Categories: ଖେଳ

ଆଖିବୁଜିଲେ ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପିତା

ଖ୍ରୀଷ୍ଟଚର୍ଚ୍ଚ,୯।୧୨:ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତା ଗେରାର୍ଡ ଷ୍ଟୋକ୍ସଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ମସ୍ତିଷ୍କ କ୍ୟାନସର ସହିତ ଯୁଦ୍ଧ କରୁଥିଲେ। ରଗବି ୱର୍କିଙ୍ଗଟନ କ୍ଲବ ଗେରାର୍ଡଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। କ୍ଲବ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ଖେଳାଳି ଏବଂ ଆମର ପ୍ରଶିକ୍ଷକଙ୍କ ଦେହାନ୍ତ ହୋଇଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ। ସେ ୧୯୮୨-୮୩ରେ ୱର୍କିଙ୍ଗଟନ କ୍ଲବ ପାଇଁ ଖେଳିଥିଲେ। ଜେରାର୍ଡ ମଧ୍ୟ ୨୦୦୩ରେ ଏହି କ୍ଲବର କୋଚ ଥିଲେ। ଜାନୁଆରୀରେ ଜେରାର୍ଡ ଷ୍ଟୋକ୍ସ କ୍ୟାନସରର ଶିକାର ହୋଇଥିଲେ ଏବଂ ପାଞ୍ଚ ସପ୍ତାହ ପୂର୍ବରୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ଜୋହାନ୍ସବର୍ଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ସେ ଗତ କିଛି ମାସ ଧରି ଖ୍ରୀଷ୍ଟଚର୍ଚ୍ଚରେ ଥିବା ତାଙ୍କ ଘରେ ଥିଲେ। ସେ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପିତାଙ୍କ ଅସୁସ୍ଥତା ହେତୁ ବେନ ଷ୍ଟୋକ୍ସ ଚଳିତ ବର୍ଷ ପ୍ରାରମ୍ଭରେ ଘରୋଇ ସିଜିନ୍‌ ଛାଡି ନ୍ୟୁଜିଲ୍ୟାଣ୍ଡ ଯାଇଥିଲେ। ଆଇପିଏଲର ଏହି ସିଜନରେ ଭାଗ ନେବାକୁ ସେ ୟୁଏଇରେ ବିଳମ୍ବରେ ପହଞ୍ଚିଥିଲେ।

Share