ସହରରେ ବଢ଼ିଚାଲିଛି ଅପରାଧ

ବାଲେଶ୍ୱର ଅଫିସ, ୮।୬ – ବାଲେଶ୍ୱର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ହତ୍ୟା, ଲୁଟ୍‌ତରାଜ ଭଳି ଅପରାଧ ଘଟିଚାଲିଥିଲେ ମଧ୍ୟ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଇଛି। ଜିଲାରେ କାମ କରୁଥିବା ଦୁଇଟି ମୁଖ୍ୟ ଗୋଇନ୍ଦା ସଂସ୍ଥା ମଧ୍ୟ କୋମାକୁ ଚାଲିଯାଇଥିବା ସାଧାରଣରେ ଆଲୋଚନା ହେଉଛି। ଏହାର ସୁଯୋଗ ନେଇ ଅପରାଧୀମାନେ ଅନାୟାସରେ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସିଭିଲ୍‌ ସୋସାଇଟି ଏବଂ ବରିଷ୍ଠ ନାଗରିକ ମଞ୍ଚ ତଥା କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବାଲେଶ୍ୱର ବନ୍ଦ କରିବା ପାଇଁ ଚେତାବନୀ ଦିଆଯାଇଛି। ମଙ୍ଗଳବାର ଛାତ୍ରନେତା ଶୁଭମସାଇ ମହାପାତ୍ରଙ୍କ ନେତୃତ୍ୱରେ ସହରବାସୀ ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ୍‌ଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ଅଞ୍ଚଳର ଚିରଞ୍ଜିବି ନାୟକ ଓ ତାଙ୍କ ସାଥୀମାନେ ମଙ୍ଗଳବାର ଭୋର ସମୟରେ ଟ୍ରକ୍‌ ଯୋଗେ କଷାଫଳକୁ ମାଛ ନେବା ପାଇଁ ଆସୁଥିବା ବେଳେ ରୂପ୍‌ସା ଥାନା ୬୦ନଂ. ଜାତୀୟ ରାଜପଥରେ ଏକ ବାଇକ୍‌ ଯୋଗେ ୩ଜଣ ଯୁବକ ଆସି ଟ୍ରକ୍‌କୁ ଅଟକାଇଥିଲେ। ଡ୍ରାଇଭର ଚିରଞ୍ଜିବିଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍‌ କରିବାକୁ ପ୍ରୟାସ କରିଥିଲେ। ଅନ୍ୟ ଦୁଇଜଣ ଯୁବକ ଟ୍ରକ୍‌ରେ ଥିବା ହେଲପରଙ୍କୁ ଖଣ୍ଡା ଦେଖାଇ ପାଖରେ ଥିବା ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ସେମାନେ ଡ୍ରାଇଭରଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ହେଲପରଙ୍କୁ ପିଟି ନିକଟରେ ଥିବା ଟଙ୍କା, ସୁନାଚେନ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉଭୟ ଗୁରୁତର ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ମେ’ ୩୦ ତାରିଖରେ କେରଳ ରାଜ୍ୟର ଜଣେ ଯୁବକ ଚିଙ୍ଗୁଡ଼ି ଚାଷ ପାଇଁ ଆବଶ୍ୟକ ଔଷଧ ବ୍ୟବସାୟ କରିବା ପାଇଁ ବାଲେଶ୍ୱର ଆସିଥିଲେ। ସେ ବ୍ୟବସାୟ ସାରି ଫେରୁଥିବା ବେଳେ ସଲ୍ଟରୋଡ୍‌ର ସାରଗାଁ ନିକଟରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ୬୦ହଜାର ଟଙ୍କା ଲୁଟି ନେଇଥିଲେ। ପରେ କ୍ଷତବିକ୍ଷତ କରି ରାସ୍ତାପାର୍ଶ୍ୱକୁ ଫିଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଯୁବକଜଣଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲ। ଚିକିତ୍ସାଧୀନ ଅବସ୍ଥାରେ ପରଦିନ ଯୁବକଙ୍କର ମୃତ୍ୟୁ ହୋଇଛି। ଚଳିତମାସ ୧ ତାରିଖରେ ପୌରାଞ୍ଚଳର ୩୧ନଂ. ୱାର୍ଡ଼ର କାଉନ୍‌ସିଲର ରଞ୍ଜିତା ମହାପାତ୍ର ମାର୍କେଟିଂ ସାରି ପରିବାର ସହ ଅଟୋରେ ଫେରୁଥିବା ବେଳେ ସହଦେବଖୁଣ୍ଟା ଥାନା ପଛପଟ ନୂଆବଜାର ନିକଟରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ସୁନାଚେନ୍‌ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ପରିବାର ଲୋକଙ୍କ ସହଯୋଗରେ ସେ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇଯାଇଥିଲେ। ଭାଜପା ନେତ୍ରୀ ମହୁଆ ପ୍ରଧାନ ମଧ୍ୟ ପାର୍ଟି ଅଫିସ୍‌ରୁ ବୈଠକ ସାରି ଫେରୁଥିବା ବେଳେ ମଲ୍ଲିକାଶପୁର ନିକଟରେ ତାଙ୍କ ପାଖରୁ ସୁନାଚେନ୍‌ ଲୁଟ୍‌ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଗତ ୩ତାରିଖରେ ଟୁଲଙ୍ଗସାହି ଅଞ୍ଚଳର ବ୍ୟବସାୟୀ ଭାଗିରଥୀ ନାୟକ ଷ୍ଟେଟ୍‌ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ମଲ୍ଲିକାଶପୁର ହରଗଙ୍ଗା ପୋଖରୀ ନିକଟରେ ୩ରୁ ୪ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ସେହିପରି ରାତି ୧୦ଟା ବେଳେ ସୁନହଟ ଅଞ୍ଚଳରେ ସତ୍ୟବ୍ରତ ଦାସ ଘରକୁ ଫେରୁଥିବା ବେଳେ ଚାନ୍ଦିପୁର ରାସ୍ତାର ଗଛମାଳିଆ ଛକରେ କେତେଜଣ ଯୁବକ ତାଙ୍କୁ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ଗତ ୪ ତାରିଖରେ ବାଲିଆପାଳ ଅଞ୍ଚଳର ୨ଜଣ ଯୁବକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଫେରୁଥିବା ବେଳେ ଅପରାହ୍ନ ୩ଟା ବେଳେ ଅରଡ଼ବଜାରସ୍ଥିତ ଗଳାପୋଲ ନିକଟରେ କେତେଜଣ ଯୁବକ ସେମାନଙ୍କୁ ଅଟକାଇ ପାଖରେ ଥିବା ମିଲ୍‌ ବାଡ଼ି ଭିତରକୁ ଜବରଦସ୍ତ ନେଇଯାଇଥିଲେ। ମାରଣାସ୍ତ୍ର ଦେଖାଇ ସେମାନଙ୍କ ନିକଟରେ ଥିବା ୯ହଜାର ୬ଶହ ଟଙ୍କା ସହିତ ସେମାନଙ୍କ ପାଖରେ ଥିବା ପ୍ରେସକ୍ରିପସନ୍‌ ଓ ଡାକ୍ତରୀ ରିପୋର୍ଟ ମଧ୍ୟ ଛଡ଼ାଇ ନେଇଥିଲେ। ସେହିପରି ଅପରାହ୍ନ ୪ଟାରେ ଏଡ଼ିଏମ୍‌ ଛକ ନିକଟରୁ ଜଣେ ଯୁବକଙ୍କଠାରୁ ୨ଜଣ ଲୁଟେରା ବନ୍ଧୁକ ଦେଖାଇ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲେ। ରାତି ୧୦ଟା ବେଳେ ୩ରୁ ୪ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜେଲ୍‌ର ଦୁଇଜଣ କର୍ମଚାରୀଙ୍କୁ ଜେଲ ଆଗ ରାସ୍ତାରେ ଗୋଡ଼ାଇଥିଲେ। ପ୍ରାଣ ବିକଳରେ କର୍ମଚାରୀଦ୍ୱୟ ଜେଲ ଭିତରକୁ ପଳାଇ ଯାଇଥିବାରୁ ରକ୍ଷା ପାଇଯାଇଥିଲେ। ଗତ ୫ ତାରିଖରେ ଭୀମପୁରାରେ ରହୁଥିବା ପୋଲିସ ହାବିଲଦାର ଅଞ୍ଜନ କୁମାର ମିଶ୍ରଙ୍କ ପନତ୍ୀ ଫୁଲ ତୋଳୁଥବା ବେଳେ ୨ଜଣ ଯୁବକ ପଲସର ବାଇକ୍‌ରେ ଆସି ତାଙ୍କ ପଛପଟୁ ଧରି କଟର ଦ୍ୱାରା ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ସୁନାଚେନ୍‌କୁ ଛିନ୍‌ତାଇ କରି ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri