ଅଭିଯୁକ୍ତଙ୍କ ସହପାଠୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ପଚରାଉଚରା

ବ୍ରହ୍ମପୁର ଅଫିସ,୩ା୨:ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ବ୍ରହ୍ମପୁର ପୈତୃକ ବାସଭବନ, ଭଡ଼ା ଘର ଓ ତାଙ୍କ ସହପାଠୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗତ ତିନିଧରି ପର୍ଯ୍ୟାୟକ୍ରମେ ପଚରାଉଚରା ଜାରି ରଖିଛି। ଗୋପାଳକୃଷ୍ଣଙ୍କ ବଡ ଭାଇ ସତ୍ୟନାରାୟଣ ୪୮ ଘଣ୍ଟା ହେଲା କ୍ରାଇମ୍‌ବ୍ରାଞ୍ଚ ହେପାଜତରେ ରହିଛନ୍ତି। ଗୁରୁବାର କ୍ରାଇମ୍‌ବ୍ରାଞ୍ଚ ସର୍କିଟ୍‌ ହାଉସ୍‌ରେ ରହି ଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କ ସାଙ୍ଗ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଜେରା କରିଛି। ଗୋପାଳଙ୍କ ସହପାଠୀ ଆଇନଜୀବୀ ପ୍ରଦୀପ ବେହେରାଙ୍କୁ ଡାକି ପଚରାଉଚରା କରିଥିଲା। କେବେ ଏବଂ କେଉଁଠି ମିଶି ପାଠ ପଢୁଥିଲେ। ପଢ଼ିବା ସମୟରେ ଗୋପାଳଙ୍କ ବ୍ୟବହାର ଓ ଆଚରଣ କେମିତି ଥିଲା। ସେ କ’ଣ କରିବାକୁ ଭଲ ପାଉଥିଲେ ଏବଂ ତାଙ୍କର ଲକ୍ଷ୍ୟ କ’ଣ ଥିଲା ବୋଲି ପ୍ରଶ୍ନ କରିଥିଲେ। କେବେ କାହାକୁ କିଛି କହିଛନ୍ତି କି ବୋଲି କ୍ରାଇମ୍‌ବ୍ରାଞ୍ଚ ପଚାରିଥିଲା।
୧୯୮୫ରେ ଖଲ୍ଲିକୋଟ କଲେଜରେ ଗୋପାଳ ମୋ ସହିତ ପଢ଼ୁଥିଲେ। ସେ ଜଣେ ପୋଲିସ ଇନ୍ସପେକ୍ଟର ହେବା ସହ ଭଲ କ୍ରୀଡ଼ାବିତ୍‌ ହେବେ ବୋଲି କହୁଥିବା ସହପାଠୀ ବେହେରା କହିଛନ୍ତି। ଗୋପାଳଙ୍କର ଆଉ କେଉଁଥିରେ ରୁଚି ଥିଲା କି ନାହିଁ ସେ ଉପରେ ମଧ୍ୟ ପ୍ରଶ୍ନ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ତେବେ ଏଏସ୍‌ଆଇ ପଦୋନ୍ନତି ପାଇବା ପରଠୁ ଗୋପାଳଙ୍କର ଏଠାରେ ସେତେଟା ଦେଖାମିଳୁ ନ ଥିଲା। ଅନ୍ୟପକ୍ଷରେ ତାଙ୍କର ବନ୍ଧୁ କହୁଥିବା ଅଭୟ ପାଢୀଙ୍କୁ ମଧ୍ୟ ସର୍କିଟ ହାଉସରେ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଛି । ଏପରିକି ଆଙ୍କୁଲିରେ ଆଉ କିଛି ସମ୍ପର୍କୀୟ ଏବଂ ତାଙ୍କ ଜଣାଶୁଣା ଲୋକଙ୍କୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି। ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଗଠିତ କ୍ରାଇମବ୍ରାଞ୍ଚ ଟିମ୍‌ ଗତ ଦୁଇଦିନ ତଳେ ଅଭିଯୁକ୍ତ ଗୋପାଳଙ୍କ ଆଙ୍କୁଲି ଶିଳ୍ପାଞ୍ଚଳ ଘର ଏବଂ ଜଳେଶ୍ୱରଖଣ୍ଡିରେ ଥିବା ଗୋପାଳଙ୍କ ପୈତୃକ ଘରେ ତଦନ୍ତ କରିବା ପରେ ପରିବାର ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ ମଧ୍ୟ ଉଠାଇ ନେଇଥିଲା କ୍ରାଇମ୍‌ବ୍ରାଞ୍ଚ। ସତ୍ୟଙ୍କଠାରୁ କିଛି ତଥ୍ୟ ପାଇବା ପରେ ପୁଣି ବ୍ରହ୍ମପୁରରେ କ୍ରାଇମ୍‌ବ୍ରାଞ୍ଚର ଜଣେ ଇନ୍ସପେକ୍ଟର ରହି ତଦନ୍ତ ଜାରି ରଖିଛନ୍ତି। ଏମିତିକି ଗୋପାଳ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଅଛି। ସେଥିରେ କେତେ ଟଙ୍କା ରହିଛି ଏବଂ ବ୍ୟାଙ୍କ୍‌ ଖାତା ଷ୍ଟେଟ୍‌ମେଣ୍ଟ ମଧ୍ୟ ବାହାର କରାଯାଇଛି। ଗୋପାଳଙ୍କ ପରିବାର ଲୋକ ତାଙ୍କୁ ଜଣେ ମାନସିକ ରୋଗୀ କହୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁନି କ୍ରାଇମ୍‌ବ୍ରାଞ୍ଚ। ଫଳରେ ଗୋପାଳ ଚିକିତ୍ସିତ ହେଉଥିବା ପୁରୁଣା ପ୍ରେସ୍‌କ୍ରିପ୍‌ଶନକୁ ମଧ୍ୟ ଯାଞ୍ଚ କରିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚରାଉଚରା କରିଛି। ପରିବାର ଲୋକଙ୍କ ମୋବାଇଲ୍‌ ରେକର୍ଡ ମଧ୍ୟ ଯାଞ୍ଚ ହୋଇଛି। ମନ୍ତ୍ରୀଙ୍କ ହତ୍ୟା ପୂର୍ବରୁ ଏବଂ ପରେ ସେମାନେ କାହା ସହିତ କେତେ ସମୟ କଥା ହୋଇଛନ୍ତି, ସେମାନଙ୍କ ସହ ଏମାନଙ୍କ ସମ୍ପର୍କ କ’ଣ ରହିଛି। ବିଶେଷ କରି ଗୋପାଳଙ୍କ ମୋବାଇଲରୁ କାହା କାହାକୁ ଫୋନ୍‌ ଆସିଛି ଏମିତି ଅନେକ ବିଷୟକୁ ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ାଇଛି। ପରିବାର ଲୋକଙ୍କୁ ଗଣମାଧ୍ୟମ ଏବଂ ବାହାରେ କୌଣସି ତଥ୍ୟ ଦେବାକୁ ମନା କରାଯାଇଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri