ବଲାଙ୍ଗୀର ଜେଲକୁ ଫେରିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ

ବଲାଙ୍ଗୀର,୨୭ା୮: ବଲାଙ୍ଗୀର ଜେଲକୁ ଫେରିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ। କଟକରୁ ଆଖି ଚିକିତ୍ସା ପରେ ମଙ୍ଗଳବାର ପୁଣି ଥରେ ଜେଲକୁ ଫେରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବଲାଙ୍ଗୀର ଜେଲରେ ଚଢାଉ ହୋଇଥିଲା। ଚଢାଉ ବେଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଡି’ ବ୍ରଦର ତଥା ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍‌ରୁ ସ୍ମାର୍ଟଫୋନ ମଳିଥିଲା। ଏହାକୁ ହଇଚଇ ସୃଷ୍ଟି ହୋଇଥିଲା। ସୁଶାନ୍ତ ରହୁଥିବା ସେଲ ଭିତରକୁ କିଭଳି ମୋବାଇଲ ଫୋନ ଆସିଲା ଏବଂ ଉକ୍ତ ଫୋନ୍‌ରେ ଧଳସାମନ୍ତ କ’ଣ ସବୁ କାରବାର କରିଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ଏହାର ଗୁମର ଖୋଲିବ।

୨୦୧୮ରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବଲାଙ୍ଗୀର ଜେଲକୁ ସୁଶାନ୍ତ ଧଳସାମନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଝାରପଡା ଜେଲରୁ ଆପରାଧିକ କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ଧଳସାମନ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ବଲାଙ୍ଗୀର ଜେଲକୁ ଅଣାଯାଇଥିଲା।
ଗତ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ବଲାଙ୍ଗୀର ଏସ୍‌ପି ଋଷିକେଶ ଡି. ଖିଲାରୀ ଏବଂ ୯ ବରିଷ୍ଠ ପୋଲିସ ଅଧିକାରୀ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ବଲାଙ୍ଗୀର ଜିଲା କାରାଗାର ଭିତରେ ଚଢ଼ାଉ କରିଥିଲେ। ଜେଲର ୧୨ଟି ସେଲ, ରନ୍ଧାଘର, ଲାଟିନ, ଗାଧୁଆଘର ଓ ଅନ୍ୟ ସ୍ଥାନରେ ଯାଞ୍ଚ କରାଯାଇଥିଲା।

ଚଢ଼ାଉ ବେଳେ ଜେଲ ଭିତରୁ ବିଡି, ସିଗାରେଟ, ଭାଙ୍ଗ ଭଳି ନିଶାଦ୍ରବ୍ୟ, ଦୁଇଟି ଲାଇଟର ଏବଂ ଏକ ଟ୍ରିମର ଜବତ କରାଯାଇଥିଲା। ସେହିଦିନ ଅପରାହ୍ନରେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ବଲାଙ୍ଗୀର ଆସି ଘଟଣାର ସମୀକ୍ଷା କରିଥିଲେ। ଏହାପରେ ଜିଲା କାରାଗାର ଭିତରୁ ଏକ ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ଦିଆଯାଇଥିଲା।

କେଉଁ ସେଲ୍‌ରୁ ଫୋନ ଜବତ ହୋଇଥିଲା ସେଦିନ କୁହାଯାଇ ନ ଥିଲା। ରବିବାର ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍‌ରୁ ଉକ୍ତ ସ୍ମାର୍ଟଫୋନ ଜବତ ହୋଇଥିବା କୁହାଯାଇଛି। ବଲାଙ୍ଗୀର ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ ଉକ୍ତ ସ୍ମାର୍ଟଫୋନ ଜବତ କରି ହସ୍ତାନ୍ତର କରିଥିବା ଏବଂ ଏନେଇ ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

ସ୍ମାର୍ଟଫୋନ ଜବତ ସମୟରେ ଧଳସାମନ୍ତ ଉକ୍ତ ସେଲ୍‌ରେ ନ ଥିଲେ ଏବଂ ଚିକିତ୍ସା ପାଇଁ ତାଙ୍କୁ କଟକ ବଡମେଡିକାଲକୁ ନିଆଯାଇଥିଲା। ବର୍ତ୍ତମାନ ବଲାଙ୍ଗୀର ଜିଲା କାରାଗାରରେ ଅନେକ କୁଖ୍ୟାତ ଅପରାଧୀ ରହିଛନ୍ତି। ସେଠାରୁ ସ୍ମାର୍ଟଫୋନ, ଟ୍ରିମର, ଲାଇଟର, ବିଡି, ସିଗାରେଟ ଓ ନିଶାଦ୍ରବ୍ୟ ମିଳିବା ଘଟଣା ଆଲୋଡ଼ନ ଖେଳାଇବା ସହ ଜେଲ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?