ବଢୁଛି ଅପରାଧ, ଚିନ୍ତାରେ ପୋଲିସ

ପୁରୀ ଅଫିସ,୨୦ା୩: ପର୍ଯ୍ୟଟନ ସହରରେ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ପୋଲିସ କିଛି ମାତ୍ରାରେ ବଟି ଆଦାୟ ଓ ନିଶାଦ୍ରବ୍ୟ କାରବାର ଉପରେ ନିୟନ୍ତ୍ରଣ ପାଇଛି। ମାତ୍ର ଅନ୍ୟ ଆପରାଧିକ ମାମଲା ରୋକିବାରେ ବିଫଳ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ଏଥିଯୋଗୁ ପୁରୀବାସୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷରେ ଗୁଳିକାଣ୍ଡ, ହଣାକଟା, ଗ୍ୟାଙ୍ଗଓ୍ବାର୍‌ ପ୍ରଭୃତି ବଡ଼ଧରଣର ଅପରାଧ ରୋକାଯିବା ନେଇ ପୋଲିସ ଚିନ୍ତାରେ ପଡ଼ିଛି। କୁମ୍ଭାରପଡ଼ା ଥାନା ଅଧୀନ ବଡ଼ଦାଣ୍ଡର ମାର୍କେଟ ଛକରେ ଜୁଆଖେଳ ଓ ପୂର୍ବ ଶତ୍ରୁତାକୁ ନେଇ ରବିବାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହଣାକଟା ଘଟଣା ଘଟିଥିଲା। ସେଠାରେ ଟ୍ରାଫିକ ପୋଲିସ ନିୟୋଜିତ ଥିବା ବେଳେ କିଛି ଦୂରରେ ଟାଉନ ଥାନା ରହିଛି। ଏହାସତ୍ତ୍ୱେ ଏପରି ଘଟଣା ପୁରୀ ପୋଲିସକୁ ଅପରାଧୀଙ୍କ ଖୋଲଖୋଲି ଚ୍ୟାଲେଞ୍ଜ ସଦୃଶ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେବ ଜମିଜମା ଓ ପୂର୍ବ ଶତ୍ରୁତାକୁ ନେଇ ବିଭିନ୍ନ ସମୟରେ ପୁରୀ ସହରରେ ଆପରାଧିକ କାର୍ଯ୍ୟକଳପ ବୃଦ୍ଧି ପାଇବାରେ ଲାଗିଛି। ୨୦୨୨ ମାର୍ଚ୍ଚ ୧୬ରେ ଶ୍ରୀମନ୍ଦିରର ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ବାରବାଟୀ ଜାଗା ପରିସରରେ ଗୁଳି କରି ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ୨୦୧୨ରେ ବହୁଚର୍ଚ୍ଚିତ ସେବାୟତ ଗୁନ ସିଂହାରୀ ହତ୍ୟା ମାମଲାର ଏହା ପ୍ରତିଫଳନ ଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିିଥିଲା। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର କିଛିଦିନ ପରେ ୨୦୨୨ ମେ ୨୪ ତାରିଖ ରାତିରେ ଏମାର ମଠ ନିକଟରେ ଶ୍ରୀଲୋକନାଥ ଦେବଙ୍କ ସେବାୟତ ତଳୁଛ ସାହିର ଶିବରାମ ପାତ୍ରଙ୍କ ଉପରକୁ ପୂର୍ବ ଶତୁତ୍ରାକୁ ନେଇ ଗୁଳିକାଣ୍ଡ ହୋଇଥିଲା। ଫଳରେ ତାଙ୍କର ଜୀବନ ଯାଇଥିଲା। ପରେ ଅଭିଯୁକ୍ତ ଚନ୍ଦନ ବାରିକ ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା। ସେହିପରି ଗତ ଦୀପାବଳି ଅବସରରେ ଚନ୍ଦନପୁର ଥାନା ଅଧୀନ ଥେଣ୍ଟପୁରଠାରେ ପୂର୍ବ ଶତ୍‌ୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିଲା। ଏଥିରେ ଶଙ୍କର ବେହେରାଙ୍କ ମୃତ୍ୟୁ ହୋଇଥିବାବେଳେ ନିଲୁ ବରାଳ ଆହତ ହୋଇଥିଲେ। ଅପରାଧୀଙ୍କ ପାଖରେ ମାରଣାସ୍ତ୍ର ପହଞ୍ଚୁଥିବା ଏସବୁ ଘଟଣାରୁ ସ୍ପଷ୍ଟ ହୋଇଥିଲା। ତେବେ ପୋଲିସ ତଦନ୍ତ ପ୍ରକ୍ରିୟା ନ ଆଗେଇ ଚୁପ୍‌ ବସିପଡ଼ିଲା। ଫଳରେ ଅପରାଧୀମାନେ ପୁଣି ସକ୍ରିୟ ହୋଇଉଠିଲେ। ୪ଦିନ ତଳେ ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଶ୍ରୀମନ୍ଦିର ଯାତ୍ରୀ ବ୍ୟବସାୟକୁ ନେଇ ୪ଜଣ ସେବାୟତଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏବେ ପୁଣି ବଡ଼ଦାଣ୍ଡରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହଣାହଣି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ୧୨ଘଣ୍ଟା ଭିତରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ମଧ୍ୟ ତାହା ଯଥେଷ୍ଟ ପଦକ୍ଷେପ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ ସାମାଜିକ କର୍ମୀ ଦିଲୀପ ବରାଳ କହିଛନ୍ତି, ଆପରାଧିକ କାର୍ଯ୍ୟକଳାପ ରୋକିବାକୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ନଚେତ ପର୍ଯ୍ୟଟକ ଓ ଭକ୍ତଙ୍କ ମନରେ ଭୟ ସୃଷ୍ଟି ହେବା ସହ ପୁରୀ ପ୍ରତି ନକାରାତ୍ମକ ମନୋଭାବ ପରିଲକ୍ଷିତ ହେବ। ସେହିପରି ଆଇନଜୀବୀ ଶରତ କୁମାର ରାୟଗୁୁରୁ କହିଛନ୍ତି, ପୁରୀ ସହରରେ ବ୍ରାଉନସୁଗାର କାରବାର ସହ ଜୁଆଖେଳ ହେଉଛି। ମାରଣାସ୍ତ୍ର ମୁନରେ ଦାଦାବଟି ମଧ୍ୟ ଆଦାୟ କରାଯାଉଛି। ମାର୍କେଟ ଛକରେ ଘଟିଥିବା ଘଟଣା ମୁଖ୍ୟତଃ ଜୁଆଖେଳକୁ ନେଇ ଘଟିଛି। ପୋଲିସ ଯେଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ସେହି ଅନୁସାରେ କରୁନାହିଁ। ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସ କଠୋର ନ ହେଲେ ଆଗାମୀ ଦିନରେ ଆପରାଧିକ ମାମଲା ବଢିବ। କଂଗ୍ରେସ ନେତା ଆଶୁତୋଶ ମିଶ୍ର କହିଛନ୍ତି, ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁଛି, ମାତ୍ର କିଛି ଦିନ ପରେ ସେମାନେ ଜାମିନରେ ଆସି ପୁଣି ଆପରାଧିକ କାର୍ଯ୍ୟକଳାପ ଜାରି ରଖୁଛନ୍ତି। ତେଣୁ ଏଥିପ୍ରତି ପୋଲିସ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଆବଶ୍ୟକ। ଅନ୍ୟପକ୍ଷରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା କହିଛନ୍ତି, ପୁରୀ ସହରକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏସ୍‌ପିଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଅତୀତରେ ପୋଲିସ ୧୦୪ରୁ ଊର୍ଦ୍ଧ୍ୱ ଚୋରି ମୋବାଇଲ ଜବତ କରିବା ସହ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଚୋରି ସୁନାଗହଣା ଉଦ୍ଧାର ପରେ ଫେରସ୍ତ କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପେସାଦାର ଅପରାଧୀଙ୍କୁ ୧୧୦ ସିଆର୍‌ପିସିରେ ବୁକ୍‌ କରାଯାଉଛି। ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri