣ୍ଣ। ଆମେ ତୁମକୁ ଭେଟିବାକୁ ଅପେକ୍ଷା କରିପାରିବୁ ନାହିଁ। ରୋନାଲଡୋଙ୍କ ୧୧ ବର୍ଷର ପୁଅ ହେଉଛି କ୍ରିଷ୍ଟିଆନୋ ଜୁନିୟର୍‌। ଏହା ବ୍ୟତୀତ ତିନି ବର୍ଷର ଝିଅ ଆଲାନା ଏବଂ ୪ ବର୍ଷର ଯାଆଁଳା ଶିଶୁ ଇଭା ଏବଂ ମାଟିଆ ଅଛନ୍ତି । ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ସହ ଏକ ଫଟୋ ଶେୟାର କରିବାବେଳେ ରୋନାଲଡୋ ଏହି ସୂଚନା ଦେଇଛନ୍ତି।
କ୍ରିଷ୍ଟିଆନୋ ରୋନାଲଡୋ ରିଅଲ ମାଦ୍ରିଦ ପାଇଁ ୪ଟି ଚାମ୍ପିଅନ୍ସ ଲିଗ ଟାଇଟଲ ଜିତିଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ଥରେ ଏହି ଟାଇଟଲ ଜିତିଛି। ସେ ୫ ଥର ବାଲନ ଡି’ଅର୍‌ ପୁରସ୍କାର ଜିତିଛନ୍ତି। ସେ ନିଜ କ୍ୟାରିୟରରେ ୬୫୦ରୁ ଅଧିକ ଗୋଲ ସ୍କୋର କରିଛନ୍ତି। ସେ ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ସ୍କୋରର। ତେବେ ରୋନାଲଡୋ ଏପର୍ଯ୍ୟନ୍ତ ଫିଫା ବିଶ୍ୱକପ ଟାଇଟଲ ଜିତି ନାହାଁନ୍ତି। ସେ ଏବଂ ଲିଓନେଲ ମେସିଙ୍କୁ ସବୁବେଳେ ତୁଳନା କରାଯାଏ। ମେସି ବିଶ୍ୱକପ ଟାଇଟଲକୁ ମଧ୍ୟ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri