ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୮।୨(ବ୍ୟୁରୋ): ଫେବୃୟାରୀ ୭ରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍‌ ସପ୍ତାହ। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସତର୍କତା ଜାରି କରାଯାଇଛି। ସାଇବର ଠକେଇ ଆଶଙ୍କା କରି କ୍ରାଇମ୍‌ବ୍ରାଞ୍ଚ ଏହି ପଦକ୍ଷେପ ନେଇଛି। ଅଜଣା କଲ୍‌ ଓ ଗିଫ୍ଟ ଆଦି ଦେବା ନେବାରେ ସତର୍କତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।