Posted inଖେଳ

ଶାହିଦ ଆଫ୍ରିଦିଙ୍କ ପରଲୋକ, କରାଚିରେ ଦିଆଗଲା କବର? ପାକିସ୍ତାନୀ ଗଣମାଧ୍ୟମର Videoକୁ ନେଇ ହଇଚଇ…

ଇସଲାମାବାଦ,୮।୬: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶାହିଦ ଖାନ ଆଫ୍ରିଦିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ଦାବି କରାଯାଉଛି। ପାକିସ୍ତାନୀ ଗଣମାଧ୍ୟମର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି ଯେ ଆଫ୍ରିଦିଙ୍କ ପରଲୋକ ହୋଇଛି। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଆଫ୍ରିଦି ବେଶ ଫିଟ ଏବଂ ସକ୍ରିୟ  ରହୁଥିବା ବେଳେ ହଠାତ୍‌ କ’ଣ ହେଲା ସେନେଇ କ୍ରିକେଟଜଗତରେ ହଇଚଇ ସୃଷ୍ଟି ହୋଇଛି। ଏମିତିରେ ଏହି ଦାବି କେତେ ସତ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଜଣେ ବ୍ୟବହାରକାରୀ ଇନଷ୍ଟାଗ୍ରାମରେ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ, ଦୁଇଜଣ ଆଙ୍କର ଷ୍ଟୁଡିଓରେ ଏକାଠି ବସିଥିବାର ଦେଖାଯାଉଛି। ଏହି ସମୟରେ, ମହିଳା ଆଙ୍କର ଖବର ପଢ଼ୁଛନ୍ତି ଯେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଖାନ ଆଫ୍ରିଦିଙ୍କ ଦେହାନ୍ତ ହୋଇଛି ଏବଂ ତାଙ୍କୁ କରାଚୀରେ କବର ଦିଆଯାଇଛି। ଆଫ୍ରିଦିଙ୍କ ମୃତ୍ୟୁ ପାଇଁ ଅନେକ ଅଧିକାରୀ ଦୁଃଖ ପ୍ରକାଶ କରୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି। କିନ୍ତୁ ଏହା କ’ଣ ସତ୍ୟ?

କହିବାକୁ ଗଲେ ଏହି ଭିଡିଓ ଏବଂ ମୃତ୍ୟୁର ଦାବି ସମ୍ପୂର୍ଣ୍ଣ ମିଥ୍ୟା। କାରଣ ଭିଡିଓକୁ ‘କୃତ୍ରିମ ବୁଦ୍ଧିମତ୍ତା’ (AI) ସାହାଯ୍ୟରେ କରାଯାଇଛି। ଆଙ୍କରଙ୍କୁ ପାକିସ୍ତାନ କ୍ରିକେଟ ଦଳ ଏବଂ ଶାହିଦ ଖାନ ଆଫ୍ରିଦି ଭଳି ଶବ୍ଦ ବ୍ୟବହାର କରୁଥିବା ଦେଖାଯାଇଛି। ଏହା ଦେଖାଉଛି ଯେପରି ଶାହିଦ ଆଫ୍ରିଦିଙ୍କ ମୃତ୍ୟୁ ହୋଇଛି।
ସତ୍ୟ ପ୍ରକୃତରେ ଅନ୍ୟ କିଛି। ନିକଟରେ, ପାକିସ୍ତାନ ମୁସଲିମ ଲିଗ (N) ର ଜଣେ ନେତା, ଆବାସ ଖାନ ଆଫ୍ରିଦିଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଘରେ ଗ୍ୟାସ ଲିକ୍‌ ହେବା ପରେ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଏଥିରୁ ସୁସ୍ଥ ହୋଇ ପାରି ନଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ମନେ ହେଉଛି ଯେ ଆଙ୍କର ଖବର କହୁଥିବାର ଏହି ଭିଡିଓଟି ତାଙ୍କ ସହ ଜଡିତ ଏବଂ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଏହାକୁ ଭୁଲ ଉପାୟରେ ଉପସ୍ଥାପନ କରି ଏକ ଗୁଜବ ପ୍ରସାର କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ୩ ଲକ୍ଷ ୧୫ ହଜାର ଲାଞ୍ଚ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri