ସହରରେ ବଢ଼ିଚାଲିଛି ଅପରାଧ

ବାଲେଶ୍ୱର ଅଫିସ, ୮।୬ – ବାଲେଶ୍ୱର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ହତ୍ୟା, ଲୁଟ୍‌ତରାଜ ଭଳି ଅପରାଧ ଘଟିଚାଲିଥିଲେ ମଧ୍ୟ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଇଛି। ଜିଲାରେ କାମ କରୁଥିବା ଦୁଇଟି ମୁଖ୍ୟ ଗୋଇନ୍ଦା ସଂସ୍ଥା ମଧ୍ୟ କୋମାକୁ ଚାଲିଯାଇଥିବା ସାଧାରଣରେ ଆଲୋଚନା ହେଉଛି। ଏହାର ସୁଯୋଗ ନେଇ ଅପରାଧୀମାନେ ଅନାୟାସରେ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସିଭିଲ୍‌ ସୋସାଇଟି ଏବଂ ବରିଷ୍ଠ ନାଗରିକ ମଞ୍ଚ ତଥା କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବାଲେଶ୍ୱର ବନ୍ଦ କରିବା ପାଇଁ ଚେତାବନୀ ଦିଆଯାଇଛି। ମଙ୍ଗଳବାର ଛାତ୍ରନେତା ଶୁଭମସାଇ ମହାପାତ୍ରଙ୍କ ନେତୃତ୍ୱରେ ସହରବାସୀ ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ୍‌ଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ଅଞ୍ଚଳର ଚିରଞ୍ଜିବି ନାୟକ ଓ ତାଙ୍କ ସାଥୀମାନେ ମଙ୍ଗଳବାର ଭୋର ସମୟରେ ଟ୍ରକ୍‌ ଯୋଗେ କଷାଫଳକୁ ମାଛ ନେବା ପାଇଁ ଆସୁଥିବା ବେଳେ ରୂପ୍‌ସା ଥାନା ୬୦ନଂ. ଜାତୀୟ ରାଜପଥରେ ଏକ ବାଇକ୍‌ ଯୋଗେ ୩ଜଣ ଯୁବକ ଆସି ଟ୍ରକ୍‌କୁ ଅଟକାଇଥିଲେ। ଡ୍ରାଇଭର ଚିରଞ୍ଜିବିଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍‌ କରିବାକୁ ପ୍ରୟାସ କରିଥିଲେ। ଅନ୍ୟ ଦୁଇଜଣ ଯୁବକ ଟ୍ରକ୍‌ରେ ଥିବା ହେଲପରଙ୍କୁ ଖଣ୍ଡା ଦେଖାଇ ପାଖରେ ଥିବା ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ସେମାନେ ଡ୍ରାଇଭରଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ହେଲପରଙ୍କୁ ପିଟି ନିକଟରେ ଥିବା ଟଙ୍କା, ସୁନାଚେନ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉଭୟ ଗୁରୁତର ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ମେ’ ୩୦ ତାରିଖରେ କେରଳ ରାଜ୍ୟର ଜଣେ ଯୁବକ ଚିଙ୍ଗୁଡ଼ି ଚାଷ ପାଇଁ ଆବଶ୍ୟକ ଔଷଧ ବ୍ୟବସାୟ କରିବା ପାଇଁ ବାଲେଶ୍ୱର ଆସିଥିଲେ। ସେ ବ୍ୟବସାୟ ସାରି ଫେରୁଥିବା ବେଳେ ସଲ୍ଟରୋଡ୍‌ର ସାରଗାଁ ନିକଟରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ୬୦ହଜାର ଟଙ୍କା ଲୁଟି ନେଇଥିଲେ। ପରେ କ୍ଷତବିକ୍ଷତ କରି ରାସ୍ତାପାର୍ଶ୍ୱକୁ ଫିଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଯୁବକଜଣଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲ। ଚିକିତ୍ସାଧୀନ ଅବସ୍ଥାରେ ପରଦିନ ଯୁବକଙ୍କର ମୃତ୍ୟୁ ହୋଇଛି। ଚଳିତମାସ ୧ ତାରିଖରେ ପୌରାଞ୍ଚଳର ୩୧ନଂ. ୱାର୍ଡ଼ର କାଉନ୍‌ସିଲର ରଞ୍ଜିତା ମହାପାତ୍ର ମାର୍କେଟିଂ ସାରି ପରିବାର ସହ ଅଟୋରେ ଫେରୁଥିବା ବେଳେ ସହଦେବଖୁଣ୍ଟା ଥାନା ପଛପଟ ନୂଆବଜାର ନିକଟରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ସୁନାଚେନ୍‌ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ପରିବାର ଲୋକଙ୍କ ସହଯୋଗରେ ସେ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇଯାଇଥିଲେ। ଭାଜପା ନେତ୍ରୀ ମହୁଆ ପ୍ରଧାନ ମଧ୍ୟ ପାର୍ଟି ଅଫିସ୍‌ରୁ ବୈଠକ ସାରି ଫେରୁଥିବା ବେଳେ ମଲ୍ଲିକାଶପୁର ନିକଟରେ ତାଙ୍କ ପାଖରୁ ସୁନାଚେନ୍‌ ଲୁଟ୍‌ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଗତ ୩ତାରିଖରେ ଟୁଲଙ୍ଗସାହି ଅଞ୍ଚଳର ବ୍ୟବସାୟୀ ଭାଗିରଥୀ ନାୟକ ଷ୍ଟେଟ୍‌ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ମଲ୍ଲିକାଶପୁର ହରଗଙ୍ଗା ପୋଖରୀ ନିକଟରେ ୩ରୁ ୪ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ସେହିପରି ରାତି ୧୦ଟା ବେଳେ ସୁନହଟ ଅଞ୍ଚଳରେ ସତ୍ୟବ୍ରତ ଦାସ ଘରକୁ ଫେରୁଥିବା ବେଳେ ଚାନ୍ଦିପୁର ରାସ୍ତାର ଗଛମାଳିଆ ଛକରେ କେତେଜଣ ଯୁବକ ତାଙ୍କୁ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ଗତ ୪ ତାରିଖରେ ବାଲିଆପାଳ ଅଞ୍ଚଳର ୨ଜଣ ଯୁବକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଫେରୁଥିବା ବେଳେ ଅପରାହ୍ନ ୩ଟା ବେଳେ ଅରଡ଼ବଜାରସ୍ଥିତ ଗଳାପୋଲ ନିକଟରେ କେତେଜଣ ଯୁବକ ସେମାନଙ୍କୁ ଅଟକାଇ ପାଖରେ ଥିବା ମିଲ୍‌ ବାଡ଼ି ଭିତରକୁ ଜବରଦସ୍ତ ନେଇଯାଇଥିଲେ। ମାରଣାସ୍ତ୍ର ଦେଖାଇ ସେମାନଙ୍କ ନିକଟରେ ଥିବା ୯ହଜାର ୬ଶହ ଟଙ୍କା ସହିତ ସେମାନଙ୍କ ପାଖରେ ଥିବା ପ୍ରେସକ୍ରିପସନ୍‌ ଓ ଡାକ୍ତରୀ ରିପୋର୍ଟ ମଧ୍ୟ ଛଡ଼ାଇ ନେଇଥିଲେ। ସେହିପରି ଅପରାହ୍ନ ୪ଟାରେ ଏଡ଼ିଏମ୍‌ ଛକ ନିକଟରୁ ଜଣେ ଯୁବକଙ୍କଠାରୁ ୨ଜଣ ଲୁଟେରା ବନ୍ଧୁକ ଦେଖାଇ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲେ। ରାତି ୧୦ଟା ବେଳେ ୩ରୁ ୪ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜେଲ୍‌ର ଦୁଇଜଣ କର୍ମଚାରୀଙ୍କୁ ଜେଲ ଆଗ ରାସ୍ତାରେ ଗୋଡ଼ାଇଥିଲେ। ପ୍ରାଣ ବିକଳରେ କର୍ମଚାରୀଦ୍ୱୟ ଜେଲ ଭିତରକୁ ପଳାଇ ଯାଇଥିବାରୁ ରକ୍ଷା ପାଇଯାଇଥିଲେ। ଗତ ୫ ତାରିଖରେ ଭୀମପୁରାରେ ରହୁଥିବା ପୋଲିସ ହାବିଲଦାର ଅଞ୍ଜନ କୁମାର ମିଶ୍ରଙ୍କ ପନତ୍ୀ ଫୁଲ ତୋଳୁଥବା ବେଳେ ୨ଜଣ ଯୁବକ ପଲସର ବାଇକ୍‌ରେ ଆସି ତାଙ୍କ ପଛପଟୁ ଧରି କଟର ଦ୍ୱାରା ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ସୁନାଚେନ୍‌କୁ ଛିନ୍‌ତାଇ କରି ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri